ଏଠାରେ ରାତିରେ ହୁଏନି ବାହାଘର ! ଅଯଥା ଖର୍ଚ୍ଚ ଓ ଅଶାନ୍ତିରୁ ମୁକ୍ତି ପାଇଁ ନୂଆ ତରିକା

29

ଗାଜିଆବାଦ : ଗାଜିଆବାଦ ଜିଲ୍ଲାର ଅଟ୍ଟୋରା ନାମକ ଏହି ଗ୍ରାମଟି ଗତ ୨୦ ବର୍ଷ ଧରି ଚର୍ଚ୍ଚାରେ ରହିଆସିଛି । ଏହାର କାରଣ ହେଉଛି ଗ୍ରାମବାସୀମାନେ ରାତିରେ ବାହାଘର ନକରିବାର ନିଷ୍ପତ୍ତି ।

ପୂର୍ବରୁ ଏହି ଗ୍ରାମରେ ଲୋକମାନେ ବଡ ଧୂମଧାମରେ ବାହାଘର ପାଳନ କରିଥିଲେ । ପରେ ସେମାନେ ହୃଦବୋଧ କଲେ ଯେ ରାତିରେ ବାହାଘର ହେବା ଦ୍ୱାରା ଅଯଥା ଖର୍ଚ୍ଚ ହେଉଛି । ଲାଇଟ୍ , ସାଜ୍ଜସଜ୍ଜା ଠାରୁ ଆରମ୍ଭ କରି ଜେନେଟର ବାବଦରେ ଖର୍ଚ୍ଚକୁ ରୋକିବା ପାଇଁ ଗ୍ରାମବାସୀମାନେ ଏହି ନିଷ୍ପତ୍ତି ନେଇଥିଲେ । ସେବେଠାରୁ ଗ୍ରାମରେ ଦିନରେ ବାହାଘର ହେଉଛି । ଏବଂ ସନ୍ଧ୍ୟା ପୂର୍ବରୁ ବରକନ୍ୟାଙ୍କୁ ବିଦା କରାଯାଇଛି ।

ଗ୍ରାମବାସୀଙ୍କ କହିବାନୁସାରେ ରାତି ବାହାଘର ଖର୍ଚ୍ଚ ଏବଂ ବରଯାତ୍ରୀଙ୍କ ରହିବା ପାଇଁ ସୁବିଧା ଇତ୍ୟାଦିକୁ ନେଇ ଅଯଥା ଅର୍ଥ ଖର୍ଚ୍ଚ ହେବାର ହୃଦବୋଧ କରି ଆମେ ଏହି ନିଷ୍ପତ୍ତି ନେଇଛୁ । ରାତିରେ ବରଯାତ୍ରୀଙ୍କ ରହିବା ଓ ମଦ ପିଇବା କାରଣରୁ ଗ୍ରାମରେ ପୂର୍ବରୁ ଅନେକ ଗଣ୍ଡଗୋଳ ମଧ୍ୟ ହୋଇଛି । ଏବେ ଦିନରେ ବାହାଘର ହେବା ଦ୍ୱାରା ଆମକୁ ଖର୍ଚ୍ଚରୁ ଏବଂ ଅଶାନ୍ତିରୁ ମୁକ୍ତି ମିଳିଛି ।