ଇଂରାଜୀ ଛାତ୍ରଙ୍କ ଓଡିଆ ପ୍ରେମ : ପ୍ରାଚୀନ ଲେଖାକୁ ଡିଜିଟାଇଜେସନ୍ କରି ଇଂଟରନେଟରେ ଛାଡୁଛନ୍ତି କୋରାପୁଟର ପ୍ରତୀକ

294

vlcsnap-2017-02-10-10h48m02s201କନକ ବ୍ୟୁରୋ : ସାମ୍ନାକୁ ଆସିବ ଲୁଚିଯାଇଥିବା ଇତିହାସ । ଷୋଡଶ ଶତାବ୍ଦୀର ଗାଥା । ତାସହ ପୁରୁଣା ଓଡିଆ କାବ୍ୟ, ଗଳ୍ପ ଓ ରଚନା । ଇତିହାସରେ ଲିପିବଦ୍ଧ ହୋଇ ରହିଯାଇଥିବା ଓଡିଆ ସଂସ୍କୃତିକୁ ସାଉଁଟିବାରେ ଲାଗିଛନ୍ତି କୋରାପୁଟର ପ୍ରତୀକ ପଟ୍ଟନାୟକ । ହଜିଯାଇଥିବା କବିତା ଓ ଲେଖାକୁ ସଂଗ୍ରହ କରି ତାକୁ ଦେଇଛନ୍ତି ଡିଜିଟାଇଜେସନର ରୂପ । ନାଁ ଦେଇଛନ୍ତି ପୋଥି । ଏଥିରୁ ଓଡିଶାର ପ୍ରକୃତ ପରିଚୟ ମିଳିପାରିବ ବୋଲି ଆଶା ରଖିଛନ୍ତି ପ୍ରତୀକ ।

ପ୍ରତୀକଙ୍କ ବୟସ ୧୫ ବର୍ଷ । ଦାମନଯୋଡିର ଏକ ଇଂରାଜୀ ମିଡିୟମ ସ୍କୁଲର ଯୁକ୍ତ ଦୁଇ ଛାତ୍ର । ପିଲାଦିନୁ ଓଡିଆ ସଂସ୍କୃତି, ଶାସ୍ତ୍ର ଓ ଲେଖାରେ ତାଙ୍କର ପ୍ରବଳ ଆଗ୍ରହ । ଏଯାଏଁ ୫୦ ରୁ ଅଧିକ କବି ଓ ଲେଖକଙ୍କ ରଚିତ କବିତା ଓ ଲେଖାକୁ ଡିଜିଟାଇଜ୍ କରିସାରିଲେଣି । ଇଂଟରନେଟରେ ଏବେ ଏସବୁ ମାଗଣାରେ ମିଳୁଛି । ପ୍ରତୀକ କହନ୍ତି, ପୋଥିରେ ଏଭଳି ଅନେକ ତଥ୍ୟ ରହିଛି ଯାହା ଆଜିର ଯୁବ ପୀଢି ପାଇଁ ଜରୁରୀ ।

ଆଜିର ଦୁନିଆରେ ସବୁ କିଛି ଇଂଟରନେଟରେ ମିଳୁଛି । ହେଲେ ଓଡିଆ ସବୁଠାରୁ ପୁରୁଣା ହେଲେ ମଧ୍ୟ ଏହାର କୌଣସି ପରିଚୟ ଇଂଟରନେଟରେ ନାହିଁ । ତେବେ ପ୍ରତୀକଙ୍କ ପୋଥି ତାହା ପୂରଣ କରିବାରେ ଏକ ଦୃଢ ଉଦ୍ୟମ । ଫେବୃଆରୀ ୨୦ରେ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି ଏକ ସମାରୋହ । ଓଡିଶା ତରଫରୁ ଏହି ପୋଥି ପାଇଁ ପ୍ରତୀକଙ୍କୁ ସମ୍ମାନ ଦେବା ପାଇଁ ଘୋଷଣା କରାଯାଇଛି ।

ଯଦି ଆପଣ ଏହି ଡିଜିଟାଇଜଡ୍ ଲିଟରେଚରକୁ ପଢିବାକୁ ଚାହୁଁଛନ୍ତି ,ତେବେ ଓଆର୍ ଡଟ୍ ୱିକିସୋର୍ସ ଡଟ୍ ଓଆରଜି ଲିଙ୍କରେ ପାଇପାରିବେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –