କ୍ରୀଡାବିତରୁ ହତ୍ୟାକାରୀ : ଖେଳାଳୀ କେମିତି ବନିଲେ ଗ୍ୟାଙ୍ଗଷ୍ଟାର

45

jail-arrested-arrest-prison3181-1ମଣିଷ ବେଳେବେଳେ ପରିସ୍ଥିତିରେ ପଡି ଏମିତି କିଛି କାମ କରିବସେ । ଯାହା କେବେ ସେ ଭାବି ନଥାଏ । ସେଥିରେ ବଦଳିଯାଏ ଜୀବନର ମୋଡ । ଏମିତି ଘଟିଥିଲା କ୍ରୀଡାବିତ୍ ଦୀପକଙ୍କ ଜୀବନରେ । ଅର୍ଥାଭାବର ଦାରୁଣ କଷ୍ଟ ତାଙ୍କୁ ବନେଇ ଦେଇଥିଲା ଜଣେ ହତ୍ୟାକାରୀ । ସମୟ ଦୀପକଙ୍କୁ ଜଣେ ଗ୍ୟାଙ୍ଗଷ୍ଟାରର ପରିଚୟ ଦେଇଥିଲା ଦୁନିଆ ସାମ୍ନାରେ ।

5ଏବେ ଦୀପକ ପୁଲିସର କବଜାରେ । ଅନେକ ଦିନ ଧରି ଫେରାର ଆସାମୀର ମୋହର ଲଗେଇ ଜିଉଁଥିଲେ ଏକ ଅଭିଶପ୍ତ ଜୀବନ । ଜୀବନରେ ଅନେକ ସ୍ୱପ୍ନ ନେଇ , ହୋଇଥିଲେ ଜଣେ ସଫଳ କ୍ରିଡାବିତ୍ । ଜଣେ ସଟପୁଟ୍ ଖେଳାଳୀ ଭାବେ ଜାତୀୟ ସ୍ତରରେ ମଧ୍ୟ ଖୁବ୍ ନାଁ କମେଇଥିଲେ ଦୀପକ । ସ୍କୁଲ୍ ସ୍ତରରେ ଚମ୍ପିୟନ ହେବାର ଖ୍ୟାତି ଅର୍ଜନ କରିଥିଲେ । ଦୁଇଦୁଇ ଥର ଜାତୀୟ ସ୍ତରରେ ଭାଗନେଇଥିଲେ ଦୀପକ ।

୨୦୧୫ ମେ ୧୮ରେ ଦୀପକ ଓ ତାଙ୍କର ଦୁଇ ସହଯୋଗୀ ମିଶି ଗୁଳିକରିଥିଲେ କଂଝାୱାଲାର ଅମିତ ଓରଫ୍ ହୋତି ନାମକ ଜଣେ ବ୍ୟକ୍ତିକୁ । ଅମିତ ନାମକ ସେହି ବ୍ୟକ୍ତି ଠାରୁ ଦୀପକଙ୍କ ସଂପର୍କୀୟ ଭାଇ ରବି ଡଗର ଧାର ସୂତ୍ରରେ ଆଣିଥିଲେ ୧୦ ଲକ୍ଷ ଟଙ୍କା । ଫେରାଇବାରେ ହୋଇଥିଲା ବିଳମ୍ବ । ଯେଉଁଥିପାଇଁ ଅମିତ ଧମକାଇଥିଲେ ରବିଙ୍କୁ । ଦୀପକଙ୍କୁ ସାଥି କରି ରବି ତିଆରି କଲେ ଏକ ହତ୍ୟାର ପ୍ଲଟ୍ ଏବଂ ଭଂଜ ନାମରେ ଆଉ ଜଣେ ସାଥିକୁ ସାମିଲ କଲେ ଏଥିରେ ।

53727430୯ ଏମଏମର ଏକ ଦେଶୀୟ ପିସ୍ତଲ କିଣିଲେ । ଦୀପକଙ୍କ କାରରେ ତିନି ଜଣଯାକ ଗଲେ ଅମିତ୍ ରହୁଥିଲା କଂଝାୱାଲାକୁ । ଆଉ ଯୋଜନାନୁସାରେ ସେଠାରେ ଅମିତଙ୍କୁ ଗୁଳି କରିଥିଲେ । ତାପରେ ଫେରାର ହୋଇଯାଇଥିଲେ ଦୀପକ । ଅନ୍ୟ ଦୁଇ ଆସାମୀ ଧରାପଡିଥିଲେ । ପୁଲିସ ଦୀପକଙ୍କୁ ଧରିବାକୁ ଅନେକ ଦିନ ଧରି ତାକୁ ଟ୍ରାକିଙ୍ଗ କରୁଥିଲେ । ଗତ ବୁଧବାର ଦିନ କୈାଣସି ସୂତ୍ରରୁ ଖବର ପାଇ ପୁଲିସ ଦୀପକଙ୍କୁ ନଜାଫରଗଡର ଝାରୋଡାରୁ ଗିରଫ କରିଥିଲା ।

ନିଜର ଅର୍ଥାଭାବ ଯୋଗୁଁ ନିଜର ସୁନ୍ଦର ଭବିଷ୍ୟତକୁ ଜଳାଂଜଳି ଦେଇ ଏଭଳି ଜଘଣ୍ୟ କାଣ୍ଡ କରିଛି ବୋଲି ପୁଲିସକୁ କହିଛନ୍ତି ଦୀପକ । ୨୦୦୮ରେ ଏକ କାର ଜାକିଙ୍ଗ କେସରେ ମଧ୍ୟ ଦୀପକଙ୍କୁ ପୁଲିସ ଗିରଫ କରିଥିଲା ।