ଦିଲ୍ଲୀର ହାଇଦ୍ରାବାଦ ହାଉସରେ କାହିଁକି ହସିଲେ ପ୍ରଧାନମନ୍ତ୍ରୀ : ମୋଦି-ଶେଖ ହସିନାଙ୍କ ହସକୁ ନେଇ ଚର୍ଚ୍ଚା

21

କନକ ବ୍ୟୁରୋ : ଦିଲ୍ଲୀର ହାଇଦ୍ରାବାଦ ହାଉସରେ କାହିଁକି ହସିଲେ ପ୍ରଧାନମନ୍ତ୍ରୀ ମୋଦି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ ପରେ ଖୁବ ଜୋରରେ ହସିଲେ ଉଭୟ ପ୍ରଧାନମନ୍ତ୍ରୀ ।

ଶନିବାର ଦୁଇ ଦେଶ ମଧ୍ୟରେ ୨୨ଟି ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷର ହୋଇଛି । ଆଉ ହାଇଦ୍ରାବାଦ ହାଉସରେ ଏହି ଚୁକ୍ତି ସ୍ୱାକ୍ଷର ହେବା ପରେ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ ଦୁଇ ନେତା । ଠିକ ଏହା ପରେ କାର୍ଯ୍ୟକ୍ରମ ସଂଚାଳନ କରୁଥିବା ବ୍ୟକ୍ତି ଉଦଘୋଷଣା କଲେ ଯେ, ମୁଁ ଏବେ ଦୁଇ ନେତାଙ୍କୁ ମଂଚରୁ ଓହ୍ଲାଇବାକୁ ଅନୁରୋଧ କରିବି । ତେବେ ସେ ଇଂରାଜୀରେ କହିଥିଲେ ‘ମେ ଆଇ ରିକ୍ୱେଷ୍ଟ ଦ ଟୁ ପ୍ରାଇମିନିଷ୍ଟର ଟୁ ନାଓ ପ୍ଲିଜ ଷ୍ଟେପ ଡାଉନ’ । ଇଂରାଜୀରେ ଷ୍ଟେପ ଡାଉନ ଅର୍ଥାତ ପଦ ଛାଡିବା । ତେଣୁ ଏଭଳି ଉଦଘୋଷଣାରେ ହସିଥିଲେ ପ୍ରଧାନମନ୍ତ୍ରୀ । ଆଉ ପରେପରେ ହସିଥିଲେ ବି ବାଂଲାଦେଶ ପ୍ରଧାନମନ୍ତ୍ରୀ । ଏହାକୁ ନେଇ କିଛି ସମୟ ପାଇଁ ହାଇଦ୍ରାବାଦ ହାଉସରେ ହସ ଲାଗିରହିଥିଲା ।