ରାଜାଘର ବାହାଘର : ୭୦ବର୍ଷ ପରେ ନୀଳଗିରି ରାଜଉଆସରେ ବାଜିଲା ସାହାନାଇ

34

ନୀଳଗିରି : ରାଜବାଟୀରେ ବାଜିଲା ସାହାନାଇ । ନୀଳଗିରି ରାଜବାଟିରେ ଦୀର୍ଘ ବର୍ଷ ପରେ ପାରମ୍ପରିକ ଓ ରାଜକୀୟ ରୀତିନୀତିରେ ବାହାଘର ହୋଇଛି । ନୀଳଗିରି ରାଜାଙ୍କ ଏକମାତ୍ର ପୁତ୍ର ଜନ୍ମେଜୟଙ୍କ ବିବାହ ମଧ୍ୟପ୍ରଦେଶର କୋଠରାଜବାଟୀର ରାଜକନ୍ୟା ହର୍ଷିତାଙ୍କ ସହ ଶେଷ ହୋଇଛି । ନବବିବାହିତ ଦମ୍ପତି ନୀଳଗିରି ରାଜବାଟୀକୁ ଫେରିଛନ୍ତି । ରାଜପୁରୋହିତଙ୍କ ମନ୍ତ୍ରୋଚ୍ଚାରଣ ମଧ୍ୟରେ ପାରମ୍ପରିକ ରୀତିଅନୁସାରେ ନବଦମ୍ପତି ଗୃହ ପ୍ରବେଶ କରିଥିଲେ ।

୧୯୪୬ ପରେ ଏହି ରାଜବାଟୀରେ ଏକ ବାହାଘର ହେଉଥିବା ଜଣାପଡିଛି । ରାଜାଘରର ବାହାଘର ଦେଖିବାକୁ ନୀଳଗିରିରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଏହି ବିବାହ ଉତ୍ସବରେ ପୁରୀ ଗଜପତି ସମେତ ରାଜ୍ୟ ଓ ରାଜ୍ୟ ବାହାରର ବହୁ ରାଜପରିବାର ସଦସ୍ୟ ସାମିଲ ହୋଇଛନ୍ତି । ରାଜବଧୂ ହର୍ଷିତା ଦିଲ୍ଲୀର ଘରୋଇ ଟିଭି ଚ୍ୟାନେଲର ସାମ୍ବାଦିକା ଥିବା ସୂଚନା ମିଳିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –