ଦୁଇ ଦିନର ଜାତୀୟ କାର୍ଯ୍ୟକାରିଣୀ : ମୋଦିମୟ ଭୁବନେଶ୍ୱର

27

ଏପ୍ରିଲ ୧୫ରୁ ଆରମ୍ଭ ହୋଇଯାଇଛି ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ । ମାହୋଲ ମୋଦିମୟ ହୋଇଯାଇଛି । ଭୁବନେଶ୍ୱର ଜନତା ମୋଦିଙ୍କ ଝଲକ ପାଇବାକୁ ବ୍ୟଗ୍ର । ଅନେକ ମଧ୍ୟ ଭୁବନେଶ୍ୱର ଆଖପାଖ ଓ ଦୂରଦୂରାନ୍ତ ଅଂଚଳରୁ ଆସିଛନ୍ତି ମୋଦିଙ୍କୁ ଦେଖିବାକୁ । ୧୬ ତାରିଖ ସକାଳୁ ମୋଦି ପ୍ରଥମେ ଲିଙ୍ଗରାଜ ପ୍ରଭୁଙ୍କୁ ଦର୍ଶନ କରି , ରାଜଭବନ ଯାଇଥିଲେ । ସେଠାରେ ସ୍ୱାଧୀନତା ସଂଗ୍ରାମୀ ଦାୟାଦଙ୍କୁ ଉତ୍ତରୀୟ ଦେଇ ସମ୍ମାନୀତ କରିଥିଲେ ।

ଓଡିଶାରେ ଦେଖିବାକୁ ମିଳିଲା ମୋଦିଙ୍କ ବାରଣାସୀ ଷ୍ଟାଇଲ୍ । ୟୁପି ଶେଷ ପର୍ଯ୍ୟାୟ ଭୋଟରେ ଶକ୍ତି ପ୍ରଦର୍ଶନ କରିଥିଲେ ମୋଦି । ଏବେ ଓଡିଶାରେ ସମାନ ଢଙ୍ଗରେ ରୋଡ ସୋ କରିଛନ୍ତି । ଆସନ୍ତା କାଲି ବିମାନବନ୍ଦରରେ ଜନତା ମଇଦାନ ଆସୁଥିବା ବେଳେ ଲୋକଙ୍କ ଭିଡ ଜମିଥିଲା ମୋଦିଙ୍କୁ ଦେଖିବାକୁ । ମୋଦି ବୁଲେଟ ପ୍ରୁଫ୍ ଗାଡିରୁ ବାହାରି ,ବ୍ୟାରିକେଡ ପାଖକୁ ଚାଲିଆସି ଥିଲେ । ଲୋକଙ୍କର ପ୍ରିୟ ଲୋକ ପାଲଟି ଯାଇଥିଲେ । ପୂରା ଦୃଶ୍ୟକୁ ଦେଖି ଲାଗୁଥିଲା ଯେମିତି ଓଡିଶାରେ ବିଜେପି କ୍ଷମତା ଦଖଲର ମୂଳଦୁଆ ପକାଇବାର ଶକ୍ତି ପ୍ରଦର୍ଶନ କରିୁଛି ।