ଗରମକୁ ନେଇ ଚିନ୍ତିତ କି ? ମାତ୍ର ୧୦୦ଟଙ୍କାରେ ନିଜେ ତିଆରି କରନ୍ତୁ ଏୟାରକଣ୍ଡିସନର !

59

5e66eeb6-1363296502-d_picଗରମ ଦିନରେ ଥଣ୍ଡା ପାଣି ଓ ଥଣ୍ଡା ପବନ ଖୁବ୍ ଆରାମ ଦେଇଥାଏ । ଯେତେଯେତେ ପାରଦ ବୃଦ୍ଧି ଘଟେ । ସେତେ ଗରମ ଅସହ୍ୟ ହୁଏ । ଲୋକେ ଖୋଜନ୍ତି ଶୀତଳ ପବନ । ଆଉ ଅନେକ ଖର୍ଚ୍ଚାନ୍ତ ହେବାକୁ ପଡେ ଏ ଋତୁରେ ।

ଏମିତି ଏକ ତରିକା ଆପଣକୁ ବତାଇବୁ ଯାହା ଆପଣକୁ ଅଯଥା ଖର୍ଚ୍ଚରୁ ମୁକ୍ତି ଦେବ । ବଜାରରୁ ଅଧିକା ଦାମରେ ଫ୍ୟାନ କି ଏୟାର କଣ୍ଡିସନର କିଣିବାକୁ ପଡିବନାହିଁ । କିଛି ମିନିଟରେ ମାତ୍ର ୧୫୦-୨୦୦ଟଙ୍କା ଭିତରେ ଆପଣ ଘରେ ବନେଇପାରିବେ ମିନି ଏୟାର କଂଡିସନର । ଆଉ ଆପଣ ଘରୋଇ ଉପକରଣକୁ ବ୍ୟବହାର ଏହା କରିପାରିବେ ।

୧- ପ୍ରଥମେ ଏକ ଜୁସ୍ ବାକ୍ସକୁ ଯୋଗାଡ କରନ୍ତୁ (ଏହା ଟ୍ରୋପିକାନା,ରିୟଲ ଜୁସ୍ ବା ଅନ୍ୟକୈାଣସି ଜୁସର ବାକ୍ସ  ନେଇପାରିବେ) । ଜୁସ୍ ବାକ୍ସ ସହ ଏକ ଅନ/ଅଫ୍ ସୁଇଚ୍ ,ବ୍ୟାଟେରୀ,କନେକ୍ଟର,  କୁଲିଂ ଫ୍ୟାନ ବି ଦରକାର ।

୨- ଜୁସ୍ ବାକ୍ସରେ ଫ୍ୟାନ ଆକାରର ଏକ କାଟି ଦିଅନ୍ତୁ । ଆଉ ସେଥିରେ ଏହି ଫ୍ୟାନକୁ ଲଗାନ୍ତୁ ।

୩ – ଏହାପରେ ବ୍ୟାଟେରୀ ନେଇ , କନେକ୍ଟର ସହ ଯୋଡନ୍ତୁ । ଏବେ ଏହି ବ୍ୟାଟେରୀକୁ ଜୁସ୍ ବାକ୍ସରେ ଉପର ଓ ପାର୍ଶ୍ୱ ଭାଗରେ ଲଗାଇଦିଅନ୍ତୁ ।

୪ – ସେଠାରେ ଅନ/ଅଫ୍ ସୁଇଚକୁ ଲଗାନ୍ତୁ । ଏବେ କନେକ୍ଟର ଓ ଫୋନରେ ଦିଆଯାଇଥିବା ‘ବାୟର’କୁ ପରସ୍ପର ଭିତରେ ଯୋଡନ୍ତୁ । ଏହି ‘ବାୟର’କୁ ମିଶାଇ ଅନ୍/ଅଫ୍ ସୁଇଚରେ ଲଗାଇବାକୁ ହେବ ।

୫ – ଥଣ୍ଡା ପବନ ପାଇଁ ଆପଣ ଜୁସ୍ ବାକ୍ସରେ ବରଫ ଭର୍ତ୍ତି କରନ୍ତୁ । ଏହା ପରେ ତିଆରି ହୋଇଗଲା ଆପଣଙ୍କର ମିନି ଏୟାର କଂଡିସନର । ଏବେ ମଜା ନେଇପାରିବେ ଥଣ୍ଡାପବନର ।

ଏହାସହ ମଧ୍ୟ ପଢନ୍ତୁ – ଇନଷ୍ଟାଗ୍ରାମରେ ଫଟୋ ଛାଡି ରୋଜଗାର ୫ଲକ୍ଷ ଟଙ୍କା ! ଚର୍ଚ୍ଚାରେ ଏହି ଦମ୍ପତ୍ତି