ମୁଣ୍ଡରେ ନିଆଁ ଲଗେଇ କରାଯାଉଛି ହେୟାରଷ୍ଟାଇଲ : ସୋସିଆଲ ମିଡିଆରେ ଭାଇରାଲ ଏହି ଦୃଶ୍ୟ

23

fire-L-IEଆଜିର ଦୁନିଆଁରେ ସମସ୍ତେ ନିଜକୁ ଭିନ୍ନ ଢଙ୍ଗରେ ସଜେଇବାକୁ ଚାହୁଁଛନ୍ତି । ଯୁବକମାନଙ୍କ ମଧ୍ୟରେ ନିଜର ହେୟାରଷ୍ଟାଇଲକୁ ଭିନ୍ନ ଭିନ୍ନ ଢଙ୍ଗରେ ସଜାଇବା ନେଇ ଯେମିତି ପ୍ରତିଯୋଗୀତା । ଏକ ଭଲ ହେୟାରଷ୍ଟାଇଲ ପାଇଁ ଲୋକମାନେ ଅନେକ ଉପାୟ ଆପଣେଇଥାନ୍ତି । କେଶକୁ ରଙ୍ଗ କରିବା ଠାରୁ ନେଇ ଅଧିକ ଦାମର ହେୟାରକଟିଂ କରିଥାନ୍ତି ।

କିନ୍ତୁ ପାକିସ୍ତାନର କିଛି ଲୋକ ଏହି ହେୟାରଷ୍ଟାଇଲ କରିବା ନେଇ ଆଉ ପାଦେ ଆଗେଇ ଯାଇଛନ୍ତି । ଭଲ କେଶ ପାଇଁ ଲୋକମାନେ କଣ ନକରିପାରନ୍ତି ତାର ଏ ହେଉଛି ଉଦାହରଣ । ଭଲ ହେୟାରଷ୍ଟାଇଲ ବନେଇବା ପାଇଁ ଲୋକେ ମୁଣ୍ଡ କେଶରେ ନିଆଁ ଲଗାଇଥାନ୍ତି । ଆଉ ଏହି ନିଆଁ ଲଗାଇ ଅଭିନବ ହେୟାର କରିବାର ଭିଡିଓ ଏବେ ଖୁବ୍ ଭାଇରାଲ ସାଜିଛି ସୋସିଆଲ ମିଡିଆରେ ।

ଏହି ଭିଡିଓରେ ଜଣେ ସେଲୁନ ବାଲା ଜଣେ ଲୋକର କେଶ କାଟୁଛନ୍ତି । କିନ୍ତୁ ଏହାର କେଶ କାଟିବାର ତରିକା ଦେଖି ପୂରା ଦୁନିଆ ଆଶ୍ଚର୍ଯ୍ୟ । ସେଲୁନ ବାଲା ଲୋକର କେଶ କାଟିବା ପୂର୍ବରୁ ମୁଣ୍ଡରେ କିଛି ପାଉଡର ଓ ତୈଳ ପଦାର୍ଥ ଢାଳୁଛି । ଏହାପରେ ଲାଇଟର ଜଳାଇ ନିଆଁ ଲଗାଉଛି । ନିଆଁ ମୁଣ୍ଡରେ ଲାଗିବା ପରେ ସେଲୁନ ବାଲା କେଶର ଷ୍ଟାଇଲ ବନାଉଛି । କେଶ କାଟୁଥିବା ଲୋକର ଟିକେ ବି ଭୟ ମନରେ ନାହିଁ । ଏବେ ଏହି ସେଲୁନର ହେୟାରଷ୍ଟାଇଲ ଖୁବ୍ ଭାଇରାଲ ସାଜିଛି ।

ଏହାସହ ଦେଖନ୍ତୁ ଏହି ଭିଡିଓ-