ବିଶ୍ୱର ସବୁଠୁ ମହଙ୍ଗା ସ୍କୁଲ୍ : ବର୍ଷକୁ ଫିସ୍ ଦେବାକୁ ପଡେ ୧କୋଟି ୩୫ଲକ୍ଷ !

41

ଆଜିର ଏ ମହଙ୍ଗା ଯୁଗରେ ସବୁ ଜିନିଷର ଦର ବୃର୍ଦ୍ଧିକୁ ନେଇ ଚଳିବା ଯେ କେତେ କଷ୍ଟକର ଏହା ନିଶ୍ଚୟ ଆପଣ ଅନୁଭବ କରୁଥିବେ । ଆଜିକାଲି ସହରରେ ପିଲାଙ୍କ ପାଠ ପଢାରେ ଅନେକ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି । ହେଲେ ବିଶ୍ୱରେ ଏମିତି ଏକ ସ୍କୁଲ ଅଛି ଯାହାର ସ୍କୁଲ ଦରମା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସ୍ୱିଜରଲ୍ୟାଣ୍ଡରେ ଅଛି ଏମିତି ଏକ ସ୍କୁଲ୍ ।

ଇଣ୍ଟରନ୍ୟାସନାଲ ବୋର୍ଡିଂ ସ୍କୁଲ ଇନଷ୍ଟିଚ୍ୟୁଟ୍ ଅଫ୍ ଲେ ରୋଜେ ନାମକ ଏହି ପ୍ରସିଦ୍ଧ ବିଦ୍ୟାଳୟରେ ଛାତ୍ରଙ୍କୁ ଦେବାକୁ ହୁଏ ବର୍ଷକୁ ଦରମା ୧କୋଟି ୩୫ ଲକ୍ଷ । ଏଥିରେ ଏକାଡେମିକ୍ ଫିସ୍ , ବୋର୍ଡିଂ ଫିସ୍ ,ଲଜିଂ ଆଦି ଖର୍ଚ୍ଚ ସବୁ ମିଶିଥାଏ । ଏହି ସ୍କୁଲର ସ୍ଥାପନା ୧୮୮୦ରେ ପଲ ଏମିଲି କର୍ଣ୍ଣଲ କରିଥିଲେ । ଏହି ସ୍କୁଲରେ ମାତ୍ର ୫ଜଣ ଛାତ୍ରଙ୍କ ପାଇଁ ଜଣେ ଶିକ୍ଷକ ନିଯୁକ୍ତ ଥାଆନ୍ତି । ସବୁ ଛାତ୍ର ବୋର୍ଡିଂ ହାଉସରେ ରୁହନ୍ତି । ଏହା ସ୍କୁଲ କ୍ୟାମ୍ପସ ଭିତରେ ଅଛି । ଏଠାରେ ଛାତ୍ରଙ୍କୁ ଖେଳିବାର ସୁବିଧା ମଧ୍ୟ ଦିଆଯାଏ । ବିଶ୍ୱର ଏହି ଆକର୍ଷଣୀୟ ମହଙ୍ଗା ସ୍କୁଲଟିକୁ ପାହାଡ ମଝିରେ ତିଆରି କରାଯାଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –

ଏହାସହ ମଧ୍ୟ ପଢନ୍ତୁ- ଟେଲିନର କଂପାନୀର ଧମାକା ଅଫର ! ୪୭ଟଙ୍କାରେ ଗ୍ରାହକ ପାଇବେ ୫୬ଜିବି ୪ଜି ଡାଟା