ପୃଥିବୀକୁ ଏଲିୟନ କବଳରୁ ରକ୍ଷା ପାଇଁ ନାସା ଦେଉଛି ନିଯୁକ୍ତି ! ଦରମା ୧କୋଟି ୨୦ ଲକ୍ଷ

69

ପୃଥିବୀ ଉପରେ ଏଲିଏନଙ୍କ ଅବତରଣ । ହଲିଉଡ ଓ ବଲିଉଡ ଚଳଚ୍ଚିତ୍ରରେ ଏଭଳି ଅନେକ ଦୃଶ୍ୟ ଦେଖିବାକୁ ମିଳିଛି । ଏମିତିିକି ପୃଥିବୀ ବହାରର ଏହି ମଣିଷଙ୍କ ଅବସ୍ଥିତି ନେଇ ଅନେକ ଚର୍ଚ୍ଚା ବି ହୋଇଛି । ଏବେ କିନ୍ତୁ ଗ୍ରହ,ଉପଗ୍ରହ ଓ ମହାକାଶୀୟ ଗବେଷଣା କରୁଥିବା ନାସା ଏହି ଏଲିଏନଙ୍କ କବଳରୁ ପୃଥିବୀକୁ ରକ୍ଷା କରିବା ପାଇଁ ପ୍ରସ୍ତୁତ କରୁଛି ସ୍ୱତନ୍ତ୍ର ଯୋଜନା । ଏଲିଏନଙ୍କ ଉପରେ ନଜର ରଖିବାକୁ ଯାଉଛି ନାସା । ଯାହା ଏଲିଏନଙ୍କ ଅବସ୍ଥିତି ନେଇ ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ପୃଥିବୀ ବାହାରେ ଜୀବନର ଅସ୍ତିତ୍ୱ ଖୋଜା ଚାଲିଥବା ବେଳେ ଏଲିଏନଙ୍କ ଅବସ୍ଥିତି ଉପରେ ଆରମ୍ଭ ହେବାକୁ ଯାଉଛି ଏହି ଗବେଷଣା ।

ଏଥିପାଇଁ କିଛି ଅଭିଜ୍ଞ ବୈଜ୍ଞାନିକଙ୍କୁ ନିଜ ଟିମରେ ସାମିଲ କରିବ ନାସା । ବିଶେଷ କରି ଭୈାତିକ ବିଜ୍ଞାନ,ଗଣିତ ଓ ମହାକାଶ ତତ୍ୱ ଉପରେ ଅଭିଜ୍ଞତା ଥିବା  ଗବେଷକଙ୍କୁ ନିଯୁକ୍ତି ଦିଆଯିବ । ମାସିକ ପ୍ରାୟ ୨୦ କୋଟି ଟଙ୍କା ଦେଇ ଏହି ବିଶେଷଜ୍ଞଙ୍କୁ ନିଜ ଟିମରେ ସାମିଲ କରିବ ବିଶ୍ୱ ମହାକାଶ ଗବେଷଣା ସଂସ୍ଥା । ଅନ୍ୟ ଗ୍ରହର ବାସିନ୍ଦା ବା ଏଲିଏନ୍ ଠାରୁ ପୃଥିବୀକୁ ରକ୍ଷା କରିବା ସହ ଚନ୍ଦ୍ର ଓ ମଙ୍ଗଳ ଗ୍ରହ ଉପରେ ଏମାନେ ତୀକ୍ଷଣ ନଜର ରଖିବେ ।

ଏଥିପାଇଁ ନିଯୁକ୍ତ କରୁଛି ‘ପ୍ଲାନେଟାରୀ ପ୍ରୋଟେକ୍ସନ ଅଫିସର’ । ପୃଥିବୀକୁ ଏଲିୟନ୍ କବଳରୁ ରକ୍ଷା କରିବାକୁ କରାଯିବ ପ୍ରୟାସ । ନାସା ଏହି ପଦ ପାଇଁ ଲୋକଙ୍କ ଠାରୁ ଆବେଦନ ଆହ୍ୱାନ କରିଛି । ଏଥିପାଇଁ ନାସା ୧ଲକ୍ଷ ୮୭ ହଜାର ଡଲାରର ଦରମା ଦେବ । ଯାହା ଭାରତୀୟ ମୁଦ୍ରାରେ ୧କୋଟି ୧୯ଲକ୍ଷ ୨ହଜାର ୨୨୯ ଟଙ୍କା ଅଟେ । ନାସା ଏମିତି ଲୋକଙ୍କୁ ଆବେଦନ କରିବାକୁ ସୂଚନା ଦେଇଛି ,ଯେଉଁମାନେ ଏଲିଅନ୍ ଆକ୍ରମଣରୁ ପୃଥିବୀକୁ ରକ୍ଷା କରିପାରିବେ । ଆପଣ ହଲିଉଡର ଅନେକ ଫିଲ୍ମ ଦେଖିଥିବେ , ଯେଉଁଥିରେ ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣେ ବ୍ୟକ୍ତିକୁ ଏଲିୟନର ଆକ୍ରମଣ ଓ ତାଙ୍କ ଆସିବାର ଆଭାସ ମିଳିଥାଏ ଏବଂ ମହାକାଶ ସମ୍ବନ୍ଧୀୟ କିଛି ସୂଚନା ଜାଣିଥିବେ ।

ଏବେ ନଜର ପାକନ୍ତୁ କେମିତି ଓ କିଭଳି ଢଙ୍ଗରେ ଅନ୍ୟ ଗ୍ରହର ବାସିନ୍ଦା ବା ଏଲିଏନ୍ଙ୍କ ଉପରେ ନଜର ରଖିବ ଏହି ସ୍ୱତନ୍ତ୍ର ମହାକାଶ ଗବେଷଣାକାରୀ ଦଳ ।

• ବୈଜ୍ଞାନିକମାନେ ପୃଥିବୀ ଓ ଏହାର ଆଖ ପାଖ ପରିଧି ଉପରେ ନଜର ରଖିବେ
• ମହାକାଶରେ ଆକାଶଗଙ୍ଗାର ପରିଧିରେ ଆସୁଥିବା ତରଙ୍ଗ ଗୁଡିକୁ ଯାଁଚ କରିବେ
• ପୃଥିବୀର ନିକଟତମ ଗ୍ରହ ବୁଧ,ଶୁକ୍ର ଓ ମଙ୍ଗଳ ସମେତ ଚନ୍ଦ୍ରପୃଷ୍ଠର ଅନୁଧ୍ୟାନ କରିବେ
• ବିଭିନ୍ନ ସମୟରେ ଗବେଷଣାକାରୀ ଦଳ ମହାକାଶ ଯାତ୍ରା କରି ସ୍ଥିତି ଅନୁଧ୍ୟାନ କରିବେ

ଏଥିରେ ନାସା କୋତୋଟି ନିଯୁକ୍ତି ଦେବ ?
ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ତଥ୍ୟ ଅନୁସାରେ , ଏହି ନିଯୁକ୍ତି ପାଇଁ କେବଳ ୨ଟି ପୋଷ୍ଟ ରହିଛି । ଗୋଟିଏ ନାସାରେ ଓ ଅନ୍ୟଟି ୟୁରୋପିଆନ୍ ସ୍ପେସ୍ ଏଜେନ୍ସିରେ ରହିଛି । ଏହା ଛଡା ସାରା ବିଶ୍ୱରେ ଏପରି ଜବ୍ ପ୍ରୋଫାଇଲ୍ ଭଳି ନିଯୁକ୍ତି ନାହିଁ । ନାସା ଏହି ନିଯୁକ୍ତି ପାଇଁ ୧ଲକ୍ଷ ୮୭ହଜାର ଡଲାରର ବେତନ ସ୍ଥିର କରିଛି ଏବଂ ଏହି ପଦର ନାଁ ‘ପ୍ଲାନେଟାରୀ ପ୍ରୋଟେକ୍ସନ ଅଫିସର’ ରଖିଛି ।

ଏହି ପଦ ପାଇଁ ଯୋଗ୍ୟତା –
ଏହି ‘ପ୍ଲାନେଟାରୀ ପ୍ରୋଟେକ୍ସନ ଅଫିସର’ ପଦ ପାଇଁ ନାସା ନିର୍ଦ୍ଦିଷ୍ଟ ଯୋଗ୍ୟତା ରଖିଛି । ଆବେଦନକାରୀଙ୍କର ଅତିକମରେ ମହାକାଶ ବିଜ୍ଞାନ ସମ୍ବନ୍ଧରେ ଏକ ବର୍ଷର ଅଭିଜ୍ଞତା ଥିବ । ଏହା ସହ ଶୀର୍ଷ ସ୍ତରୀୟ ଅଣସୈନିକ ସରକାରୀ କର୍ମଚାରୀ ଭାବେ ଅନୁଭବ ଥିବା ଦରକାର । ଏହା ଛଡା ଗ୍ରହର ସୁରକ୍ଷା କେମିତି ହୋଇପାରିବ , ଏହା ବିଷୟରେ ଉନ୍ନତ ଜ୍ଞାନ ଥିବା ଜରୁରୀ । ଚନ୍ଦ୍ର ଓ ମଙ୍ଗଳ ଗ୍ରହର ବାତାବରଣକୁ ଭଲଭାବେ ଜ୍ଞାନଥିବ ଏବଂ ଇଂଜିନିୟରିଂ , ଭୌତିକ ବିଜ୍ଞାନ କିମ୍ବା ଗଣିତ କ୍ଷେତ୍ରରେ ଭଲ କ୍ୟାରିୟର ଡିଗ୍ରୀ ଥିବ ।

(ସୌଜନ୍ୟ-ଟାଇମ୍ସ ଅଫ୍ ଇଣ୍ଡିଆ )