ଇଣ୍ଟରନେଟରେ ପ୍ରଶଂସା ପାଇଁ ୫୦ଟି କଂଚା ଅଣ୍ଡା ପିଇଲେ ଯୁବକ ! ସୋସିଆଲ୍ ମିଡ଼ିଆରେ ଭାଇରାଲ୍

64

ସୋସିଆଲ୍ ନେଟୱର୍କିଂ ସାଇଟରେ ପ୍ରଶଂସା ପାଇବା ପାଇଁ ଲୋକେ ଅନେକ କାରନାମା କରି ଦେଖାଉଛନ୍ତି । ନିକଟରେ ଚୀନର ଜଣେ ଯୁବକ ଲାଇଭ୍ ଷ୍ଟ୍ରିମିଂରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି । ବର୍ତ୍ତମାନ ଏହି ଭିଡ଼ିଓକୁ ୬୦ ଲକ୍ଷରୁ ଅଧିକ ଲୋକ ଦେଖିଥିବା ବେଳେ ୩୨ ହଜାର ଲୋକ ସେୟାର କରିଛନ୍ତି ।

ଭାଇରାଲ୍ ହୋଇଥିବା ଏହି ଭିଡ଼ିଓରେ ଯୁବକ ଜଣକ ମାତ୍ର ୧୭ ସେକେଣ୍ଡରେ ୫୦ଟି କଂଚା ଅଣ୍ଡା ପିଉଥିବାର ଦେଖିବାକୁ ମିଳିଛି । ପ୍ରଥମେ ୫ଟି ବଡ଼ ବିୟର ଗ୍ଲାସରେ ଯୁବକ ଜଣକ ୫୦ଟି ଅଣ୍ଡାକୁ ଫଟାଇ ରଖିଥିଲେ । ଏହାପରେ ପିଇବା ଆରମ୍ଭ କରିଥିଲେ । କଂଚା ଅଣ୍ଡା ପିଇ ସାରିବା ପରେ ଯୁବକ ଜଣକ ବେଶ୍ ଖୁସି ଥିବାର ଦର୍ଶାଇଥିଲେ ।

ମିଡ଼ିଆ ରିପୋର୍ଟ ଅନୁସାରେ ଚୀନରେ ଲୋକେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ଏବଂ ଚର୍ଚ୍ଚାରେ ରଖିବା ପାଇଁ ଏବେ ଲାଇଭ୍ ଷ୍ଟ୍ରିମିଂର ସାହାରା ନେଉଛନ୍ତି । ଏଥିପାଇଁ ଅନେକ ବିପଦପୂର୍ଣ୍ଣ କାର୍ଯ୍ୟ ମଧ୍ୟ କରୁଛନ୍ତି । ରିପୋର୍ଟରେ ଦର୍ଶାଯାଇଛି ଯେ, କଂଚା ଅଣ୍ଡା ପିଇବା ପରେ ଯୁବକ ଜଣକ କିଭଳି ଅନୁଭବ କରୁଛନ୍ତି ତାହା ସେ ହିଁ କେବଳ କହିପାରିବେ । ତେବେ ଏହା ସତ ଯେ, ଯୁବକଙ୍କ ଏହି କାରନାମା ଉପରେ ସୋସିଆଲ୍ ଆକାଉଣ୍ଟରେ ତାଙ୍କ ଫଲୋୟରଙ୍କ ସଂଖ୍ୟା ନିୟମିତ ବଢିବାରେ ଲାଗିଛି ।              (ସୈାଜନ୍ୟ- ଡେଲି ସନ୍ )
ଦେଖନ୍ତୁ ଏହି ଯୁବକଙ୍କର ଅଣ୍ଡା ପିଇବାର ଦୃଶ୍ୟ –