ଶବ ସହ ବାହାଘର ! ମୃତ କନ୍ୟା ସହ ଅବିବାହିତ ଯୁବକର ହୁଏ ବିବାହ

19

ଚୀନ : ବିବାହକୁ ନେଇ ବିଶ୍ୱରେ ଅନେକ ନୀତିନିୟମରେ ପରମ୍ପରା ସବୁ ରହିଛି । ଏମିତି ଏକ ପରମ୍ପରା ଅଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ନିଜ ଘରର ଅବିବାହିତ ଯୁବକଙ୍କୁ ମୃତ କନ୍ୟାର ଶବ ସହ ବିବାହ କରାଯାଏ । ପଂଜାବ କେଶରୀରେ ପ୍ରକାଶ ପାଇଛି ଏଭଳି ଏକ ଖବର । ଚୀନର ଗ୍ରାମୀଣ ଇଲାକାରେ ଏହିଭଳି ବିବାହକୁ ଭୂତିଆ ବିବାହ କୁହାଯାଉଛି ।

କନ୍ୟାର ଶବକୁ କବର ଭିରରୁ ବାହାର କରି ଅବିବାହିତ ଥିବା ପୁଅ ସହ ବିବାହ କରାଯାଏ । ବିଶ୍ୱାସ ଅଛି ଯେ କୈାଣସି ଝିଅର ମୃତ୍ୟୁ ପରେ ଏହାର କବର ପାଖରେ କୈାଣସି ବିବାହିତ ମହିଳାଙ୍କ କବର କରାଗଲେ , ଆର ଜନ୍ମରେ ଯୁବକ ବିବାହିତ ରହେନାହିଁ ।

ଏହି ପରମ୍ପରା ଚୀନରେ ୩ ହଜାର ବର୍ଷରୁ ଚଳିଆସୁଛି । ନିକଟରେ ଜଣେ ମୃତ ମହିଳାଙ୍କ ପରିବାର ବିବାହ ପାଇଁ ପୁଅ ଘର ଲୋକଙ୍କ ଠାରୁ ୧୮ ଲକ୍ଷ ଟଙ୍କା ନେଇଛନ୍ତି । ଆହୁରି ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ପରମ୍ପରାରେ ବିବାହିତ ମୃତ ମହିଳାଙ୍କ ଦାମ୍ ବି ଡକାଯାଏ । ଚୀନର ଏହି ଭୂତିଆ ବିବାହ ସେଠାରେ ଖୁବ୍ ଚର୍ଚ୍ଚାରେ ।