ବସ୍ତିରେ ପହଂଚୁଛି ବର୍ଦ୍ଦି : ମୁମ୍ବାଇର ପୁଲିସ ଦିଦି

45

after-a-rape-in-his-area-this-mumbai-cop-started--2-9787-1465208623-7_dblbigଦେହରେ ଖାକି ବର୍ଦ୍ଦି । ମନରେ ପୁରା ଜୋଶ୍ । ବୁଲୁଛନ୍ତି ଏ ବସ୍ତିରୁ ସେ ବସ୍ତି । ଭେଟୁଛନ୍ତି ସବୁବର୍ଗର ଝିଅଙ୍କୁ। ଆଉ ସେମାନଙ୍କ ମନରେ ଭରିଦେଉଛନ୍ତି ସାହସ। ଆଉ ଏମାନଙ୍କୁ ସାରା ମୁମ୍ବାଇ ଡାକୁଛି ପୁଲିସ ଦିଦି।

ପାଖାପାଖି ହଜାରେ ମହିଳା ପୁଲିସଙ୍କୁ ନେଇ ମୁମ୍ବାଇ ପୁଲିସ ଗଠନ କରିଛି ଏହି ଟିମ୍। ମୁମ୍ବାଇର ସବୁ ବସ୍ତି ଅଂଚଳକୁ ବୁଲୁଛି ଏହି ଟିମ୍। ଝିଅମାନଙ୍କ ପାଖକୁ ଯାଇ ବୁଝୁଛି ସେମାନଙ୍କ ସୁବିଧା ଓ ଅସୁବିଧା। ଝିଅମାନଙ୍କ ପ୍ରତି କୈାଣସି ଯୋ÷÷ନ ଶୋଷଣକୁ ସିଧାସଳଖ ଅନୁଭବ କରୁଛନ୍ତି ଏହି ପୁଲିସ ବାବୁଆଣିମାନେ।

22ପାଖାପାଖି ୯୩ଟି ପୁଲିସ ଷ୍ଟେସନର ପୁଲିସ ଅଧିକାରୀମାନେ ସାମିଲ ଅଛନ୍ତି ଏହି ଯୋଜନାରେ। ଦେଖିବାକୁ ମିଳୁଛି ଯେ ଝିଅମାନେ ବି ଖୁଲମଖୁଲା ଭାବେ ଏହି ପୁଲିସ ଦିଦିମାନଙ୍କ ପାଖରେ ସେମାନଙ୍କ ମନ କଥା କହୁଛନ୍ତି। ନୂଆ କରି ପ୍ରଣୟନ ହୋଇଥିବା ପୋସ୍କୋ ନିୟମ ବିଷୟରେ ବି ଅଭିଭାବକମାନଙ୍କୁ ବି ସଚେତନ କରାଉଛନ୍ତି।