ନର୍ସ ନୁହେଁ ସେ ରାକ୍ଷସ ! ଖୁସି ପାଇବାକୁ ବିଷ ଇଂଜେକ୍ସନ ଦେଇ ମାରିଛନ୍ତି ୧୦୦ ଜଣ ରୋଗୀଙ୍କୁ

64

ନୂଆ ଦିଲ୍ଲୀ : କେହି କେବେ ବିଶ୍ୱାସ କରୁନଥିବେ ଯେ , ଜଣେ ନର୍ସ ରୋଗୀଙ୍କୁ ବିଷ ଦେଇ ମାରି ଖୁସି ଅନୁଭବ କରନ୍ତି । ଯିଏ ଡାକ୍ତରଙ୍କ ପରେ ରୋଗୀର ସାହା ଭରସା ଥାନ୍ତି । ରୋଗୀ ବିଶ୍ୱାସର ସହ ନର୍ସଙ୍କୁ ଭରସା କରେ । ତାଙ୍କ କଥାରେ ଠିକ ସମୟରେ ଔଷଧ ଖାଇଥାଏ । ହେଲେ ଯଦି ସେହି ବିଶ୍ୱାସୀ ନର୍ସ ପାଲଟି ଯାଏ ରୋଗୀଙ୍କ ପାଇଁ ରାକ୍ଷସ ? ଏମିତି ଏକ ଘଟଣା ଜର୍ମାନୀରେ ଘଟିଛି । ଜଣେ ନର୍ସ ବିଷ ଇଂଜେକ୍ସନ ଦେଇ ୧୦୦ ଜଣ ରୋଗୀଙ୍କୁ ମାରିଛନ୍ତି । ଆଉ ଏହି ମାମଲାର ଯାଂଚ କାର୍ଯ୍ୟ ପୁରା ହୋଇଯାଇଛି ।

କୋର୍ଟରେ ଶୁଣାଣି ସମୟରେ ପୁରୁଷ ନର୍ସ ନିଲ୍ସ ହୋଜେଲ ମାନିଛନ୍ତି ଯେ ସେ ଜାଣିସୁଣି ୯୦ ଜଣ ରୋଗୀଙ୍କୁ ହାର୍ଟଆଟାକ୍ ସ୍ଥିତିରେ ପହଁଚାଇଥିଲେ । ସେମାନଙ୍କୁ ଏମିତି କରିବାରେ ଖୁସି ଆସୁଥିଲା ବୋଲି ସେ ନର୍ସ ଜଣକ କହିଛନ୍ତି । ଏହା ଶୁଣି ସମସ୍ତେ ଚକିତ ହୋଇଯାଇଛନ୍ତି । ଜଣେ ନର୍ସ ଯେ ଏମିତି କରିପାରେ କେହି କେବେ ବିଶ୍ୱାସ ବି କରିନଥିଲେ । ନର୍ସ ନିଲ୍ସ ପରେ କହିଛନ୍ତି ସେ ଡେଲମେନହାର୍ଷ୍ଟ ଛଡା ଓଲଡେନବର୍ଗର ଏକ ଡାକ୍ତରଖାନାରେ ମଧ୍ୟ ଏହି ପରି ଘଟଣା ଘଟେଇଛନ୍ତି । ଏହି ବ୍ୟକ୍ତି ଜଣକ ଓଲଡେନବର୍ଗରେ ୧୯୯୯ରୁ ୨୦୦୨ ତଥା ଡେଲମେନହାର୍ଷ୍ଟର ଡାକ୍ତରଖାନାରେ ୨୦୦୩ରୁ ୨୦୦୫ ଯାଏ କାମ କରିଥିଲେ । ନିଲ୍ସ ହୋଜେଲ ଏବେ ଦୁଇ ହତ୍ୟା ଅପରାଧରେ ଆଜୀବନ କାରାଦଣ୍ଡ କାଟୁଛନ୍ତି ।

ପୁଲିସ୍ ଯାଂଚ କରି କବର ସ୍ଥାନରୁ ୧୩୪ଟି ଶବ ବାହାର କରିଛନ୍ତି । ପୁଲିସଙ୍କର ଅନୁମାନ ରେ ଯଦି ଦୁଇ ଜଣ ଡାକ୍ତରଖାନାର କର୍ମଚାରୀ ନିଲ୍ସଙ୍କର ଗତିବିଧିର ସୂଚନା ପୂର୍ବରୁ ଦେଇଥାନ୍ତେ , ଏତେ ଲୋକଙ୍କ ଜୀବନ ଯାଇନଥାନ୍ତା । ଏବେ ସୁଦ୍ଧା ଏମିତି ୧୬ଟି ମାମଲା ମିଳିଛି , ଯେଉଁଥିରେ ନର୍ସଙ୍କର ଭୂମିକା କୁ ସନ୍ଦେହ ଭାବେ ଧରାଯାଇଛି । ପୁଲିସ୍ ଅଗଷ୍ଟରେ କହିଥିଲେ , ନର୍ସ ଅତି କମରେ ଆହୁରି ୮୪ ରୋଗୀଙ୍କ ହତ୍ୟା କରଛନ୍ତି । ପୁଲିସଙ୍କୁ ୪୧ ଟି ଶବର ଟକ୍ସିକୋଲଜି ରିପୋର୍ଟର ଅପେକ୍ଷା । ଅଭିଯୋଗକାରୀ ୨୦୧୮ର ପ୍ରାରମ୍ଭରେ ନିଲ୍ସଙ୍କ ବିରୋଧରେ ଏକ ସପ୍ଲିମେଂଟାରୀ ଚାର୍ଜ ସିଟି ଦେବେ ।

ନର୍ସଙ୍କୁ ସବୁଠୁ ପ୍ରଥମେ ୨୦୧୫ରେ ଦୁଇ ରୋଗୀଙ୍କ ହତ୍ୟା ଓ ଦୁଇଜଣଙ୍କୁ ପ୍ରୟାସ କରିଥିବା ନେଇ ଦୋଷୀ କରାଯାଇଥିଲା । ନିଲ୍ସ ରୋଗୀଙ୍କୁ ଜାଣିଶୁଣି ଡ୍ରଗ୍ସର ଅଧିକ ମାତ୍ରା ଦେଉଥିଲେ । ଏହାଦ୍ୱାରା ରୋଗୀକୁ ହାର୍ଟଆଟାକ ହେଉଥିଲା । ରୋଗୀର ଅନ୍ୟ ଅଙ୍ଗସବୁ କାମ କରିବା ବନ୍ଦ ହେଇଯାଉଥିଲା ।
( ସୌଜନ୍ୟ –ଦୈନିକ ଜାଗରଣ)