ମୁକେଶଙ୍କ ଓଲଟା ଗଛ ଚଢା ! ୩ ମିନିଟରେ ୫୦ ଫୁଟ୍

27

ହରିଆଣା : ପିଲାଦିନେ ଆପଣ ବି ଗଛ ଚଢିଥିବେ ବା ଚଢିବାକୁ ଚେଷ୍ଟା ବି କରିଥିବେ । କିନ୍ତୁ ଆପଣଙ୍କୁ କୁହାଯିବ ଜଣେ ବ୍ୟକ୍ତି ଗଛ ଚଢୁଛନ୍ତି । ହେଲେ ଓଲଟା । ଏହା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ହେଲେ ଏହା ସତ ।

ଡେଲି ମେଲରେ ପ୍ରକାଶିତ ଖବର ଅନୁସାରେ ହରିଆଣାର ଜଣେ ବ୍ୟକ୍ତି କରୁଛନ୍ତି ଏମିତି ଅଦ୍ଭୁତ କାମ । ମୁକେଶ ନାମକ ୩୨ ବର୍ଷୀୟ ଏହି ବ୍ୟକ୍ତିଙ୍କର ଗଛ ଚଢିବାରେ ଭାରି ସଉକ । ସେ ଆରାମରେ ଗଛକୁ ଓଲଟା ଚଢିପାରନ୍ତି । ସେ କୁହନ୍ତି ପିଲାଦିନୁ ହିଁ ତାଙ୍କର ଏହି ଅଭ୍ୟାସ ରହିଆସିଛି । ଆରମ୍ଭରେ ସେ ସିଧା ଚଢୁଥିଲେ । ପରେ ଓଲଟା ଚଢିବାକୁ ଲାଗିଲେ । ଆରମ୍ଭରେ ସେ ୨ରୁ ୩ଫୁଟ୍ ଉଚ୍ଚତା ଚଢୁଥିଲେ । ଏବେ ୫ ମିନିଟରେ ୫୦ ଫୁଟ୍ ମୁକେଶ ଓଲଟା ଚଢିଯାଉଛନ୍ତି । ଆଉ ମୁକେଶଙ୍କର ଏଭଳି ଦକ୍ଷତାକୁ ନେଇ ଚାରିଆଡେ ଆଲୋଚନା ।

                                             ( ସୈାଜନ୍ୟ : ନବଭାରତ ଟାଇମ୍ସ )