ନାସା ପ୍ରତିଯୋଗୀତାରେ ଓଡିଶା ଛାତ୍ରୀଙ୍କ ସଫଳତା : ପ୍ରଥମ ସ୍ଥାନ ଅଧିକାର କଲେ ଈଶାନୀ ତ୍ରିପାଠୀ

67

ନାସା ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଓଡିଶା ଝିଅ । ଏହି ସଫଳତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଆଉ ଏଥିପାଇଁ ଖୁବ୍ ପ୍ରଶଂସିତ ହୋଇଛନ୍ତି ଈଶାନୀ ତ୍ରିପାଠୀ ।

ସୂଚନା ଅନୁସାରେ ,ରାଉରକେଲାର ଡିପିଏସ ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରୀ ଈଶାନୀ ତ୍ରିପାଠୀ । ନାସା ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ତଥା ଦେଶ ପାଇଁ ଆଣିଛନ୍ତି ଗୈାରବ । ମେ’ ମାସରେ ଯିବେ ଆମେରିକା ।

ଈଶାନୀଙ୍କ ପ୍ରୋଜେକ୍ଟ ଥିଲା ‘ ଦ ସ୍ପେସ୍ ସେଟଲମେଂଟ ଅପ୍ ଅରା’ । ଯାହାକି ମହାକାଶ ବିଜ୍ଞାନ ଉପରେ ଆଧାରିତ ଥିଲା । ଆମେରିକାରେ ମେ ୨୫ ରୁ ମେ ୨୯ ମଧ୍ୟରେ ଆୟୋଜିତ ହେବାକୁ ଯାଉଛି ୩୬ତମ ଆନୁଆଲ୍ ଇଂଟରନେସନାଲ ସ୍ପେସ୍ ଡେଭଲପମେଂଟ କନ୍ଫରେନ୍ସ । ଏଥିରେ ନିଜର ଏହି ପ୍ରୋଜେକ୍ଟକୁ ଉପସ୍ଥାପନ କରିବେ ଈଶାନୀ ତ୍ରିପାଠୀ ।