ନୀତା ଅମ୍ବାନୀଙ୍କ ଦାମୀ ସଉକ : ଦିନକୁ ପିଅନ୍ତି ୩ଲକ୍ଷ ଟଙ୍କାର ଚା’

97

2ଚା’ ସହ ଦିନର ଆରମ୍ଭ କରିବା ଅଭ୍ୟାସ ଅନେକଙ୍କର ଅଛି । କିନ୍ତୁ କିଏ ଯଦି ପ୍ରତିଦିନ ସକାଳେ ୩ ଲକ୍ଷ ଟଙ୍କାର ଚା’ ପିଉଥାଏ କହିବା ତ ଏହା ବଡ ଅଜବ ଲାଗିବ । କେହି ବିଶ୍ୱାସ ବି କରିବେନି ଜଣେ ଚା’ ପାଇଁ ତିନି ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବ । କିନ୍ତୁ ଏ କଥା ସତ । ଆମ ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ଏଭଳି ୩ ଲକ୍ଷ ଟଙ୍କାର ଚା’ ପ୍ରତିଦିନ ସକାଳେ ପିଅନ୍ତି ।

3ଏହି କଥାକୁ କେହି ବି ଟାଳି ପାରିବେନାହିଁ ଯେ ,ଧନୀ ଲୋକଙ୍କ ଲାଇଫ ଷ୍ଟାଇଲ୍ ସାଧାରଣ ଲୋକଙ୍କ ଠାରୁ ଭିନ୍ନ ଥାଏ । ସେମାନଙ୍କର ରହିବା ,ଖାଇବା ,ଚାଲିଚଳନ ସବୁ ସ୍ୱତନ୍ତ୍ର । ସଉକ ବି ପୂରା ଅଲଗା । ନୀତା ଅମ୍ବାନୀ ଦେଶର ବଡ ବିଜିନେସ୍ ୱିମେନଙ୍କ ମଧ୍ୟରେ ଜଣେ ପରିଗଣିତ ହୁଅନ୍ତି । ଏହା ଛଡା ସେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ମାଲିକ। ଏଥିପାଇଁ ନୀତାଙ୍କ ଚା’ ପିଇବା ନେଇ ଚର୍ଚ୍ଚା । ନୀତା ଅମ୍ବାନୀ ସକାଳର ଚା’ ଜାପାନର ସବୁଠୁ ପୁରୁଣା କ୍ରୋକେରୀ ବ୍ରାଣ୍ଡ ନୋରିଟେକର କପରେ ପିଇଥାନ୍ତି । ଯେଉଁଥିରେ ଏହି ଗୋଟେ କପ୍ ଚା’ର ଦାମ ୩ ଲକ୍ଷ ଟଙ୍କା ।
54ନୀତା ଅମ୍ବାନୀଙ୍କ ଅନ୍ୟ ଦାମୀ ସଉକ –
ଖାଲି ଦାମୀ ଚା’ ନୀତା ଅମ୍ବାନୀ ପିଅନ୍ତି ନାହିଁ , ଦାମୀ ଷ୍ଟାଇଲିଷ୍ଟ ଜୋତା ମଧ୍ୟ ପିନ୍ଧିଥାନ୍ତି। ପୁଣି ଏହି ଯୋତାକୁ ସେ ଥରେ ମାତ୍ର ବ୍ୟବହାର କରିଥାନ୍ତି । ନୀତା ଅମ୍ବାନୀ ପିନ୍ଧୁଥିବା ଜୋତା ଗୁଡିକର ଦାମ୍ ମଧ୍ୟ କମ୍ ଦାମର ନୁହେଁ । ୧ ଲକ୍ଷରୁ ଆରମ୍ଭ ହୋଇଥାଏ ଜୋତାର ଦାମ୍ ।

ଏହାଛଡା ଦାମୀ ହାଣ୍ଡବ୍ୟାଗ୍ ଓ ଦାମୀ ହାତ ଘଡି ବ୍ୟବାହର କରିବା ମଧ୍ୟ ନୀତା ଅମ୍ବାନୀଙ୍କର ଏକ ସଉକ । ଏହି ହାଣ୍ଡବ୍ୟାଗର ଦାମ ମଧ୍ୟ ୪ଲକ୍ଷ ଟଙ୍କାରୁ ଆରମ୍ଭ । ତାଙ୍କର ଏଭଳି ଦାମୀ ସଉକକୁ ନେଇ ଖୁବ୍ ଚର୍ଚ୍ଚାରେ ନୀତା ଅମ୍ବାନୀ ।