ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା ! ‘ବିରଳରୁ ବିରଳତମ ଅପରାଧ’ କହିଲେ ସୁପ୍ରିମକୋର୍ଟ

31

ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ । ଯାହା ଥରାଇ ଦେଇଥିଲା ଭାରତ ସମେତ ସାରା ବିଶ୍ୱକୁ । ଦୁଷ୍କର୍ମକାରୀଙ୍କ ପଶୁତ୍ୱର ନଗ୍ନ ପ୍ରତିଛବି ଦେଖିବାକୁ ମିଳିଥିଲା ଏ ଘଟଣାରୁ । ଦୋଷୀଙ୍କୁ ଦଣ୍ଡାଦେଶ । ପୀଡିତାର ନ୍ୟାୟ ଜେଲ୍ ଦଣ୍ଡ ନୁହେଁ ଫାଶୀ ବୋଲି ସାରା ଜନତା କହୁଥିଲେ ।

ଫାଶୀ ଦଣ୍ଡାଦେଶ କାଏମ ରଖି କଣ କହିଲେ ସୁପ୍ରିମକୋର୍ଟ ?

ଆଜି ନିର୍ଭୟା ମାମଲାରେ ୪ଜଣ ଦୋଷୀଙ୍କ ଫାଶୀ ଦଣ୍ଡାଦେଶକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ ଏବଂ କହିଛନ୍ତି ‘ନିର୍ଭୟା ମାମଲାରେ ଦୋଷୀମାନେ କ୍ରୁର, ନୃଶଂସ ଓ ପଶୁତ୍ୱର କାର୍ଯ୍ୟ କରିଛନ୍ତି । ଏହା ମାନବିକତାର ଆତ୍ମାକୁ ଦୋହଲାଇ ଦେଇଛି । ସେମାନେ କେବେହେଲେ ଉଦାରତାର ଯୋଗ୍ୟ ନୁହଁନ୍ତି ’ ।

୩ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ବହୁଚର୍ଚ୍ଚିତ ମାମଲାର ରାୟରେ ଉଲ୍ଲେଖ କରିଛନ୍ତି , ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଏକ ବିରଳରୁ ବିରଳତମ ଅପରାଧନ୍ୟାୟକୁ ପ୍ରତିଷ୍ଠା କରିବା ପାଇଁ ଆମେ ଏପରି ସର୍ବଧିକ ଦଣ୍ଡ ଶୁଣାଇବାକୁ ବାଧ୍ୟ ହୋଇଛୁ