ଏମିତି ଦଣ୍ଡ : ୫ ଖଣ୍ଡ ଶାଢୀ ଚୋରି ପାଇଁ ମିଳିଲା ୧୨ ମାସେ ଜେଲ

25

ତେଲେଙ୍ଗାନାର ଜଣେ ବ୍ୟକ୍ତିଙ୍କୁ ୫ ଖଣ୍ଡ ଶାଢୀ ଚୋରି କରିବା ଅଭିଯୋଗରେ ବର୍ଷେ ହେଲା ବିନା ବିଚାରରେ ଜେଲରେ ରଖାଯାଇଛି । ଏହାକୁ ବିରୋଧ କରି ଦାୟର ହୋଇଥିବା ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ,ଜଣେ ବ୍ୟକ୍ତି ହଜାର ହଜାର କୋଟି ଟଙ୍କା ଫାଙ୍କି ଦେଇ ବିଳାସମୟ ଜୀବନଯାପନ କରୁଛି , ଅଥଚ ଆଉ ଜଣେ ମାତ୍ର ୫ ଖଣ୍ଡ ଶାଢୀ ଚୋରି ପାଇଁ ବର୍ଷେ ହେଲା ଜେଲରେ ବନ୍ଦୀ ଅଛି । ପ୍ରଧାନ ବିଚାରପତି ଜେ ଏସ୍ ଖେହର ନିଜେ ଏହି ଟିପ୍ପଣୀ ଦେଇଛନ୍ତି ।

ଯଦିଓ ସୁପ୍ରିମକୋର୍ଟ ସିଧାସଳଖ ମାଲ୍ୟାଙ୍କ ନାମ ନେଇନାହାନ୍ତି । ମାତ୍ର ଏହି ମନ୍ତବ୍ୟ ତାଙ୍କୁ ଇଙ୍ଗିତ କରୁଥିବାର ମନେହୋଇଛି । ଅଦାଲତ ମଧ୍ୟ ଏ ପ୍ରକାର ମାମୁଲି ଅପରାଧ ପାଇଁ ଜଣକୁ ବିନା ବିଚାରରେ ଏତେ ମାସ ଧରି ବନ୍ଦୀ କରି ରଖାଯିବାର ଯଥାର୍ଥତା ଉପରେ ପ୍ରଶ୍ନ ଉଠାଇଛନ୍ତି ।