୯ ବର୍ଷ ପରେ ସେନା ପୋଷାକରେ କର୍ଣ୍ଣେଲ୍ ! ଦୀର୍ଘଦିନର ପ୍ରତୀକ୍ଷା ପରେ ପୁରୋହିତଙ୍କ ମୁହଁରେ ହସ

51

purohit-malegaon-blast759ବହୁ ଚର୍ଚ୍ଚିତ ମାଲେଗାଁଓ ବ୍ଲାଷ୍ଟ ମାମଲା । ଯେଉଁଥିରେ କର୍ଣ୍ଣେଲ୍  ଶ୍ରୀକାନ୍ତ ପ୍ରସାଦ ହୋଇଥିଲେ ଦୋଷୀ । ଆଉ ଯାଇଥିଲେ ଜେଲ୍ । ଦୀର୍ଘ ୯ ବର୍ଷ । ୨୦୦୮ ମସିହାର ମାଲେଗାଁଓ ବ୍ଲାଷ୍ଟ ଘଟଣାରେ ସୁପ୍ରିମ୍ କୋର୍ଟରୁ ବେଲ୍ ମିଳିବା ପରେ କର୍ଣ୍ଣେଲ୍  ଶ୍ରୀକାନ୍ତ ପ୍ରସାଦ ପୁରୋହିତଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ କର୍ଣ୍ଣେଲ୍  ପୁରୋହିତ ଖୁବ୍ ଖୁସି ନଜରରେ ଥିବାର ଦେଖାଯାଉଥିଲେ । ପୁରୋହିତ ଗତ ୯ବର୍ଷ ହେଲା ମୁମ୍ବାଇର ତଲୋଜା ଜେଲରେ ବନ୍ଦୀ ଜୀବନ ବିତାଉଥିଲେ । ଗତ ସପ୍ତାହରେ ସେ ଜେଲରୁ ବାହାରିଛନ୍ତି ।

କର୍ଣ୍ଣେଲ୍ ପୁରୋହିତଙ୍କୁ ମାଲେଗାଁଓ ବ୍ଲାଷ୍ଟ ଓ କଥିତ ହିନ୍ଦୁ ଆତଙ୍କବାଦ ମାମଲାର ଆରୋପରେ ଗିରଫ କରାଯାଇଥିଲା । ମାଲେଗାଁଓ ବ୍ଲାଷ୍ଟ ରେ ଅବିନବ ଭାରତ ସଂଗଠନର ନାମ ସାମ୍ନାକୁ ଆସିଥିଲା । ବେଲ୍ ମିଳିଲା ପରେ କର୍ଣ୍ଣେଲ୍  ପୁରୋହିତ କହିଥିିଲେ ସେ ପୁଣି ଆଉଥରେ ଦେଶର ସେବା କରିବାକୁ ଚାହୁଁଛନ୍ତି । ଗିରଫ ପୂର୍ବରୁ ପୁରୋହିତ ମିଲିଟାରୀ ଇଂଟେଲିଜେନ୍ସି ୱିଙ୍ଗ୍ ରେ ଜଣେ ଅଫିସର ଥିଲେ । ସୁପ୍ରିମ୍ କୋର୍ଟ ରୁ ମୁକ୍ତି ମିଳିବା ପରେ ବିଶେଷ ଏନଆଇଏ କୋର୍ଟ ତାଙ୍କୁ ଛାଡିବାକୁ ଆଦେଶ ଜାରି କରିଥିଲେ ।

sadhvi_pragya_story_647_042517113200ପୁରୋହିତଙ୍କ ନାଁରେ ଆରୋପ କ’ଣ ଥିଲା ?
ମହାରାଷ୍ଟ୍ରର ମାଲେଗାଁଓ ରେ ୨୯ ସେପ୍ଟେମ୍ବର ୨୦୦୮ ମସିହରେ ହୋଇଥିିବା ବ୍ଲାଷ୍ଟ ରେ ୭ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହି ସମୟରେ ହମିଦିୟା ମସଜିଦ୍ ପାଖରେ ରଖାଯାଇଥିବା ବାଇକରେ ବିସ୍ଫୋରଣ ହୋଇଥିଲା । ଏହି ମାମଲାରେ ଆଉ ଜଣେ ଦୋଷୀ ସ୍ୱାଧ୍ୱୀ ପ୍ରଜ୍ଞାଙ୍କୁ ମଧ୍ୟ ବେଲ୍ ମିଳିସାରିଛି । ମାଲେଗାଁଓ ବ୍ଲାଷ୍ଟର ଯାଂଚ ପୂର୍ବରୁ ମହାରାଷ୍ଟ୍ର ଏଟିଏମ୍ ପାଖରେ ଥିଲା । ରାଷ୍ଟ୍ରୀୟ ଯାଂଚ ଏଜେନ୍ସି( ଏନଆଇଏ)କୁ ପରେ ଏହି ମାମଲାର ଯାଂଚ ଦାୟିତ୍ୱ ଦିଆଯାଇଥିଲା । ୮ ବର୍ଷ୯ ମାସ ଯାଏ କର୍ଣ୍ଣେଲ୍  ପୁରାହିତ ଜେଲରେ ରହିଥିଲେ । ସୁପ୍ରିମ୍ କୋର୍ଟରେ ପିଟିସନର ପୂର୍ବରୁ ବମ୍ବେ ହାଇକୋର୍ଟ ତାଙ୍କର ଅପିଲ୍କୁ ଖାରଜ କରିଦେଇଥିିଲେ । ପୁରୋହିତଙ୍କ ଉପରେ ବୋମା ବିସ୍ଫୋରଣ ପାଇଁ ବୋମା ସପ୍ଲାଇ କରିବାର ଆରୋପ ଥିଲା । କର୍ଣ୍ଣେଲ୍ ପୁରୋହିତଙ୍କୁ ସୁପ୍ରିମ୍ କୋର୍ଟରୁ ସର୍ତ୍ତପୂର୍ଣ୍ଣ ଭାବେ ବେଲ୍ ମିଳିଛି । କୋର୍ଟର ଅନୁମତି ବିନା ସେ ଦେଶ ଛାଡିପାରିବେ ନାହିଁ । ତାଙ୍କର ପାସପୋର୍ଟ ମଧ୍ୟ କୋର୍ଟ ନିକଟରେ ଜମା ରହିବ । କୋର୍ଟ ପୁରୋହିତଙ୍କୁ ଏହି ନିର୍ଦ୍ଦେଶ ମଧ୍ୟ ଦେଇଛି ଯେ, ସେ ଏହି ମାମଲାର ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବେ ନାହିଁ । ସୁପ୍ରିମକୋର୍ଟ ପୁରୋହିତଙ୍କୁ ଜେଲରୁ ମୁକ୍ତ କରିବା ସହ ଏବଳି କିଛି ସର୍ତ୍ତ ରଖିଛନ୍ତି । ଯାହାକୁ ମାନି ବର୍ତ୍ତମାନ କର୍ଣ୍ଣଲ ପରୋହିତ ଦୈନିକ ଜୀବନ ବିତେଇବେ ।

୩ ଅପ୍ରେଲ ୨୦୧୧ ମସିହାରେ ଏନଆଇଏ ଏହି ମାଲେଗାଁଓ ବିସ୍ଫୋରଣ ମାମଲାକୁ ନିଜ ହାତକୁ ନେଇଥିଲେ । ଆଉ ଯାଂକୁ ଜୋରସୋରରେ ତ୍ୱରାନ୍ୱିତ କରିଥିଲେ । ଇନଭିଷ୍ଟିଗେସନ ବେଳେ ଏନଆଇଏ କର୍ଣ୍ଣଲ ପୁରୋହିତଙ୍କ ଉପରେ ଲାଗିଥିବା ଆରୋପକୁ ହଟେଇଦେଇଥିଲେ । ଏନଆଇଏ ତରଫରୁ ସୁପ୍ରିମ୍ କୋର୍ଟରେ ଏକ ଆଫିଡେଭିଟ୍ ଦାଖଲ କରାଯାଇଥିଲା । ଯେଉଁଥିରେ ପୁରୋହିତଙ୍କର ବେଲ୍ ପିଟିସନର ବିରୋଧ କରାଯାଇଥିଲା । ସେନା ନିଜର କୋର୍ଟ ଅଫ୍ ଇନକ୍ୱାରୀରେ କହିଥିଲେ କି କର୍ଣ୍ଣେଲ୍ ପୁରୋହିତ ମିଲିଟାରୀ ଇଂଟେଲିଜେନ୍ସି ଓ ଇଂଟରନାଲ୍ ଟେରୋରିଜିମ୍ ଙ୍କ ସହ ମିଳିତ ଅନେକ ବୌଠକରେ ଅଂଶ ଗ୍ରହଣ କରିଥିଲେ । ଯାହା ଭୋପାଳ ଓ ଫରିଦାବାଦରେ ହୋଇଥିଲା । ଯାଂଚ କ୍ରିୟାର ମୁତାବିକ ପୁରୋହିତ ନିଜର ଡ୍ୟୁଟି ଅନୁସାରେ ଇଂଟେଲିଜେନ୍ସ ଏକତ୍ର କରୁଥିଲେ । ସେନା ତରଫରୁ କର୍ଣ୍ଣେଲ୍ ପୁରାହିତଙ୍କୁ କ୍ଲିନ୍ ଚିଟ୍ ଦିଆଯାଇସାରିଛି ।

ଆଉ ଏବେ ଜେଲରୁ ମୁକ୍ତ ହେବା ପରେ ପୁରୋହିତଙ୍କର ଦୀର୍ଘଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ଆଉ କର୍ଣ୍ଣେଲ୍  ପୁରୋହିତ ପୁଣି ସେନା ପୋଷାକରେ ନଜର ଆସିଛନ୍ତି ।
( ସୌଜନ୍ୟ-ନବଭାରତ ଟାଇମ୍ସ)