କର୍କଟ ରୋଗରେ ଅଭିନେତା ! ଲୀଳାବତୀ ହସ୍ପିଟାଲରେ ମୀନକେତନ

176

Minaketan Das - Minaketan Das Wiki Biography all moviesଓଲିଉଡ୍ ଅଭିନେତା ମୀନକେତନ । ଯିଏକି ଫିଲ୍ମରେ ନିଜର ଖଳନାୟକ ଚରିତ୍ର ପାଇଁ ଖୁବ୍ ଜଣାଶୁଣା । ଏବେ ଏହି ଲୋକପ୍ରିୟ କଳାକାର ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ । ପାନିକ୍ରିଆଟ୍ରିକ୍ କର୍କଟ ରୋଗରେ ପୀଡିତ ।

ପୂର୍ବରୁ ଶରୀରରୁ ସୋଡିୟମ କ୍ଷରଣ ହୋଇଥିବା ବେଳେ ସେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ରିବାର ଲୋକେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ନେଇ ଚିକିତ୍ସା କରାଇଥିଲେ । ସେଠାରେ ତାଙ୍କର ଅଲଟ୍ରାସାଉଣ୍ଡ୍ ଓ ଏଣ୍ଡୋସ୍କୋପି ହୋଇଥିଲେ ହେଁ ରୋଗ ଚିହ୍ନଟ ହୋଇପାରିନଥିଲା । ତେଣୁ ମୁମ୍ବାଇରେ ତାଙ୍କର ଚିକିତ୍ସା ଓ ପରୀକ୍ଷାରୁ ମୀନକେତନଙ୍କୁ ପାନିକ୍ରିଆଟ୍ରିକ୍ କର୍କଟ ହୋଇଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୁରେଶ ଆଡଭାନି କହିଥିଲେ । ସେ ସେ ଡ. ଆଡଭାନିଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଛନ୍ତି । ଏହି ରୋଗ ଶରୀରରେ ପ୍ରଥମ ପର୍ଯ୍ୟାୟରେ ଥିବାରୁ ଏହାକୁ ଭଲ କରାଯାଇପାରିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

ଓଡିଆ ଫିଲ୍ମ ‘ ବାଳୁଙ୍ଗା ଟୋକା’ , ‘ଜିଅନ୍ତା ଭୂତ’ ଓ ‘ମୋଷ୍ଟ ୱାଂଟେଡ’ ଭଳି ଫିଲ୍ମରେ ଦମଦାର ଅଭିନୟ ପାଇଁ ଖୁବ୍ ଜଣାଶୁଣା ମୀନକେତନ । ଓଡିଆ ଫିଲ୍ମରେ ହରପଟ୍ଟନାୟକଙ୍କ ପରେ ମୀନକେତନ ହିଁ ଜଣେ ଲୋକପ୍ରିୟ ଖଳନାୟକ ସାଜିଛନ୍ତି । ମୀନକେତନଙ୍କ ସୁସ୍ଥତା ପାଇଁ ଭଗବାନଙ୍କ ପାଖେ ପ୍ରାର୍ଥନା ଜଣାଇବାକୁ ପରିବାର ଲୋକେ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି ।