ବିପଦପୂର୍ଣ୍ଣ ସେଲଫି ହେଲା କାଳ : ଟ୍ରେନରୁ ଖସି ଯୁବକ ହରାଇଲେ ଗୋଡ

44

1ଚାରିଆଡେ ଏବେ ଖାଲି ସେଲଫି ମାନିଆ । ସାଧାରଣ ଲୋକଠାରୁ ରାଜ ନେତା ସମସ୍ତଙ୍କୁ ଘାରିଛି ସେଲଫି ଟ୍ରେଣ୍ଡ । ଆଉ ଏହି ସେଲଫି ଦିନକୁ ଦିନ ମୃତ୍ୟୁର ଜନ୍ତା ପାଲଟୁଛି । ବିପଦପୂର୍ଣ୍ଣ ସ୍ଥାନରେ ସେଲଫି ନେଇ ମରଣକୁ ଆମନ୍ତ୍ରଣ କରୁଛନ୍ତି ଅନେକ ।

ଏମିତି ଏକ ଅଭାବନୀୟ ଘଟଣା ଘଟିଛି ସେଲଫି ଉଠାକୁ ନେଇ । ଜଣେ ୨୨ ବର୍ଷ ବୟସର ଯୁବକ ସେଲଫି ଉଠାଇ ହରାଇଛନ୍ତି ନିଜର ଗୋଡ । ଏକ ଚଳନ୍ତା ଟ୍ରେନରୁ ଝୁଲି ସେଲଫି ନେବାକୁ ଚେଷ୍ଟା କରୁଥିଲେ ।

ଏହି ଘଟଣା ଘଟିଛି ଗତ ଶନିବାର ସକାଳେ କୈଫିୟାତ ସୁପରଫାଷ୍ଟ ଏକ୍ସପ୍ରେସରେ । ଟ୍ରେନଟି ଯେତେବେଳେ ଆଲିଗଡ ଓ ତୁନ୍ଦଲା ଷ୍ଟେସନ ଦେଇ ଜଳେଶ୍ୱର ରୋଡ୍ ଅତିକ୍ରମ କରୁଥିଲା ,ସେତେବେଳେ ଏହି ଦୁର୍ଘଟଣାଟି ଘଟିଛି । ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତି ଜଣକ ଉତ୍ତର ପ୍ରଦେଶ ଦେଓରିଆ ଜିଲ୍ଲାର । ସେହି ଦିନ ସେ ନିଜ ପରିବାର ସହ ଅଯୋଧ୍ୟା ଯାଉଥିଲେ । ସେତେବେଳେ ସେ ଟ୍ରେନରେ ସେଲଫି ଉଠାଇବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଥିଲେ । ଆଦିତ୍ୟ ଶୁକ୍ଲା ନାମକ ଏହି ଯୁବକକୁ ଦିଲ୍ଲୀର ଏମ୍ସ ହସ୍ପିଟାଲକୁ ନିଆଯାଇଛି ।

ତାମିଲନାଡୁରେ ଏମିତି ଟ୍ରେନରେ ସେଲଫି ଉଠାଇବାକୁ ନେଇ ଦୁର୍ଘଟଣା ହୋଇଥିଲା । ନଭେମ୍ବର ୧୫ରେ ଜଣେ ୨୫ ବର୍ଷର ଯୁବକ ଚଳନ୍ତା ଟ୍ରେନରେ ଝୁଲି ସେଲଫି ନେଉଥିଲେ । ୨୦୧୫ ଫେବୃୟାରୀରେ ଜଣେ ଇସ୍ରାଏଲର ବ୍ୟକ୍ତି ମଧ୍ୟ ଟ୍ରେନରେ ମୁମ୍ବାଇରୁ ଗୋଆ ଯାତ୍ରା କରୁଥିବା ବେଳେ ଟ୍ରେନରେ ସେଲଫ ନେବା ବେଳେ ପଡି ମୃତ୍ୟୁ ହୋଇଥିଲା । ସେହିପରି ଜାନୁୟାରୀ ୨୦-୨୫ବର୍ଷ ବୟସର ୩ଜଣ ଛାତ୍ର ଆସୁଥିବା ଟ୍ରେନ ପାଖରେ ଡେୟାରଡେଭିଲ ସେଲଫି ନେବା ବେଳେ ଜୀବନ ହାରିଥିଲେ ।