ଅଜବ ପରମ୍ପରା : ମୃତକର ମାଂସ ବାଣ୍ଟି ନିଅନ୍ତି ଏ ଲୋକେ

28

ଆମର ଏ ଦୁନିଆରେ ଅନେକ ସ୍ଥାନରେ ଅଜବ ଜନଜାତି ସବୁ ରହିଛନ୍ତି । ସେମାନଙ୍କର ରୀତିନୀତି ଓ ପ୍ରଥା ସବୁ ଭିନ୍ନ ଧରଣର । ଏମିତି ଏକ ଜନଜାତି ହେଉଛନ୍ତି କ୍ୱାକ୍ୱାକାୱାକ୍ୱା । ଉତ୍ତର ପଶ୍ଚିମ ପେସିଫିକ୍ ଅଂଚଳରେ ରୁହନ୍ତି ଏ ଜନଜାତି । ଏ ଜନଜାତିର ଏକ ଗୁପ୍ତ ସମୁହ ହେଉଛନ୍ତି ହମାତ୍ସା ଲୋକେ । କୁହାଯାଏ ଯେ ଏହି ଏହି ହମାତ୍ସା ଜନଜାତି ସମୁହରେ ନରଭକ୍ଷଣର ପରଂପରା ରହିଛି ।

ଏହି ହମାତ୍ସା ଜନଜାତିରେ ୨୫ ବର୍ଷୀୟ କୈାଣସି ଯୁବକକୁ ଅପହରଣ କରି ନିଆଯାଏ । ସ୍ଥିର କରାଯାଇଥିବା ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଏହି ଯୁବକକୁ ଏକ ଜଙ୍ଗଲରେ ଏକଲା ରଖାଯାଏ । ସେଠାରେ ସେ ନିତି ଥଣ୍ଡା ପାଣିରେ ଗାଧୋଇ ଉପବାସ ରଖେ । ଏହାପରେ ସେହି ଜାତିର ଲୋକମାନେ ସେହି ଯୁବକକୁ ପବିତ୍ର ବୋଲି ମାନିନିଅନ୍ତି । ଯେତେବେଳେ ଏହି ହମାତ୍ସା ଜନଜାତିରେ କୈାଣସି ବୃଦ୍ଧଙ୍କର ମୃତ୍ୟୁ ହୋଇଯାଏ ,ସେତେବେଳେ ଏହି ଯୁବକକୁ ବାହାରକୁ ଅଣାଯାଏ ।

ପ୍ରଥାର ନିୟମ ଅନୁସାରେ ବୃଦ୍ଧଙ୍କ ମୃତ ଦେହକୁ କାଠରେ ତିଆରି ଏକ ମଂଚାରେ ରଖି ତାର ତଳେ ନିଆଁ ଜଳାଯାଏ । ପବିତ୍ର ଯୁବକକୁ ଏହା ପାଖରେ ବସାଯାଏ । ଏହାପରେ ହମାତ୍ସା ସମୁହର ଲୋକେ ଏହି ସିଝା ମୃତ ଦେହର ମାଂସକୁ ପରସ୍ପର ଭିତରେ ବାଣ୍ଟି ନେଇଥାନ୍ତି । କିନ୍ତୁ ଏବେ ସୁଦ୍ଧାଏହା ଜଣାପଡିନି ଯେ ଏ ଜନଜାତି ଆଗରୁ ନରଭକ୍ଷଣ କରୁଥିଲେ ନା କିଛି ସମୟ ପାଇଁ ଏହା ଏକ ନିୟମରେ ସୀମିତ ଥିଲା ।

ଏହାସହ ମଧ୍ୟ ପଢନ୍ତୁ – ସାବଧାନ ! ଅସୁବିଧାରେ ପକାଇପାରେ ରିଲିଏନ୍ସ ଜିଓ ନାମରେ ଆସୁଥିବା ଏ ମେସେଜ୍