ସ୍ୱାମୀଙ୍କ ପାଇଁ ଖୋଲିଲା ‘ନର୍ସରୀ ରୁମ୍’: ସ୍ତ୍ରୀ ମାର୍କେଟିଂ କଲାବେଳେ ସ୍ୱାମୀ ନେବେ ବିଶ୍ରାମ

48

2ସାଂଘାଇରେ ଏକ ନୂଆ ସପିଂ ମଲ୍ ଖୋଲାଯାଇଛି । ଅନ୍ୟ ମଲ୍ ଠାରୁ ଏହା ଟିକେ ଭିନ୍ନ ଧରଣର । ଏହି ମଲର ଖାସ୍ କଥା ଏୟାଯେ ଏଥିରେ ଏକ ନର୍ସରୀ ରୁମ୍ ଖୋଲାଯାଇଛି । ଯାହା ‘ହଜବ୍ୟାଂଡ ନର୍ସରୀ’ ନାମରେ ଜଣାଯାଉଛି । ଏଭଳି ଏକ ନୂତନ ଧରଣର ମଲକୁ ନେଇ ଚର୍ଚ୍ଚା ।

ଚୀନ ସେଂଟ୍ରାଲ ଟେଲିଭିଜନର ସୂଚନାନୁସାରେ ଏହି ନର୍ସରୀ ସ୍ୱାମୀ ମାନଙ୍କ ପାଇଁ ଉଦିଷ୍ଟ । ମାକେଟିଂ କଲାବେଳେ ସ୍ତ୍ରୀ ଜିନିଷ କିଣାକିଣିରେ ବ୍ୟସ୍ତ ଥିବାବେଳେ ସ୍ୱାମୀ ବୋରିଂ ନହେବା ପାଇଁ ଏହି ହଜବ୍ୟାଂଡ ନର୍ସରୀ ରିଫ୍ରେଶ ଦେବ । ଅଯଥା ବୋରିଂରୁ ସ୍ୱାମୀକୁ ଖୁସି ଦେବ ।

3୩୦ ଅକ୍ଟୋବରରେ ଚୀନର ସାଂଘାଇରେ ଖୋଲାହୋଇଛି ଏଭଳି ଏକ ମଲ । ଏହି ମଲର ତୃତୀୟ ଫ୍ଲୋରରେ ସ୍ୱାମୀଙ୍କ ପାଇଁ ଏହି ନର୍ସରୀ ରୁମ୍ ଉଦ୍ଦିଷ୍ଟ । ଏହି ନର୍ସରୀରେ ପୁରୁଷଙ୍କ ପାଇଁ ଫୁର୍ସତ ସମୟ ବିତାଇବାର ସବୁ ସୁବିଧା ରଖାଯାଇଛି । ପଢିବା ପାଇଁ ବିଭିନ୍ନ ମ୍ୟାଗାଜିନ ଠାରୁ ଆରମ୍ଭ କରି ଟେଲିଭିଜନ ଆଦି ରଖାଯାଇଛି । ଏହି ହଜବ୍ୟାଂଡ ନର୍ସରୀକୁ ନେଇ ଏବେ ଖୁବ୍ ଉତ୍ସାହ ଦେଖିବାକୁ ମିଳିଛି ।

ଏହାସହ ଦେଖନ୍ତୁ –ଅଜବ ବିବାହରେ ଗଜବ ନୀତି : ଯେଉଁଠି ବରର ବନ୍ଧୁ ଖୋଲନ୍ତି କନ୍ୟାର ପୋଷାକ