ତକିଆର ଦାମ୍ ୩୬ ଲକ୍ଷ ! ନିଦ ସମ୍ବନ୍ଧୀୟ ରୋଗରୁ ଦେବ ମୁକ୍ତି

36

ଆପଣ ନିତି ଶୋଇଲା ବେଳେ ତକିଆ ବ୍ୟବହାର କରୁଥିବେ । ଏହା ସମସ୍ତଙ୍କର ଅଭ୍ୟାସ । ଅନେକ ପ୍ରକାରର ଦାମୀ ତକିଆ ନିଶ୍ଚୟ ବ୍ୟବହାର କରୁଥିବେ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ , ଏକ ତକିଆର ଦାମ୍ ୩୬ ଲକ୍ଷ ଟଙ୍କା ।

ଅମର ଉଜାଲାରେ ପ୍ରକାଶିତ ତଥ୍ୟ ଅନୁସାରେ , ଏହି ତକିଆ ବିଶ୍ୱର ସବୁଠୁ ମହଙ୍ଗା ତକିଆ ଅଟେ । ଏହା ନିଲମ , ସୁନା ଓ ହୀରା ଧାତୁ ଖଚିତ । ଏହାକୁ ନେଦରଲ୍ୟାଣ୍ଡର ଫିଜିଓ ଥେରାପିଷ୍ଟ ‘ଥିଜ୍ସ ୱେଣ୍ଡର ହିଲଷ୍ଟ’ ତିଆରି କରିଛନ୍ତି । ଆଉ ୧୫ ବର୍ଷର ଏକ ଲମ୍ବା ପରିଶ୍ରମ ଓ ରିସର୍ଚ୍ଚ ପରେ ତିଆରି ହୋଇଛି ଏ ତକିଆ ।

ଏହାର ନିର୍ମାତା ହିଲଷ୍ଟ କୁହନ୍ତି ଏହାକୁ ବ୍ୟବହାର କଲେ ବ୍ୟକ୍ତିର ନିଦ ସମ୍ବନ୍ଧିୟ ସମସ୍ୟା ଦୂର ହୋଇଯିବ । ଏହାକୁ ଏକ ପ୍ରସିଦ୍ଧ ଅନ୍ତରାଷ୍ଟ୍ରୀୟ ବ୍ରାଣ୍ଡର ବକ୍ସରେ ରଖାଯାଇଛି ।

ଏହାସହ ମଧ୍ୟ ପଢନ୍ତୁ – ଇଣ୍ଡିଗୋ ଏୟାର ଲାଇନ୍ସର ସମର ସ୍ପେଶାଲର ସେଲ୍ ! ୮୯୯ ଟଙ୍କାରେ ନିଅନ୍ତୁ ବିମାନରେ ଉଡିବାର ମଜା