ବିବାଦରେ ଶିକ୍ଷାମନ୍ତ୍ରୀ ସୈତ : ଟିପୁ ଜୟନ୍ତୀ କାର୍ଯ୍ୟକ୍ରମରେ ମୋବାଇଲରେ ଦେଖୁଥିଲେ ଅଶ୍ଳୀଳ ଫଟୋ

32

3କର୍ଣ୍ଣାଟକର ଶିକ୍ଷାମନ୍ତ୍ରୀ ତନବୀର ସୈତକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଟିପୁ ଜୟନ୍ତୀ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ନିଜ ମୋବାଇଲରେ ଦେଖୁଥିଲେ ଯୁବତୀଙ୍କର ଅଶ୍ଳୀଳ ଫଟୋ । ଏହା କଏଦ ହୋଇଛି କ୍ୟାମେରାରେ । ଏହି ଭିଡିଓ ସାମ୍ନାକୁ ଆସିଲା ପରେ ଏବେ ବିବାଦରେ ଫସିଛନ୍ତି ଶିକ୍ଷାମନ୍ତ୍ରୀ ତନବୀର ସୈତ । ବିରୋଧି ଦଳ ସଂପୃକ୍ତ ଶିକ୍ଷା ମନ୍ତ୍ରୀଙ୍କର ଇସ୍ତଫା ଦାବି କରିଛନ୍ତି ।

ଉତ୍ତର କର୍ଣ୍ଣାଟକର ରାୟଚୁରରେ ଗୁରୁବାର ଦିନ ଟିପୁ ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ ତନବୀର ସୈତ ସାମିଲ ହୋଇଥିଲେ । ମଂଚ ଉପରେ ବସି ସୈତ ନିଜ ମୋବଇଲରେ ଅଶ୍ଳୀଳ ଫଟୋ ଦେଖୁଥିଲେ । ଏହାର ଭିଡିଓ କନ୍ନଡ ନ୍ୟୁଜ୍ ଚ୍ୟାନେଲରେ ପ୍ରସାରିତ ହେବା ପରେ ବିବାଦିତ ହୋଇଛନ୍ତି ସୈତ । ବିଜେପି ଶିକ୍ଷାମନ୍ତ୍ରୀଙ୍କର ଇସ୍ତଫା ଦାବି କରିଛି ।

ବିଧାନସଭାରେ ବିରୋଧି ଦଳର ନେତା ଜଗଦୀଶ ଶେଟ୍ଟାର କହିଛନ୍ତି – “ଏହା ଏକ ଲଜ୍ଜାକର ଘଟଣା । ଶିକ୍ଷାମନ୍ତ୍ରୀ ହୋଇ ଏଭଳି ଲଜ୍ଜାକର କାଣ୍ଡ କରିବାର ,ଏହାକୁ ରାଜ୍ୟର ଅନେକ ଛାତ୍ର ଓ ଶିକ୍ଷକ ଦେଖୁଛନ୍ତି ” । କିନ୍ତୁ ଏ ଘଟଣାକୁ ଶିକ୍ଷାମନ୍ତ୍ରୀ ତନବୀର ମାନି ନାହାଁନ୍ତି । ସେ ମୋବାଇଲରେ ଆସିଥିବା ୱାଟସ୍ ଆପ୍ ମେସେଜ ଦେଖୁଥିଲେ ବୋଲି କହିଛନ୍ତି ।

ଏହା ପ୍ରଥମ ଘଟଣା ନୁହେଁ । ଏମିତି ଘଟଣା ମଧ୍ୟ ୨୦୧୨ରେ ଘଟିଥିଲା । ବିଧାନସଭାରେ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖୁଥିବାର କ୍ୟାମେରାରେ କଏଦ ହୋଇ ଧରାପଡିଥିଲେ ତିନି ବିଜେପି ବିଧାୟକ ।

ଦେଖନ୍ତୁ ଏହି ଭିଡିଓ –