୧୧ବର୍ଷୀୟା ସ୍କୁଲ୍ ଛାତ୍ରୀ ଟ୍ରମ୍ପଙ୍କୁ ଲେଖିଲେ ଚିଠି ! ଜଳବାୟୁ ପରିବର୍ତ୍ତନ ନେଇ ଚିଠି ଭାଇରାଲ

69

ପ୍ୟାରିସ୍ ଜଳବାୟୁ ଚୁକ୍ତିରୁ ପଛକୁ ହଟିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ଚିଠି । ଆଉ ଏହି ଚିଠିକୁ ଲେଖିଛନ୍ତି ୧୧ବର୍ଷୀୟା 60816820ସ୍କୁଲ୍ ଛାତ୍ରୀ । ଏହି ସ୍କୁଲ ଛାତ୍ରୀ ଟ୍ରମ୍ପଙ୍କୁ ଚିଠିରେ କହିଛନ୍ତି , ଜଳବାୟୁ ପରିବର୍ତ୍ତନର ସମସ୍ୟା ବାସ୍ତବିକ୍ ଅଟେ ଏବଂ ଏହାର ସମାଧାନ ମଧ୍ୟ ଖୋଜିବାକୁ ପଡିବ । ପାଉଲା ନାମକ ଏହି ଛୋଟ ପିଲାଟି ଲେଖିଛନ୍ତି, ‘ମିଷ୍ଟର ପ୍ରେସିଡେଣ୍ଟ, ଜଳବାୟୁ ପରିବର୍ତ୍ତନ ବାସ୍ତବିକ ଅଟେ । ଆମ ପାଖରେ ଗୋଟିଏ ଗ୍ରହ ପୃଥିବୀ ଅଛି । ’

facebookପାଉଲାର ଏହି ଚିଠି ଏବେ ଭାଇରାଲ ସାଜିଛି । ଏହି ଚିଠିକୁ ଅଷ୍ଟ୍ରିୟାର ରାଷ୍ଟ୍ରପତି ଆଲେକଜାଣ୍ଡର ବେନ୍ ଡେର ବେଲେନ୍ ବ୍ୟକ୍ତିଗତ ରୂପରେ ଟ୍ରମ୍ପଙ୍କ ପାଖରେ ପହଁଚାଇଛନ୍ତି । କୁରିୟର ଡଙ୍କ୍ ଏଟ୍ ର ଅନୁସାରେ , ‘ଆଲେକଜାଣ୍ଡର ବେନ୍ ଡେର ବେଲେନ ହାତରେ ଲେଖାଯାଇଥିିବା ଏହି ଚିଠିକୁ ସଂଯୁକ୍ତ ରାଷ୍ଟ୍ର ମହାସଭାର ମିଟ୍ ଆଣ୍ଡ ଗ୍ରିଟ୍ ରିସେପସନ ସମୟରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଦେଇଥିଲେ ।’ ଅଷ୍ଟ୍ରିୟାର ରାଷ୍ଟ୍ରପତି ପାଉଲାଙ୍କ ଚିଠିର ଛବି ଫେସବୁକରେ ସେୟାର ମଧ୍ୟ କରିଛନ୍ତି । ଆଉ ଏହା ଖୁବ୍ ଭାଇରାଲ ହୋଇଛି ।
ଚିଠିରେ ପାଉଲା ଲେଖିଛନ୍ତି –

‘ ଡିୟର ମିଷ୍ଟର ପ୍ରେସିଡେଣ୍ଟ,
ମୋ ନାଁ ପାଉଲା । ମୁଁ ୧୧ ବର୍ଷର ପିଲା । ଅଷ୍ଟ୍ରିଆରେ ରହୁଛି । ମୁଁ ଏହି ଚିଠିକୁ ଏଥିପାଇଁ ଆପଣଙ୍କୁ ଲେଖୁଛି କି ମୋତେ ଆପଣଙ୍କୁ କିଛି ମହତ୍ୱପୂର୍ଣ୍ଣ କଥା କହିବାର ଅଛି । ଯଦି ଆପଣ କିଛି ସମୟ ବାହାର କରିବେ ମୁଁ ଖୁସି ହେବି । ମିଷ୍ଟର ପ୍ରେସିଡେଣ୍ଟ , ଜଳବାୟୁ ପରିବର୍ତ୍ତନ ବାସ୍ତବିକ ଅଟେ । ଲୋକମାନେ ଦୁନିଆ ସାରା ଏହାକୁ ଜାଣୁଛନ୍ତି । ଯେତେବେଳେ ଆମର ଜଳବାୟୁ ବଦଳୁଛି ତ ସମସ୍ତେ ଏହା ଦ୍ୱାରା ପ୍ରଭାବିତ ହେଉଛେ । ଆପଣ ମଧ୍ୟ ଆଉ ମୁଁ ମଧ୍ୟ । ଆମେରିକା ରେ ରହୁଥିବା ଲୋକମାନେ ମଧ୍ୟ । ଅଷ୍ଟ୍ରିଆ, ଚୀନ ଓ ନରୱେରେ ମଧ୍ୟ । ଆଉ ବଡ ଓ ଛୋଟ ସହର ମଧ୍ୟ ଏହି ଜଳବାୟୁ ପରିବର୍ତ୍ତନରେ ପ୍ରଭାବିତ ହୋଇଥାନ୍ତି । ଆପନ ଓ ବିଶ୍ୱର ଅନ୍ୟ ନେତାମାନେ କୃପା କରି ଜଳବାୟୁ ପରିବର୍ତ୍ତନର ସମାଧାନ ବାହାରକାରିବା ପାଇଁ ମିଳିମିଶି କାମ କରନ୍ତୁ । ଏହି ସମୟ ଆମର ଭବିଷ୍ୟତକୁ ସୁରକ୍ଷିତ କରିବ ପାଇଁ । ଆମ ପାଖରେ କେବଳ ଗୋଟିଏ ପୃଥିବୀ ।
ମୋ ଚିଠି ପଢିବା ପାଇଁ ଧନ୍ୟବାଦ ,

ମିଷ୍ଟର ପ୍ରେସିଡେଣ୍ଟ ଆପଣଙ୍କର ପାଉଲା ’

(ସୌଜନ୍ୟ-ନବଭାରତ ଟାଇମ୍ସ)