ଅଜବ ଗାଁ’ର ଗଜବ ପ୍ରଥା : ସ୍ୱାମୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ହୁଏ ନାହିଁ ବିଧବା

208

img_0611-750x400ଆମ ଦେଶରେ ଅନେକ ରୀତିନୀତି ସବୁ ପ୍ରଚଳିତ । ଖାଦ୍ୟ ,ବସ୍ତ୍ର , ଚାଲି ଚଳନ ସବୁଥିରେ ଭିନ୍ନତା । ଏହି ଦେଶରେ ଏମିତି ଏକ ଗାଁ ଅଛି , ଯେଉଁଠି ନୀତି ନିୟମ ଅନ୍ୟମାନଙ୍କ ଠାରୁ ଅଲଗା । ଏଠାରେ ଆଜି ପର୍ଯ୍ୟନ୍ତ କୌଣସି ମହିଳା ବିଧବା ହୁଅନ୍ତି ନାହିଁ । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ।

arrangemarriage_imgମଧ୍ୟପ୍ରଦେଶର ମଣ୍ଡଳା ଜିଲ୍ଲାର ବିହଙ୍ଗା ଗାଁ । ଏଠାରେ ବାସ କରନ୍ତି ଗୋଣ୍ଡ ଆଦିବାସୀ । ଏହି ଗାଁ’ର ରୀତିନୀତି ଅନ୍ୟ ଗାଁ ଠାରୁ ପୂରା ଅଲଗା । ଏହି ଗାଁ’ର କୈାଣସି ମହିଳାଙ୍କ ସ୍ୱାମୀ ମରିଗଲେ , ସେ ବିଧବା ହେବାକୁ ପଡିନଥାଏ । ପ୍ରଥା ଅନୁସାରେ ଘରେ ଯଦି ଅନ୍ୟ ଅବିବାହିତ ବ୍ୟକ୍ତି ଥା’ନ୍ତି,ତାଙ୍କ ସହ ସେହି ମହିଳାଙ୍କୁ ବିବାହ କରିଦିଆଯାଏ । ବିବାହରେ ଏହା ଦେଖାଯାଏ ନାହିଁ ସେ ମହିଳାଙ୍କର ଦିଅର ହୁଅନ୍ତୁ ବା ଦେଢଶୁର ହୁଅନ୍ତୁ । ଯଦି ଘରେ ନାତି କି ପୁତୁରା ବି ବିବାହ ଯୋଗ୍ୟ ଥାଆନ୍ତି ସେହି ମହିଳାଙ୍କ ବିବାହ ତାଙ୍କ ସହ କରିଦିଆଯାଏ । ମୃତ ସ୍ୱାମୀଙ୍କ ଦଶାହରେ ପଡୋଶୀ ମହିଳା ସେହି ବିଧବା ମହିଳାଙ୍କୁ ଚାନ୍ଦିର ଚୁଡି ଉପହାର ଦେଇଥାନ୍ତି । ଏହା ପରେ ସେ ପୁଣି ସଧବା ପାଲଟି ଯାଏ । ଏହି ପରଂପରା ଗୋଣ୍ଡ ଆଦିବାସୀ ମାନଙ୍କ ଦ୍ୱାରା ଅନେକ ବର୍ଷରୁ ଚଳିଆସୁଛି ଏବଂ ଏହି ସୂତ୍ରରେ ଆଜି ପର୍ଯ୍ୟନ୍ତ କେହି ମହିଳା ବିଧବା ହୋଇନାହାଁନ୍ତି ।

ସେହି ଆଦିବାସୀଙ୍କ ମଧ୍ୟରୁ ଏମିତି ଜଣେ ହେଲେ ପତିରାମ ବାରଖଡ୍ । ତାଙ୍କୁ ଯେତେବେଳେ ୬ ବର୍ଷ ତାଙ୍କ ଦାଦାଙ୍କ ମୃତ୍ୟୁ ଘଟିଥିଲା । ପ୍ରଥା ଅନୁସାରେ ମରିବାର ୯ଦିନ ପରେ ତାଙ୍କ ଖୁଡୀ ଚମରୀ ବାଈଙ୍କ ସହ ତାଙ୍କ ବିବାହ ହୋଇଥିଲା । ପତିରାମ ବିବାହ ଯୋଗ୍ୟ ହେଲା ପରେ ତାଙ୍କ ଇଚ୍ଛା ଅନୁଯାୟୀ ଅନ୍ୟ ଝିଅ ସହ ତାଙ୍କ ବିବାହ ହୋଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –

ଏହା ସହ ଦେଖନ୍ତୁ – ଅଜବ ବିବାହରେ ଗଜବ ନୀତି : ଯେଉଁଠି ବରର ବନ୍ଧୁ ଖୋଲନ୍ତି କନ୍ୟାର ପୋଷାକ