ଶାରୀରିକ ସଂପର୍କ ରଖିବାକୁ ମନାକଲେ ସ୍ତ୍ରୀ : ନିରାଶ ହୋଇ ସ୍ୱାମୀ କାଟିଲେ ନିଜ ଗୁପ୍ତାଙ୍ଗ

63

dc-cover-cf3rkiso6rbd0jv5p16kk3d143-20161208131032-mediଉତ୍ତର ପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା । ୩୭ ବର୍ଷ ବୟସର ଜଣେ ବ୍ୟକ୍ତି ନିଜ ଗୁପ୍ତାଙ୍କୁ କାଟିଦେଇଛନ୍ତି । ଯୌନ ସଂପର୍କ ରଖିବାକୁ ନିଜ ସ୍ତ୍ରୀ ବାରମ୍ବାର ମନାକରିବାରୁ ନିରାଶ ହୋଇ ସେ ଘଟେଇଛନ୍ତି ଏମିତି କାଣ୍ଡ ।

ଡେଲିମେଲରେ ପ୍ରକାଶିତ ଖବର ଅନୁସାରେ , ଘାସିରାମ ନାମକ ଏହି ବ୍ୟକ୍ତ ଜଣକ ମଦ ପିଇ ଘରକୁ ଫେରିଥିଲେ ଏବଂ ସ୍ତ୍ରୀ ସହ ଯୌନ ସଂପର୍କ ରଖିବାକୁ କହିଥିଲେ । ହେଲେ ସ୍ତ୍ରୀ ବାରମ୍ବାର ମନାକରିବାରୁ ନିରାଶ ହୋଇ ଘାସିରାମ ନିଜର ଗୁପ୍ତାଙ୍ଗକୁ କାଟିଥିଲେ ।

caters_1481268459_725x725ଘାସିରାମଙ୍କ କହିବାନୁସାରେ ,ଗତ ୧୦-୧୨ ବର୍ଷ ହେଲା ତାଙ୍କ ସ୍ତ୍ରୀ ଯୌନ ସଂପର୍କ ରଖିବାକୁ ମନାକରି ଆସୁଛନ୍ତି । ସେମାନଙ୍କର ବିବାହ ୧୮ ବର୍ଷ ହେଲା ହୋଇଛି ଏବଂ ୩ଜଣ ପିଲା ମଧ୍ୟ ଅଛନ୍ତି । ନିଜ ସ୍ତ୍ରୀ ଏଭଳି ବାରଣ କରିବା ଯୋଗୁଁ , ଏଥିରେ ନିଜର ଯୌନ ଜୀବନରେ ଅସନ୍ତୁଷ୍ଟ ହୋଇ ନିଜର ଲିଙ୍ଗକୁ କାଟିଛନ୍ତି ବୋଲି ଘାସିରାମ କହିଛନ୍ତି । କିନ୍ତୁ ଏକଥାରେ ଘାସିରାମଙ୍କ ସ୍ତ୍ରୀ ଅସହମତି ପ୍ରକାଶ କରିଛନ୍ତି । ଘାସିରାମ ମଦ ନିଶାରେ ଥିବାରୁ ସେ ମନା କରିଛନ୍ତି ବୋଲି କହିଛନ୍ତି ।

ଏହାସହ ଦେଖନ୍ତୁ ଏହି ଭିଡିଓ –