ବହୁ ଶୀଘ୍ର ନାସା ଏଲିୟନ୍ ଥିବାର ଖୁଲାସା କରିପାରେ !

41

ଏଲିୟନକୁ ନେଇ ସବୁବେଳେ ଚର୍ଚ୍ଚା ମୁଣ୍ଡ ଟେକିଛି । ଅନେକ କାହାଣୀ ଲେଖାଯାଇଛି ଓ ଚଳଚ୍ଚିତ୍ର ତିଆରି ହୋଇଛି । ଆଉ ଏବେ ଆମେରିକା ସ୍ପେସ୍ ଏଜେନ୍ସି ନାସାର ଏକ ସଫଳତା ଏଲିୟନ ଥିବାର ପ୍ରମାଣକୁ ମଜବୁତ୍ କରିଛି । ନବଭାରତ ଟାଇମ୍ସରେ ପ୍ରକାଶିତ ଖବର ଅନୁସାରେ, ନାସା ଖୁବ୍ ଶୀଘ୍ର ଏଲିୟନ୍ ସହ ଜଡିତ କିଛି ତଥ୍ୟକୁ ଘୋଷଣା କରିବାକୁ ଯାଉଛି । ଅନ୍ତରାଷ୍ଟ୍ରୀୟ ହାକିଂ ଗ୍ରୁପ୍ ଆନୋନିମସ୍ ଏହା ଦାବୀ କରି କହିଛି ।

ଆନୋନିମସ୍ ନିଜର ୱେବସାଇଟ୍ ରେ ଲେଖିଛି ‘ନାସା କହିଛି ଯେ , ଏଲିୟନ୍ ଆସୁଅଛି’ । ଆନୋନିମସର ଏହି ଦାବୀ ମିଛ ବି ହୋଇନପାରେ । ଏହି ଦାବୀର ଆଧାର ସ୍ୱରୂପ ନାସା ଦ୍ୱାରା ନିକଟରେ ଅନେକ ଅନୁଧ୍ୟାନ କରାଯାଇଛି । ନାସାର ଜଣେ ପ୍ରବକ୍ତା ଅପ୍ରେଲରେ ଆମେରିକା କଂଗ୍ରେସରେ ଏଲିୟନ ବିଷୟରେ ଅନୁଧ୍ୟାନ ସହ ଜଡିତ କିଛି ସଂକେତ ଦେଇଥିଲେ । ପ୍ରଫେସର ଥାମସ୍ ଜୁରବଗନ୍ କଂଗ୍ରେସ ସାମ୍ନାରେ କହିଛନ୍ତି ନିକଟରେ ନାସା ହାତରେ ଏଲିୟନ ବିଷୟରେ କିଛି ତଥ୍ୟ ମିଳିଛି । ନାସା ଶନିର ଚନ୍ଦ୍ରମାରେ ହାଇଡ୍ରୋଜେନ୍ ଥିବାର ପତ୍ତା ଲଗାଇଛି । ଏହା ସହ ହବଲ୍ସ ଟିମ୍ ବୃହସ୍ପତିର ଚନ୍ଦ୍ରମା ‘ୟୁରୋପା’ର ସମୁଦ୍ର ସହ ଜଡିତ କିଛି ବିଶେଷ ତଥ୍ୟ ହାସଲ କରିଛି । ଏହିସବୁ କୁ ନେଇ ପ୍ରଫେସର ଜୁରବଗନ୍ କହିଛନ୍ତି , ନାସା ଏଲିୟନ ଥିବାର ପ୍ରମାଣ ହାସଲ କରିବାର ନିକଟରେ ପହଁଚିସାରିଛି ।

ଆମେରିକାନ୍ ସାଇନ୍ସ,ସ୍ପେସ୍ ଆଣ୍ଡ୍ ଟେକ୍ନୋଲଜି ସମିତିରେ ପ୍ରଫେସର ଜୁରବଗନ୍ କହିଛନ୍ତି , ‘ ଏଲିୟନ ଥିବାର ପ୍ରମାଣ ଖୋଜିବା ପାଇଁ ଯେଉଁ ଯେଉଁ ଜିନିଷର ତିଆରି ହେଉଛି , ଏହାକୁ ଧ୍ୟାନରେ ରଖି ମୁଁ କହିପାରିବି ଯେ, ନାସା ମାନବ ଇତିହାସର ସବୁଠୁ ଗମ୍ଭୀର ଓ ଅଦ୍ଭୁତପୂର୍ବ ଆବିଷ୍କାର ପଥରେ ଆଗେଇଛି । ଆଉ ଖୁବ୍ ଶୀଘ୍ର ଏହାର ସଫଳତା ପାଇବାକୁ ଯାଉଛି ’।