ସ୍ୱପ୍ନ ହେଲା ସତ, ସଂଘର୍ଷ ଆଣିଦେଲା ସଫଳତା ! ୧୭ ବର୍ଷ ବୟସରେ ଆରମ୍ଭ କଲେ ଷ୍ଟକ୍ ମାର୍କେଟରେ ବ୍ୟବସାୟ ! ଏବେ ବର୍ଷକୁ ଆୟ କରୁଛନ୍ତି ୧୨୦କୋଟି

34

ନୂଆ ଦିଲ୍ଲୀ : ପାଠପଢା ସମୟରେ କାମ କରି ଅର୍ଥ ଉପାର୍ଜନ କରିବା ଏବେ ସାଧାରଣ କଥା ହୋଇଗଲାଣି । କିନ୍ତୁ ଷ୍ଟକ୍ ମାର୍କେଟରେ ଟ୍ରେଡିଂରେ କ୍ୟାରିୟର ଆରମ୍ଭ କରିବା ଓ ନିଜର କଂପାନୀ ଆରମ୍ଭ କରି ସଫଳତାର ଶୀର୍ଷରେ ପହଁଚିବା ନିଶ୍ଚୟ ଏକ ବଡ କଥା । ଆଉ ଏହାକୁ କରିଦେଖେଇଛନ୍ତି ଜେରୋଧା ବ୍ରୋକରେଜ ହାଉସ କଂପାନୀର ସିଇଓ ନିତିନ କାମତ । ଆଜି ଶହ ଶହ ଲୋକଙ୍କୁ ଚାକିରି ଦେବା ସହ ନିତିନ ବର୍ଷକୁ ପାଖାପାଖି ୧୨୦ କୋଟି ଟଙ୍କା କମାଉଛନ୍ତି ।

ଏହା କୌଣସି ମନ ଗଢା କଥା ବା କାହାଣୀ ନୁହେଁ । ଦୈନିକ ଭାସ୍କରରେ ପ୍ରକାଶିତ ଏ ଖବର ଖୁବ୍ ଚର୍ଚ୍ଚାରେ । ମନିଭାସ୍କର ଡଟ୍ କମ ସହ କଥାବାର୍ତ୍ତାରେ ନିତିନ୍ କାମତ କହିଛନ୍ତି ୧୭ ବର୍ଷ ବୟସରେ ସେ ଷ୍ଟକ୍ ମାର୍କେଟରେ ଟ୍ରେଡିଂ ଭାବରେ କାମ ଆରମ୍ଭ କରିଥିଲେ । ହେଲେ ମଝିରେ ସେ କିଛି ବର୍ଷ କଲ୍ ଟେକରର କାମ କରିଥିଲେ । କାରଣ କିଛି ଅର୍ଥ ଏକାଠି କରି ନିଜର ଏକ ଟ୍ରେଡିଂ କଂପାନୀ ଆରମ୍ଭ କରିବା ପାଇଁ କରିଥିଲେ ଏପରି ସଂଘର୍ଷ । ଏହାପରେ ନିତିନ କଲ୍ ଟେକରରେ ରାତିରେ କାମ କରିବା ସହ ଦିନରେ ସବୁ ବ୍ରୋକର କାମ ଓ ପାଠପଢା ମଧ୍ୟ କରୁଥିଲେ । ଚାକିରି ସହ ନିତିନ ଇଂଜିନିୟରିଂ ଡିଗ୍ରୀ ମଧ୍ୟ ହାସଲ କଲେ । ଏହାପରେ ନିତିନ କିଛି ପଇସା ସଂଗ୍ରହ କରି ୨୦୧୦ରେ ନିଜର ଏକ ବ୍ରୋକରେଜ ହାଉସ କଂପାନୀ ଜେରୋଧା ନାମରେ ଆରମ୍ଭ କଲେ ।

ନିତିନ କେମିତି ହାସଲ କଲେ ଏ ସଫଳତା ?
ଷ୍ଟକ୍ ମାର୍କେଟିଂ କାମ ଶିଖିବା ଓ ପଇସା ଏକାଠି କରିବା ପରେ ନିତିନ କାମତ ୨୦୧୦ରେ ବ୍ରୋକରେଜ ହାଉସ ଜେରୋଧାର ଆରମ୍ଭ କଲେ । ନିତିନଙ୍କ ଲକ୍ଷ୍ୟ ଥିଲା ପଇସା କମାଇବା ସହ ଲୋକଙ୍କୁ ଭଲ ସର୍ଭିସ୍ ଦେବା । ଜେରୋଧାର ଆରମ୍ଭ କରିବା ପୂର୍ବରୁ ନିତିନ ଏକ ପ୍ରଫେସନାଲ୍ ଡ୍ରେଡରଙ୍କ ସମୟ ଦେଇ ଷ୍ଟକ ଟ୍ରେଡିଂ ବିଷୟରେ ଶିଖିଲେ । ଜେରୋଧା ବ୍ରୋକରେଜ ହାଉସ୍ କଂପାନୀ ଅଟେ । ଯେଉଁଠି ଲୋକେ ଅନଲାଇନ୍ ରେଜିଷ୍ଟ୍ରେସନ କରି ଟ୍ରେଡିଂ କରିଥାନ୍ତି ।

ସଫଳତାରେ ଥିଲା ଭାଇ ଓ ବନ୍ଧୁଙ୍କର ସହଯୋଗ –
ଜେରୋଧର ଆରମ୍ଭ କରିବା ପାଇଁ ନିତିନ କଂପାନୀକୁ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ , ବମ୍ବେ ଷ୍ଟକ୍ ଏକ୍ସଚେଂଜ ଓ ଏମସିଏକ୍ସ ରେ ରେଜିଷ୍ଟର କରାଇଲେ । ତାଙ୍କର କଂପାନୀକୁ ସଫଳ କରିବାରେ ଭାଇଙ୍କ ସହ କିଛି ବନ୍ଧୁ ସାମିଲ ହୋଇଥିିଲେ । ଏହାପରେ ନିତିନ ଆଉ ପଛକୁ ଫେରିଚାହିଁନଥିଲେ । ଚଢିଥିଲେ ସଫଳତାର ପାହାଚ । ଏବଂ ଆଜି ଜଣେ ସଫଳ କଂପାନୀର ସିଇଓ ରୂପେ କାର୍ଯ୍ୟକରୁଛନ୍ତି । ଅନେକଙ୍କର ସାଜିଛନ୍ତି ପ୍ରଶଂସାର ପାତ୍ର ।

ଜେରୋଧାରେ ପାଖାପାଖି ୮୭୫ ଜଣ ଲୋକ କାମ କରୁଛନ୍ତି –
ନିତିନ କାମତ ଙ୍କର କଂପାନୀରେ ଆଜି ପାଖାପାଖି ୮୭୫ ଜଣ ଲୋକ ଚାକିରି କରୁଛନ୍ତି । ଏଥିରେ ପାଖାପାଖି ୫୦ ଜଣ ଲୋକଙ୍କର ଟେକ୍ନିକଲ ଟିମ୍ ମଧ୍ୟ ସାମିଲ୍ ଅଛି । ନିତିନ ଆଜି ନିଜର ପରିଶ୍ରମ ଓ ଏକାଗ୍ରତା ବଳରେ ଦେଶର ସଫଳ କବ୍ୟବସାୟୀ ତାଲିକାରେ ନିଜର ନାମକୁ ସ୍ଥାନ ଦେଇଛନ୍ତି । ଏଥିପାଇଁ ୨୦୧୪ରେ ସିଆଇଆଇ ଇଂଜିନିୟରିଂ ଏଣ୍ଟ୍ରିପ୍ରିନିୟର ଆୱାର୍ଡ ତାଙ୍କୁ ମିଳିଥିଲା । ଏହାସହ ତାଙ୍କୁ ବିଏସଇ ଓ ଡିଏଣ୍ଡ ବି ବ୍ରୋକରେଜ୍ ପୁରସ୍କାର ମଧ୍ୟ ୨୦୧୪-୧୫ରେ ମିଳିଛି ।