ପ୍ରଥମ ବିବାହକୁ ଲୁଚାଇବା ପଡିଲା ମହଙ୍ଗା ! ଗଳା ଚିପି ହତ୍ୟା କଲେ ସ୍ୱାମୀ

36

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଘଟିଛି ଅଭାବନୀୟ ଘଟଣା । ଜଣେ ମହିଳା ନିଜର ପ୍ରଥମ ବିବାହକୁ ଲୁଚାଇବା ପଡିଛି ମହଙ୍ଗା । ଏହା ଜାଣିବା ପରେ ମହିଳାଙ୍କ ପତି ତଣ୍ଟି ଚିପି କରିଛନ୍ତି ହତ୍ୟା । ଆଉ ଜଙ୍ଗଲରେ ଫିଙ୍ଗିଦେଇଛନ୍ତି । ଘଟଣାର କିଛି ଦିନ ପରେ ବେଙ୍ଗାଲୁରୁ ପୁଲିସ ଆରୋପି ଅଜୟ ଦାସଙ୍କୁ ନିଜ ଗାଁ ଆସାମରୁ ଗିରଫ କରିଛି ।

ସୂଚନା ଅନୁସାରେ ଜୁନାଲି ଗୋଲା ନାମ୍ନୀ ଏହି ମହିଳା ଜଣକ ନିଜର ପ୍ରେଗେନ୍ସି ପରୀକ୍ଷା ପାଇଁ ସ୍ୱାମୀଙ୍କ ସହ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ପାଖକୁ ଯାଇଥିଲେ । ଡାକ୍ତର ଗୁଲାଙ୍କୁ ପୂର୍ବରୁ ମା’ ହୋଇଥିବାର ପଚାରିଥିଲେ । ଗୁଲା କହିଥିଲେ ତାଙ୍କର ପୂର୍ବରୁ ୨ଟି ପିଲା ଅଛନ୍ତି । ଏକଥା ଶୁଣି ସ୍ୱାମୀ ଅଜୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଘରକୁ ଆସିବା ପରେ ସେହି ରାତିରେ ଏକ ଦନ୍ଥରା ପଦାର୍ଥରେ ସ୍ତ୍ରୀ ଗୁଲାଙ୍କୁ ଆକ୍ରମଣ କରିଥିଲେ ଏବଂ ତଉଲିଆ ମୁହଁରେ ଦାବି ମାରିଦେଇଥିଲେ ।

ଅଜୟ (୨୫) ଓ ଗୁଲା (୨୩) ,୬ ମାସ ହେଲା ବିବାହ କରିଥିଲେ । ଦୁହେଁ ପରସ୍ପରକୁ ବେଙ୍ଗାଲୁରୁର ଏକ ଗାରମେଣ୍ଟ ଫ୍ୟାକ୍ଟ୍ରିରେ ଜାଣିଥିଲେ । ପରେ ବିବାହ କରିଥିଲେ ।