ନିର୍ଦ୍ଦୟ ଭାଇ ! ଗୀତ ଗାଇବାକୁ ନେଇ ବଡ ଭାଇକୁ ଟାଙ୍ଗିଆରେ ହାଣିଲା ସାନ ଭାଇ

39

କୁହାଯାଏ ଭାଇ ସାଥିରେ ଥିଲେ ଡର କାହାକୁ ନଥାଏ । ସବୁ ପରିସ୍ଥିତିରେ କାନ୍ଧକୁ କାନ୍ଧ ମିଳାଇ ଭାଇ ଦେଇଥାଏ ସାହାରା । ଏବେ ଏହି ଭାଇ-ଭାଇର କଳହକୁ ନେଇ ଚାରିଆଡେ ଆଲୋଚନା ।

ସୂଚନା ଅନୁସାରେ, ଛତିଶଗଡର ବଲଦ ଜିଲ୍ଲା ଦୈାଣ୍ଡିଲହାରାରେ ଘଟିଛି ଏହି ଅଭାବନୀୟ ଘଟଣା । ୪୦ ବର୍ଷୀୟ ଜଣେ ବ୍ୟକ୍ତି ନିଜ ଭାଇକୁ ଗୀତ ବୋଲିବା କାରଣରୁ ଟାଙ୍ଗିଆରେ ହତ୍ୟା କରିଛି । ଚିନ୍ତୁରମ ଓ ତାଙ୍କ ସାନ ଭାଇ ସୁରେଶ ଏକାଠି ରୁହନ୍ତି । ଚିନ୍ତୁରମ୍ ସବୁବେଳେ କର୍କଶ ସ୍ୱରରେ ଗୀତ ବୋଲୁଥିବାରୁ ଏନେଇ ଦୁଇ ଭାଇଙ୍କ ମଧ୍ୟରେ ସବୁବେଳେ ଝଗଡା ହେଉଥିଲା ।

ଦୁଇଭାଇ ଗୋଟିଏ କୋଠରୀରେ ଶୋଇଥିଲା ବେଳେ ହଠାତ୍ ଚିନ୍ତୁରମ ଗୀତ ବୋଲିବା ଆରମ୍ଭ କରିଥିଲେ ଏଥିରେ ସୁରେଶ ବିରକ୍ତ ହେବାରୁ ଚିନ୍ତୁରମ ଏକ ଟାଙ୍ଗିଆ ଦେଖାଇ ତାଙ୍କୁ ଧମକାଇ ଥିଲେ । ହଠାତ୍ ସୁରେଶ ବଡ ଭାଇଙ୍କ ଠାରୁ ଟାଙ୍ଗିଆ ଛଡାଇଆଣି ତାଙ୍କ ଗୋଡକୁ ଚୋଟେ ଦେଇଥିଲା । ଏହାପରେ ସେ ଚିନ୍ତୁରମଙ୍କୁ ଭିଡିଭିଡି ଗାଁ ଦାଣ୍ଡରେ ଥିବା ଏକ ଖୁଣ୍ଟରେ ବାନ୍ଧି ବେକକୁ ଚୋଟେ ଦେଇଥିଲା । ପରେ ସୁରେଶ ପୁଲିସରେ ଆତ୍ମ ସମର୍ପଣ କରିଥିଲା ।

( ସୈାଜନ୍ୟ : ଇଣ୍ଡିଆ ଡଟ୍ କମ୍ )