ପୂଜା ବଜାରରେ ଚମକିବ ଅନଲାଇନ୍ ମାର୍କେଟ୍ : ଆସୋଚାମର ରିପୋର୍ଟ,ଏଥର ୨୫ ହଜାର କୋଟିର ହେବ ବ୍ୟବସାୟ

18

vvକନକ ବ୍ୟୁରୋ :  ପୂଜା ବଜାରରେ ଚମକିବ ଅନଲାଇନ୍ ମାର୍କେଟ୍ । ଆସୋଚାମର ରିପୋର୍ଟ କହୁଛି ଏଥର ୨୫ ହଜାର କୋଟିର ହେବ ବ୍ୟବସାୟ । ଯାହା ଗତବର୍ଷଠୁ ୫ ହଜାର କୋଟି ଅଧିକ । ଚଳିତ ପୂଜା ବଜାରରେ ଅନଲାଇନ ବେପାର ବେଶ ବଢିବାର ଆକଳନ କରିଛି ଆସୋଚାମ ।

ff୨୫ରୁ ୪୦ ବର୍ଷ ବୟସର ପ୍ରାୟ ୨୫୦୦ କର୍ମଜୀବୀ ପୁରୁଷ ଓ ମହିଳାଙ୍କ ମତର ତଥ୍ୟ ଅନୁସାରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ସପିଂ ତାଲିକାର ପ୍ରାୟ ୬୦ ପ୍ରତିଶତ ଜିନିଷ ଅନଲାଇନରେ କିଣିବା ପାଇଁ ସେମାନେ ନିଷ୍ପତି ନେଇଥିବା ଜଣାପଡିଛି ।

ନବରାତ୍ରି, ଦିପାବଳୀଠାରୁ ଜାରି ରହୁଥିବା ଏହି ଅନଲାଇନ୍ ବେପାର ନୂଆ ବର୍ଷଯାଏଁ ଜମିବ ବୋଲି ଆସୋଚାମ କହିଛି । ଅନଲାଇନ୍ ବେପାରରେ ଉଚ୍ଚ ରିହାତି, ଅର୍ଥ ଫେରସ୍ତ, କ୍ୟାସ ଅନ ଡେଲିଭରି, ଜିନିଷ ଫେରସ୍ତ ପାଇଁ ସୁବିଧା ଆଦି ମୁଖ୍ୟ ଆକର୍ଷଣ ସାଜିଛି ।