ଘାସ ଖାଇବ ଉତ୍ତର କୋରିଆ ! ଆମେରିକା – ଉତ୍ତର କୋରିଆ ମୁହାଁମୁହିଁ

253

rrଉତ୍ତର କୋରିଆ ୬ଷ୍ଠ ଥର ପାଇଁ ହାଇଡ୍ରୋଜେନ ବୋମା ପରୀକ୍ଷଣ କରିବା ପରେ ସାରା ବିଶ୍ୱ ଏବେ ଚିନ୍ତାରେ । ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ ଉନ୍ ବାରମ୍ବାର ପରମାଣୁ ପରୀକ୍ଷଣ କରୁଥିବା ବେଳେ କିମ୍ ଜଙ୍ଗ ଉନ୍ ଯୁଦ୍ଧ ମନୋବୃତି ଏବଂ ଆମେରିକାକୁ ଧମକ ଆଗାମୀ ଦିନରେ ଉତ୍ତର କୋରିଆ ସହ ବିଶ୍ୱବାସୀଙ୍କୁ ବିପଦରେ ପକାଇବା ସହ ବିଶ୍ୱବଜାରରେ ଆର୍ଥିକ କାରବାର ଉପରେ କ୍ଷତି ପହଁଚାଇପାରେ । ସେପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଉତ୍ତର କୋରିଆ ସହ ଯେଉଁ ଦେଶ ସମ୍ପର୍କ ରଖିବ ଆମେରିକା ତାହା ସହ ସବୁ ସଂପର୍କ କାଟିଦେବ ।

ଏହାକୁ ଦୃଷ୍ଟିରେ ରଖି ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଭବିଷ୍ୟବାଣୀ କରି କହିଛନ୍ତି ଉତ୍ତର କୋରିଆ ପଛେ ଘାସ ଖାଇବ କ୍ଷେପଣାସ୍ତ୍ର ପରୀକ୍ଷଣରୁ ଓହରିବ ନାହିଁ । ତେଣୁ ଉତ୍ତର କୋରିଆ ଉପରେ ପ୍ରତିବନ୍ଧ ଲଗାଇବା ବୃଥା । ଏକଥା ଯେଉଁ ପରିସ୍ତିତିରେ ପୁଟିନ କହିଥାନ୍ତୁ ନା କାହିଁକି ଏହାକୁ ହାଲୁକା ଭାବେ ନିଆଯାଇପାରିବ ନାହିଁ ବୋଲି ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତପ୍ରକାଶ କରୁଛନ୍ତି । କେବଳ ସେତିକି ନୁହେଁ ପ୍ରଥମ ଥର ପାଇଁ ଭାରତ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛି । ଉତ୍ତର କୋରିଆ ବିଶ୍ୱ ପାଇଁ ବିପଦ ହୋଇଥିବା ବେଳେ ଭାରତ ପାଇଁ ମଧ୍ୟ ବିପଦ ଥିବା ପ୍ରକାଶ କରିଛି ।

222ଉତ୍ତର କୋରିଆର ଦିନକୁ ଦିନ ଯୁଦ୍ଧାସ୍ତ୍ର କ୍ଷମତା ଯେଉଁଭଳି ଭାବେ ବୃଦ୍ଧି କରୁଛି ଏବଂ ମିଳିତ ଜାତିସଂଘ କଥା ଶୁଣୁନି କି ଆମେରିକା ରାଷ୍ଟ୍ରପତିଙ୍କ ଧମକକୁ ଖାତିର କରୁନି ତାହା ଫଳସ୍ୱରୁପ ଉତ୍ତର କୋରିଆ ଉପରେ ଅଧିକ ଆର୍ଥିକ ପ୍ରତିବନ୍ଧ ଲଗାଇବାକୁ ଆମେରିକା ଜିଦ୍ ଧରିଛି । ଜାତିସଂଘ ସୁରକ୍ଷା ପରିଷଦରେ ଆମେରିକା ରାଷ୍ଟ୍ରଦୂତ ନିକ୍କି ହେଲ୍ଲି ଏଭଳି କଠୋର ପ୍ରସ୍ତାବ ଆଣିଛନ୍ତି । ଏଭଳି ପ୍ରସ୍ତାବ ଆସିଲେ ଉତ୍ତର କୋରିଆ ସହ ବ୍ୟାପାର କରୁଥିବା ଦେଶମାନେ ବିଶେଷ କ୍ଷତି ସହିବେ । ଏଥିରେ ଚୀନ ସର୍ବାଧିକ କ୍ଷତି ସହିବାକୁ ଥିବା ବେଳେ ଏହାପରେ ଦ୍ୱିତୀୟ ଦେଶଭାବେ ଭାରତ ଏବଂ ଋଷ ମଧ୍ୟ ଆମଦାନୀ ଓ ରପ୍ତାନି କ୍ଷେତ୍ରରେ କ୍ଷତି ସହିବେ ।

ଉତ୍ତର କୋରିଆକୁ ଚୀନ ୮୩ ପ୍ରତିଶତ ରପ୍ତାନି କରୁଥିବା ବେଳେ ଭାରତ ୩ ପ୍ରତିଶତ, ଋଷ ୨ ପ୍ରତିଶତ ଏବଂ ଅନ୍ୟାନ୍ୟ ଦେଶ ୧୦ ପ୍ରତିଶତ ରପ୍ତାନି କରୁଛନ୍ତି । ଉତ୍ତର କୋରିଆ ଲଗାତାର କ୍ଷେପଣାସ୍ତ୍ର ପରୀକ୍ଷା କରୁଥିବାରୁ ଜାତିସଂଘ ରପ୍ତାନି, ଆମଦାନୀ ସହ ଉତର କୋରିଆବାସୀଙ୍କ ଉପରେ ଅନେକ ପ୍ରକାର କଡ଼ା ପ୍ରତିବନ୍ଧ ଲଗାଇପାରେ । ସେଥିରେ ଖାଦ୍ୟ ଆମଦାନୀ ମଧ୍ୟ ରହିଛି । ଯଦି ଉତ୍ତର କୋରିଆ ଖାଦ୍ୟ ପଦାର୍ଥ ଆମଦାନୀ କରିପାରିବ ନାହିଁ । ତେବେ ଭୋକ ଉପାସରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇବେ । ଏହାକୁ ଦୃଷ୍ଟିରେ ରଖି ବିଶ୍ୱବଜାରରେ କାରବାର ମାନ୍ଦା ହେବା ସହ ଆଶଙ୍କା ଦେଖାଦେଇଛି ।

Kim-Jong-Un-1ଏଭଳି ପରିସ୍ଥିତି ଅଗଷ୍ଟ ୨୯ ତାରିଖରେ ଉତ୍ତର କୋରିଆର ଶକ୍ତିଶାଳୀ ବାଲାଷ୍ଟିକ କ୍ଷେପଣାସ୍ତ୍ର ହାଇଡ୍ରୋଜେନ୍ ବୋମା ପରୀକ୍ଷଣ ପରେ ଦେଖାଦେଇଛି । ଏଭଳି ବୋମା ପରୀକ୍ଷଣ ପରେ ଦକ୍ଷିଣ କୋରିଆ, ଜାପାନ ଓ ଆମେରିକା ଆଖିରେ ନିଦ ନାହିଁ । ପ୍ରତିଦିନ ଏହି ଦେଶମାନେ ଉତ୍ତର କୋରିଆକୁ ଧମକ ଦେଉଛନ୍ତି । ଉତ୍ତର କୋରିଆ ମଧ୍ୟ ଚୀନ , ଋଷ ବଳରେ ଆମେରିକାକୁ ପରମାଣୁ ବୋମା ଆକ୍ରମଣର ଧମକ ଦେଉଛି । ସେପଟେ ଜାତିସଂଘର ସୁରକ୍ଷା ପରିଷଦରେ ଉତ୍ତର କୋରିଆ ଉପରେ କଠୋର ପଦକ୍ଷେପ ଗ୍ରହଣ କରିବା ପାଇଁ ଆମେରିକା ସହ ଜାପାନ, ଜର୍ମାନି, ବ୍ରିଟେନ, ଫ୍ରାନସ, ଇଟାଲି, ଦକ୍ଷିଣ କୋରିଆ ମଧ୍ୟ ଦାବି କରୁଛନ୍ତି ।

ଏପରିକି ସୁରକ୍ଷା ପରିଷଦର ଜରୁରିକାଳୀନ ବୈଠକ ଡାକିବା ପାଇଁ ଦାବି କରୁଛି ଏହି ମିତ୍ର ଦେଶମାନେ କିନ୍ତୁ ଚୀନ ଓ ଋଷ ଆଲୋଚନା ମାଧ୍ୟମରେ ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ୱାନ କରୁଛନ୍ତି । ଯୁଦ୍ଧକୁ କେବେ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଚୀନ ପୂର୍ବରୁ କହିସାରିଛି । ଉତ୍ତର କୋରିଆ ହାଇଡ୍ରୋଜେନ ବୋମା ପରୀକ୍ଷଣ ପରେ ଦକ୍ଷିଣ କୋରିଆ ତାର ଚାରିପାଖ ସୀମାରେ ଆମେରିକା ସହଯୋଗରେ କ୍ଷେପଣାସ୍ତ୍ର ବିଧ୍ୱଂସି ସିଷ୍ଟମ ସହ ସେନାକୁ ସଜାଗ ରଖିଛି । ଉତ୍ତର କୋରିଆର ଏହି ଆକ୍ରମଣ ଧମକ ଆଜିକାଲିର ଶତ୍ରୁତା ନୁହେଁ ।

North-Korea-Latest-News-841773ଆମେରିକା ସହ ଉତ୍ତର କୋରିଆ ମଧ୍ୟରେ ଶତ୍ରୁତାର ଲମ୍ବା ଇତିହାସ ରହିଛି । କିନ୍ତୁ ଆମେରିକାକୁ ପ୍ରଥମ ଥର ପାଇଁ ଉତ୍ତର କୋରିଆର ଅଗଷ୍ଟ ୨୯ର ପରମାଣୁ ବୋମା ପରୀକ୍ଷଣ ଚିନ୍ତାରେ ପକାଇଦେଇଛି । ଇତିହାସକୁ ଫେରିଲେ ଜାହା ଜଣାପଡ଼େ ୧୯୧୦ ମସିହାରେ ସଂପୂର୍ଣ୍ଣ କୋରିଆ ଜାପାନ ଅଧିନରେ ଥିଲା । ୧୯୩୯ରୁ ୧୯୪୫ ମସିହା ମଧ୍ୟରେ ଦ୍ୱିତୀୟ ଯୁଦ୍ଧ ଚାଲିଥିବା ବେଳେ ଜର୍ମାନି ଓ ଜାପାନ ଗୋଟିଏ ପଟରେ ଥାଇ ଲଢ଼ୁଥିଲେ । ଯୁଦ୍ଧରେ ଜାପାନ ପରାସ୍ତ ହେବାରୁ ଜାପାନ ଅଧିନରେ ଥିବା କୋରିଆକୁ ଆମେରିକା ଓ ଋଷିଆ ନିଜ ଅଧିନକୁ ଆଣିବା ସହ ଅକ୍ଷାଂଶର ଉତ୍ତର ଭାଗ ଓ ଦକ୍ଷିଣ ଭାଗ କୁ ଦୁଇ ଭାଗରେ ବିଭାଜନ କରି ଉତ୍ତର କୋରିଆ ଋଷ ଅଧିନରେ ଏବଂ ଦକ୍ଷିଣ କୋରିଆ ଆମେରିକା ଅଧିନରେ ନିଜ ନିଜ ମଧ୍ୟରେ ବଂଟନ କରିଥିଲେ ।

ଚୀନ ଓ ଋଷ ପସନ୍ଦ ଅନୁସାରେ ଉତ୍ତର ଭାଗକୁ ଏକ ସାମ୍ୟବାଦୀ ରାଷ୍ଟ୍ର ଉତ୍ତର କୋରିଆ ଏବଂ ଦକ୍ଷିଣ ଭାଗ ଅଂଚଳକୁ ଆମେରିକା ଏକ ପୁଂଜିବାଦ ଦେଶଭାବେ ମାନ୍ୟତା ଦେଇ ଦକ୍ଷିଣ କୋରିଆ ଭାବେ ମାନ୍ୟତା ଦେଇଥିଲା । ୧୯୫୦ ମସିହା ଜୁନ ୨୫ ତାରିଖରେ ଉତ୍ତର କୋରିଆ ମୁଖ୍ୟ କିମ୍ ସୁଂଗ ଦକ୍ଷିଣ କୋରିଆ ଉପରେ ଯୁଦ୍ଧ ଘୋଷଣା କରିଥିଲେ । ଏଥିରେ ଉତ୍ତର କୋରିଆ ବିଜୟୀ ହୋଇଥିଲା ଦକ୍ଷିଣ କୋରିଆର କିଛି ଅଂଶ ଦଖଲ କରିଥିବା ବେଳେ ଆମେରିକା ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ପାରିତ କରି ଉତ୍ତର କୋରିଆ ବିରୋଧରେ ଅଚାନକ ଆକ୍ରମଣ କରିଥିଲା । ଫଳରେ ଉତ୍ତର କୋରିଆ ପରାସ୍ତ ହେବା ସହ ପଛକୁ ହଟିଥିଲା ଏବଂ ୧୯୫୩ରେ ଯୁଦ୍ଧର ପରିସମାପ୍ତି ଘଟିଥିଲା ।

ଏହି ଯୁଦ୍ଧରେ ଉତ୍ତର କୋରିଆର ସର୍ବାଧିକ ୩୦ ଲକ୍ଷ ଜନସାଧାରଣ କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିଲେ । ସେଥିମଧ୍ୟରେ ଅନେକ ଆହତ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହେବା ସହ ଅନେକ ନିଖୋଜ ହୋଇଥିବା କୁହାଯାଏ । ଏହାପରଠାରୁ ଉତ୍ତର କୋରିଆ ଆମେରିକା ଉପରେ ପ୍ରତିଶୋଧ ନେବା ପାଇଁ ଅନାଇ ରହିଛି । ଆମେରିକାକୁ ପାନେ ଦେବା ପାଇଁ ଉତ୍ତର କୋରିଆ ଚୀନ ଓ ଋଷ ସହ ବନ୍ଧୁତା ସ୍ଥାପନ କରି କ୍ଷେପଣାସ୍ତ୍ର ପରୀକ୍ଷଣ କରିବା ସହ ପରମାଣୁ ଶକ୍ତି ବଢ଼ାଇବାରେ ଦିନରାତି ଲାଗିଛି ।

japan-bomb-victimଅଗଷ୍ଟ ୨୯ର ହାଇଡ୍ରୋଜେନ ବୋମା କେତେ ଶକ୍ତିଶାଳୀ ଥିଲା ତାହା ଉପରେ ନଜର ପକାଇଲେ ଜଣାପଡ଼େ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ, ଜାପାନର ହିରୋସିମା ଓ ନାଗାସାକି ସହର ଉପରେ ହୋଇଥିବା ପରମାଣୁ ଆକ୍ରମଣ ଠାରୁ ବେଶ ଅଧିକ ଶକ୍ତିଶାଳୀ ଏହି ହାଇଡ୍ରୋଜେନ୍ ବୋମା । ଏହାକୁ ମିଶାଇ ୬ ଥର ପରମାଣୁ ବୋମା ପରୀକ୍ଷଣ କରିସାରିଲାଣି ଉତର କୋରିଆ । ୧୯୪୫ମସିହା ୬ ଅଗଷ୍ଟ, ଓ ୯ ଅଗଷ୍ଟରେ ଜାପାନ୍ର ହିରୋସିମା ଓ ନାଗାସାକି ସହର ଉପରେ ପରମାଣୁ ଆକ୍ରମଣର ଭୟାବହତା ବିଶ୍ୱବାସୀ ଦେଖିଛନ୍ତି । ତେବେ ଅଗଷ୍ଟ ୬ର ହିରୋସିମା ସହର ଉପରେ ହୋଇଥିବା ପରମାଣୁ ବୋମା ଯେତିକି ଶକ୍ତିଶାଳୀ ଥିଲା ତାଠାରୁ ଅଗଷ୍ଟ ୨୯ରେ ଉତ୍ତର କୋରିଆ କରିଥିବା ପରମାଣୁ ବୋମା ଅଧିକ ଶକ୍ତିଶାଳୀ ବୋଲି କୁହାଯାଉଛି ।

ଉତ୍ତର କୋରିଆ ପ୍ରଥମେ ଅକ୍ଟୋବର୍ ୨୦୦୬ ମସିହାରେ ପ୍ରଥମ ଥର ପାଇଁ ୧ କିଲୋଟନ୍ ଓଜନର ହାଇଡ୍ରୋଜେନ୍ ବୋମା ପରୀକ୍ଷଣ କରିଥିଲା । ୨୦୦୯ରେ ୫ କିଲୋଟନ୍, ୨୦୧୩ରେ ୧୦ କିଲୋଟନ୍, ୨୦୧୬ରେ ୧୦ କିଲୋଟନ୍, ୨୦୧୬ରେ ୨୦ କିଲୋଟନ୍, ଏବଂ ସେପ୍ଟେମ୍ବର ୨୦୧୭ରେ ସବୁଠାରୁ ଶକ୍ତିଶାଳୀ ୧୨୦ କିଲୋଟନ୍ ଓଜନର ହାଇଡ୍ରୋଜେନ୍ ବମ୍ ପରୀକ୍ଷଣ କରିଛି । ବୋମା ପରୀକ୍ଷଣ ଫଳରେ କୁତ୍ରିମ ଭୂମିକମ୍ପ ଦୋହଲାଇ ଦେଇଛି ଦକ୍ଷିଣ କୋରିଆ ସମେତ ପଡୋଶୀ ଦେଶଗୁଡିକୁ । ଏବେ ଆମେରିକା ଓ ଉତ୍ତର କୋରିଆ ମୁହାଁମୁହିଁ ଅବସ୍ତାରେ ଥିବାରୁ ଆଗାମୀ ଦିନରେ ବିଶ୍ୱବାସୀ ପୁଣି ଏକ ଯୁଦ୍ଧର ବିଭୀଷିକା ଦେଖିବା ନେଇ ଆଶଙ୍କା ପ୍ରକାଶ ପାଇଛି ।