ଗଙ୍ଗାଘାଟର ଚଟାଣରେ ରୁଟି ସେକିଲେ ଲୋକେ ! ବନାରସରେ ପ୍ରବଳ ତାତିର ପ୍ରଭାବ

23

ବନାରସ : ଏବେ ମୈାସୁମୀ ଆସିବାକୁ ସୂଚନା ଦେଲାଣି । କିନ୍ତୁ ବେଳେବେଳେ ପ୍ରବଳ ଗରମ ଅସହ୍ୟ କରିଦେଉଛି । ଆଉ ଏହାର ଏକ ନଜିର୍ ଦେଖିବାକୁ ମିଳିଛି ବନାରସର ଗଙ୍ଗାଘାଟରେ । ଆପଣ ଏବେ ସୁଦ୍ଧା ପ୍ରବଳ ଗରମରେ ସଡ଼କରେ ଅଣ୍ଡା ସିଝା ଯାଉଥିବା ଖବର ଦେଖିଥିବେ । ହେଲେ ଏମିତି ଏକ ଖବର ଏବେ ଖୁବ୍ ଚର୍ଚ୍ଚାରେ । ବନାରସରେ ଅସହ୍ୟ ଗରମ ପ୍ରଭାବରେ ତତଲା ଚଟାଣରେ ଲୋକେ ରୁଟି ସେକୁଛନ୍ତି ।

ସୂଚନା ଅନୁସାରେ ଗତ ଦିନରେ ଉତ୍ତର ପ୍ରଦେଶରେ ଅତ୍ୟଧିକ ତାପମାତ୍ରା ଯୋଗୁଁ , ତାପମାନ ୪୫ ଡିଗ୍ରୀ ସେଲସିୟସ ଯାଏ ପହଁଚିଥିଲା । ଫଳରେ ଗଙ୍ଗା ଘାଟର ଚଟାଣରେ ଲୋକେ ରୁଟି ସେକିଥିଲେ । ଆଉ ତାୱାର ଆବଶ୍ୟକତା ପଡିନଥିଲା ।

(ସୈାଜନ୍ୟ – ନବ ଭାରତ ଟାଇମ୍ସ)