ଅଜବ ଗାଁ’ର ଗଜବ ମହିମା : ଏହି ଗାଁକୁ ଥରେ ଗଲେ ଅଭାବ ହୋଇଯାଏ ଦୂର

194

mana-villageଆପଣ ଅର୍ଥାଭାବରେ ବିଚଳିତ କି ? ନିଜର ଅଭାବ ଦୂର କରିବାକୁ ଚାହୁଁଛନ୍ତି କି ? ତାହେଲେ ଆପଣଙ୍କୁ ଏକ ସ୍ଥାନକୁ ଯିବାକୁ ହେବ । ତା ହେଉଛି ଉତ୍ତରାଖଣ୍ଡରେ ଥିବା ଗାଁ । ଯେଉଁ ଗାଁରେ ପାଦ ଦେଉ ଦେଉ ଆପଣଙ୍କର ଦରିଦ୍ରତା ଦୂରହୋଇଯିବ । ଆପଣ ପୁରା ଶାନ୍ତି ଅନୁଭବ କରିବେ । ଏଠାରେ ଭଗବାନ ଶିବଙ୍କର ଏମିତି ମହିମା ,ଏଠାକୁ ଯିଏ ବି ଆସେ ତାର ଅଭାବ ଦୂର ହୋଇଯାଏ । ଆଉ ମଧ୍ୟ ଏହି ଗାଁ ଟି ଏକ ଶୁଭ ଓ ପାପମୁକ୍ତ ସ୍ଥଳୀର ମାନ୍ୟତା ପାଇଛି । ଏଠାକୁ ଆସୁଥିବା ଲୋକ ପାପରୁ ମୁକ୍ତ ହୋଇଥାଏ ବୋଲି ବିଶ୍ୱାସ ଅଛି ।

mahabharat-written-in-vyas-cave-situated-in-mana-village-uttarakhand-factsଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ଦେଶର ସବୁଠୁ ଅନ୍ତିମ ଗାଁ ହେଉଛି ଏହି ଗାଁ ମାଣା । ଏହା ମଧ୍ୟଦେଇ ବର୍ଷ ତମାମ ଭାରତ ଓ ତିବ୍ବତ ମଧ୍ୟରେ ବ୍ୟବସାୟ ଚାଲୁଥିଲା । ପବିତ୍ର ବଦ୍ରିନାଥ ଧାମରରୁ ୩କି.ମି ଆଗରେ ଭାରତ ଓ ତିବ୍ବତର ସୀମାରେ ଥିବା ଏହି ଗାଁର ନାମ ଭଗବାନ ଶିବଙ୍କ ଭକ୍ତ ମଣିଭଦ୍ର ଦେବଙ୍କ ନାଁରେ ଥିଲା । ଉତ୍ତରାଖଣ୍ଡ ସଂସ୍କୃତ ଅକାଦମୀ ,ହରିଦ୍ୱାରର ଉପାଧ୍ୟାୟ ପଣ୍ଡିତ ନନ୍ଦ କିଶୋର ପୁରୋହିତଙ୍କ ମତ ଅନୁସାରେ ଏହି ଗାଁକୁ ଆସୁଥିବା ବ୍ୟକ୍ତି ସ୍ୱପ୍ନଦ୍ରଷ୍ଟା ପାଲଟିଯାଏ । ଏହାପରେ ସେ ଘଟିବାକୁ ଥିବା ଘଟଣା ବିଷୟରେ ଜାଣିପାରେ ।

କାହିଁକି ଏମିତି ଅଜବ ଏ ଗାଁ , ଜାଣନ୍ତୁ –
ମାଣିକ ଶାହ ନାମକ ଜଣେ ବ୍ୟବସାୟୀ ଶିବଙ୍କର ବଡ ଭକ୍ତ ଥିଲା । ଥରେ ବ୍ୟାପାରରେ ଯାଉଥିବା ବେଳେ ଲୁଟେରାମାନେ ତାଙ୍କର ମୁଣ୍ଡକାଟି ହତ୍ୟା କରିଦେଲେ । କିନ୍ତୁ ମୁଣ୍ଡ ଶରୀରୁ ଅଲଗା ହୋଇଥିଲେ ବି ଶିବଙ୍କର ନାମ ଜପ କରୁଥିଲା । ଏହି ଭକ୍ତ ମାଣିକର ଶ୍ରର୍ଦ୍ଧାରେ ପ୍ରସନ୍ନ ହୋଇ ଶିବ ତାଙ୍କ ଶରୀରରେ ବାରହାର ଶିର ଲଗେଇଦେଲେ । ଏହାପରେ ଲୋକେ ତାଙ୍କୁ ମଣିଭଦ୍ର ନାଁରେ ପୂଜା କରିବା ଆରମ୍ଭ କଲେ । ଶିବ ମାଣିକଶାହକୁ ବରଦାନ ଦେଇ କହିଥିଲେ ଏହି ସ୍ଥାନକୁ ଯିଏ ଆସିବ ତା’ର ସବୁ ଦରିଦ୍ରତା ଦୂର ହୋଇଯିବ । ସେହି ଦିନଠୁ ଏହି ଗାଁର ମହିମା ବଢିଯାଇଛି ।