ରିଲାଏନ୍ସ ଜିଓରେ ନିଯୁକ୍ତିର ସୁବର୍ଣ୍ଣ ସୁଯୋଗ ! ଆବେଦନ ପାଇଁ ଘୋଷଣା ଜାରି

114

ପ୍ରଥମେ ରିଲାଏନ୍ସ ଜିଓ ସିମ୍ କାର୍ଡ ଓ ପରେ ଜିଓ ଫୋନ୍ ର ଘୋଷଣା କରି ସାରା ଦେଶରେ ଧୁମ୍ ମଚାଇଥିବା ରିଲାଏନ୍ସ ଜିଓ ଏବେ ଅନେକ ନିଯୁକ୍ତିର ସୁଯୋଗ ଆଣିଛି । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ମନେହୋଇଛି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ପଦରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ ।

କେଉଁ କେଉଁ ପଦରେ ଫ୍ରେଶର୍ସ ବ୍ୟକ୍ତିଙ୍କୁ ଦିଆଯିବ ନିଯୁକ୍ତି ?
ରିଲାଏନ୍ସ ଜିଓ କେବଳ ଅନୁଭବୀ ଲୋକଙ୍କ ପାଇଁ ନିଯୁକ୍ତିର ସୁଯୋଗ ଆଣିଛି , ତାହା ନିହେଁ ଫ୍ରେଶର୍ସଙ୍କ ପାଇଁ ମଧ୍ୟ ଆବେଦନର ସୁଯୋଗ ଦେଇଛି । ଏହି ଚାକିରିରେ ସର୍ଭିସ୍ , ସପ୍ଲାଇ ଚେନ୍ , ମାର୍କେଟିଂ ଓ ସେଲ୍ସ ଡିପାର୍ଟମେଣ୍ଟ ଭଳି ପଦ ରହିଛି । ଆଉ ମଧ୍ୟ ଫ୍ରେଶର୍ସ ଏଗଜୁକ୍ୟୁଟିଭ୍ ରିଲେଶନସିପ୍ ମ୍ୟାନେଜର ଓ ଡିଜିଟାଲ୍ ରିପେୟର ସ୍ପେଶାଲିଷ୍ଟ ପଦରେ ଆବେଦନ କରିପାରିବେ ।

କେଉଁ କେଉଁ ପଦରେ ଅଭିଜ୍ଞ ବ୍ୟକ୍ତିଙ୍କ ପାଇଁ ରହିଛି ନିଯୁକ୍ତି ?
ଏହାସହ ଅନୁଭବୀ ଓ ଅଭିଜ୍ଞ ବ୍ୟକ୍ତିଙ୍କ ପାଇଁ ମଧ୍ୟ ବହୁତ ପଦବୀ ଖାଲି ରହିଛି । ରିଲାଏନ୍ସ ଜିଓର ୱେବସାଇଟ୍ ଅନୁସାରେ ଅନୁଭବୀ ଓ ଅଭିଜ୍ଞ ବ୍ୟକ୍ତିଙ୍କ ପାଇଁ ସେଲ୍ସ ଆଣ୍ଡ ଡିଷ୍ଟ୍ରିବ୍ୟୁଟରରେ ୧୯୩୯ଟି , କଷ୍ଟମର ସର୍ଭିସ୍ ରେ ୧୨୭ଟି , ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିରେ ୭୦ଟି , ଇନଫ୍ରାଷ୍ଟ୍ରକଚରରେ ୨୯ଟି, ଅପରେସନ୍ସରେ ୨୨ଟି , ସପ୍ଲାଇ ଚେନ୍ ରେ ୧୪ଟି , ଆଲାୟନ୍ସ ଆଣ୍ଡ ବିଜିନେସ୍ ଡେଭଲପମେଣ୍ଟରେ ୧୩ଟି ,କର୍ପୋରେଟ ଆଫେୟାର୍ସରେ ୪ଟି, ଫାଇନାନ୍ସ କମ୍ପ୍ଲାୟନ୍ସ ଆଣ୍ଡ ଆକାଉଣ୍ଟରେ ୪ଟି, ମାର୍କେଟିଂରେ ୪ଟି , କର୍ପୋରେଟ୍ ସର୍ଭିସ୍ ରେ ୩ଟି ଓ ହ୍ୟୁମାନ୍ ରିସୋର୍ସ ଆଣ୍ଡ ଟ୍ରେନିଂରେ ୩ଟି ପଦ ଖାଲି ଅଛି ।

କେମିତି କରିବେ ଆବେଦନ ?
ରିଲାଏନ୍ସ ଜିଓରେ ବାହାରିଥିବା ନିଯୁକ୍ତି ପାଇଁ ଆପଣ କ୍ୟାରିୟରସ ଡଟ୍ ଜିଓ ଡଟ୍ କମ୍ ମାଧ୍ୟମରେ ଆବେଦନ କରିପାରିବେ । ପ୍ରଥମେ ଏହି ସାଇଟ୍ ରେ ଆପଣଙ୍କୁ ରେଜିଷ୍ଟର କରିବାକୁ ପଡିବ ଏବଂ ଏହାପରେ ଯେଉଁ ପଦବୀ ପାଇଁ ଚାହୁଁଛନ୍ତି ଆବେଦନ କରିପାରିବେ । ସିଲେକ୍ସନ ପାଇଁ ପ୍ରଥମେ ଆସେସମେଣ୍ଟ ଟେଷ୍ଟ ହେବ । ଏଥିରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ । (ସୈାଜନ୍ୟ – ୱାନ୍ ଇଣ୍ଡିଆ)