ପାଠକୁ ପିଠି କରି ମୋନାଲିସା ରାଜନୀତି ମୈଦାନରେ : ପଂଚାୟତ ନିର୍ବାଚନରେ ହୋଇଛନ୍ତି ସମିତି ସଭ୍ୟା ପ୍ରାର୍ଥୀ

33

mbaକନକ ବ୍ୟୁରୋ : ଶୀତତାପ ନିୟନ୍ତ୍ରିତ କାଚଘରେ ବସି ହୁଏତ ସେ ହୋଇପାରିବେ କର୍ପୋରେଟ୍ ମ୍ୟାନେଜର । ମ୍ୟାନେଜମେଂଟର ଡିଗ୍ରୀ ପରେ ତାଙ୍କୁ ମିଳିଯାଇପାରିବ ମୋଟା ଦରମାର ଚାକିରୀ । ଏମିତି କିଛି ସ୍ୱପ୍ନ ତାଙ୍କୁ ଗାଁରୁ ଆଣି ପହଁଚାଇଥିଲା ବାଣୀବିହାର କ୍ୟାମ୍ପସରେ । ହେଲେ ମନ କିନ୍ତୁ ଅଟକି ରହିଥିଲା ସେହି ଗାଁରେ । ତେଣୁ ପାଠକୁ ପିଠି କରି ସେ ଆସିଛନ୍ତି ନିଜ ଗାଁକୁ । ଆଉ ପଂଚାୟତ ନିର୍ବାଚନରେ ହୋଇଛନ୍ତି ସମିତି ସଭ୍ୟା ପ୍ରାର୍ଥୀ । ପୁରୀ ଜିଲ୍ଲା କାକଟପୁର ବ୍ଲକ୍ ଅନ୍ତର୍ଗତ ପାଟ୍ଟସୁନ୍ଦରପୁରର ମୋନାଲିସା କାପ । ଯିଏ ନିଜ ମାଟିର ମଣିଷଙ୍କୁ ବିକାଶ ଗାଡିରେ ବସାଇବାକୁ ଡ୍ରାଇଭର୍ ସାଜିଛନ୍ତି ।

୨୨ଟି ୱାର୍ଡକୁ ନେଇ ଗଠିତ ପାଟସୁନ୍ଦରପୁର ପଂଚାୟତର ଭୈାଗଳିକ ସ୍ଥିତି ଟିକେ ଭିନ୍ନ । କାରଣ ଦେବୀ ନଦୀ ସେପଟେ,ଟାପୁ ଉପରେ ରହିଛି ୭ଟି ୱାର୍ଡ । ତେଣୁ ଆତ୍ମବିଶ୍ୱାସର କାଠଡଙ୍ଗାରେ ବସି ମୋନାଲିସା ପହଁଚିଯାଆନ୍ତି ଟାପୁରେ ରହୁଥିବା ଭୋଟରଙ୍କ ପାଖରେ । କୁହାଯାଏ ,ଗରିବ କେବେ ହାରେନି-ଜିତେ ନହେଲେ ଶିଖେ । ତେଣୁ ରାଜନୀତିକୁ ମାଧ୍ୟମ କରି ସେବାର ସୁଯୋଗ ଖୋଜୁଛନ୍ତି ମୋନାଲିସା । ଆଉ ସମର୍ଥକ ଓ ପରିବାର ଲୋକଙ୍କ ଆଶା, ଏଥର ଗାଁର ଉଚ୍ଚ ଶିକ୍ଷିତା ଝିଅ ବସିବ ବ୍ଲକ୍ ଅଧ୍ୟକ୍ଷା ଚୈାକିରେ ।

ମୋନାଲିସାଙ୍କ ଭଳି ଅନେକ ଶିକ୍ଷିତ ଯୁବକ ଯୁବତୀ ଏବେ ଗାଁ ମୁହାଁ । ଯାହା ପଂଚାୟତ ଭୋଟରେ ନୂଆ ଟ୍ରେଣ୍ଡ ସୃଷ୍ଟି କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –