ନିର୍ବାଚନ ଲଢିବେ ନାଗାଲାଣ୍ଡର ବିୟୁଟି କୁଇନ !

24

2୨୧ ବର୍ଷ ବୟସର ଇମ୍ଲିବେଂଲା । ପିନ୍ଧିଛନ୍ତି ନାଗାଲାଣ୍ଡର ବିୟୁଟି କୁଇନ୍ ମୁକୁଟ । କିନ୍ତୁ ଏତେ କମ୍ ବୟସରେ ବି ସେ ରାଜନୀତିରେ ପାଦ ଥାପିବାକୁ ପ୍ରସ୍ତୁତ ହେଲେଣି । ନିକଟରେ ହୋଇଥିବା ମିସ୍ ସୁପର ଟାଲେଂଟ ୱର୍ଲ୍ଡ ପ୍ରତିଯୋଗିତାର ସେକେଣ୍ଡ ରନର୍ସ ଅପ୍ ରହିଥିଲେ ।

3ଇମ୍ଲିବେଂଲା ନାଗାଲାଣ୍ଡର ମ୍ୟୁନିସପାଲ କାଉଂସିଲ ପାଇଁ ଅଙ୍ଗୋଜା ୱାର୍ଡରୁ ନିର୍ବାଚନ ଲଢିବେ । ସେ ଟୁରିଜିମ୍ ଓ ହ୍ୟୁମିନିଟିର ବ୍ରାଣ୍ଡ ଆମ୍ବାସାଡାର ମଧ୍ୟ ରହିଛନ୍ତି । ମୁଖ୍ୟ କଥା ହେଲା ଇମ୍ଲିବେଂଲା କୈାଣସି ମହିଳା ସିଟରୁ ନିର୍ବାଚନ ନ ଲଢି ଜେନେରାଲ ସିଟରେ ନିର୍ବାଚନ ଲଢିବାକୁ ଚାହିଁଛନ୍ତି । ତାଙ୍କର ଏଭଳି ପ୍ରତିକ୍ରିୟାରେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ଚାଲିଛି । ଅନେକ ବିଶ୍ୱାସ ବି କରିପାରୁନାହାଁନ୍ତି ଏତେ କମ୍ ବୟସରେ କେମିତି ରାଜନୀତିର ଖେଳ ଖେଳିବେ ଇମ୍ଲିବେଂଲା । ପୂର୍ବରୁ ରାଜନୀତିରେ କୈାଣସି ଅଭିଜ୍ଞତା ଓ ଅନୁଭବ ନଥିବା ଇମ୍ଲିବେଂଲାଙ୍କ ଏବେ ଖୁବ୍ ଜୋରରେ ପ୍ରସ୍ତୁତି ଆରମ୍ଭ କଲେଣି । ତାଙ୍କର ସାହସକୁ ସମସ୍ତେ ତାରିଫ କରୁଛନ୍ତି ।

ଇମ୍ଲିବେଂଲା ନ୍ୟାସନାଲ ଓ ଇଂଟରନ୍ୟାସନାଲ ବିୟୁଟି ପ୍ରତିଯୋଗିତା ଜିତିବାର ନାଗାଲାଣ୍ଡର ପ୍ରଥମ ମହିଳା ଅଟନ୍ତି । ବର୍ତ୍ତମାନ ସେ ବି.ଏ ଏଲଏଲବିରେ ପଢୁଛନ୍ତି ।