ମୋଦି ଦେଖିଲେ ସ୍ୱପ୍ନ !୨୦୩୨ ସୁଦ୍ଧା ସମସ୍ତଙ୍କୁ ଘର, ଏସି ଆଉ କାର୍

42

ଆଗାମୀ ୧୫ ବର୍ଷ ମଧ୍ୟରେ ଦେଶରେ ସମସ୍ତଙ୍କ ପାଖରେ ଘର, ଏସି ଆଉ କାର୍ ଥିବ । ନ୍ୟୁ ଇଣ୍ଡିଆ ପ୍ଲାନ୍ ମାଧ୍ୟମରେ ମୋଦି କିଛି ଏଭଳି ଢଙ୍ଗରେ ସ୍ୱପ୍ନ ଦେଖିଛନ୍ତି । ରବିବାର ପ୍ଲାନିଂ କମିଶନ ଉପସ୍ଥାପନ କରିଥିବା ଭିଜନ ଡକ୍ୟୁମେଂଟରୁ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଛି ।

ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଗଭର୍ଣ୍ଣିଂ କାଉନସିଲ ବୈଠକରେ ଭିଜନ ୨୦୩୧-୩୨ର ଝଲକ ଦେଖିବାକୁ ମିଳିଥିଲା । ଯୋଜନା କମିଶନର ଉପାଧ୍ୟକ୍ଷ ଏବାବଦରେ ଦେଇଥିଲେ ବିଶଦ ସୂଚନା । ସଡକ ଯୋଗାଯୋଗକୁ ଆହୁରି ବଢାଇବା, ରେଳବାଇର ସ୍ଥିତି ମଜଭୁତ କରିବା ଭଳି ଦିଗ ଉପରେ ଜୋର ଦିଆଯାଇଥିଲା । ଏହି ସମୟ ମଧ୍ୟରେ ଆୟକୁ ୩ ଗୁଣ ବଢାଇବା ଭଳି ଗୋଲାପୀ ଚିତ୍ର ମଧ୍ୟ ଉପସ୍ଥାପନ କରାଯାଇଥିଲା । ୨୦୩୧-୩୨ ସୁଦ୍ଧା ପ୍ରତି ବ୍ୟକ୍ତିର ଆୟ ୩ ଲକ୍ଷ ୧୪ ହଜାର ପହଂଚିବ । ଏହି ସମୟ ମଧ୍ୟରେ ଦେଶର ଅର୍ଥନୀତିକୁ ୪ ଗୁଣା ବଢାଇବାକୁ ଯୋଜନା ରହିଛି ।