ସ୍ୱପ୍ନରେ ମା’ଦେଖେଇଲେ ଚମତ୍କାରିତା : ମାଟି ଖୋଳିବାରୁ ମିଳିଲା କାଳୀ ମୂର୍ତି ଉପରେ ନାଗ ନାଗୁଣୀ 

133

m1ଜଣେ ମହିଳା ରାତିରେ ବାରମ୍ବାର ଗୋଟିଏ ହିଁ ସ୍ୱପ୍ନ ଦେଖୁଥିଲେ । ସ୍ୱପ୍ନରେ ତାଙ୍କୁ ମାଟି ତଳୁ ମା’ ଡାକୁଥିଲେ । ପ୍ରଥମେ ପ୍ରଥମେ ମହିଳା ଜଣକ ଏ ସବୁକୁ ଧ୍ୟାନ ଦେଉନଥିଲେ । କିନ୍ତୁ ଯେତେବେଳେ ଏଇ ସ୍ୱପ୍ନ ପୁଣି ଆସିଲା ମହିଳା ଜଣକ ସ୍ୱପ୍ନରେ ଦେଖାଯାଉଥିବା ସ୍ଥାନରେ ଉପରେ ପହଂଚି ଥିଲେ । ସେଇ ସ୍ଥାନର ମାଟିି ଖୋଳିଲା ପରେ ଯାହା ଚମତ୍କାର ହେଲା ତାକୁ ଦେଖିବାପାଇଁ ଲୋକଙ୍କ ଭିଡ ଜମି ଯାଇଥଲା ।

ଏଇ ଘଟଣା ଘଟିଛି ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ । ଏଠାରେ ରହୁଥିବା ସୀମା ରାୱତ ସ୍ୱପ୍ନରେ ଦେଖୁଥିଲେ ସହରରୁ ୨୦ କିଲୋମିଟର ଦୂର ସେମଲ୍ୟା ଚାଉ ଗାଁରେ ମାଟି ତଳୁ ମା’ଙ୍କ ଏକ ମୂର୍ତି ତାଙ୍କୁ ଡାକୁଛି । ଏଇ ସ୍ୱପ୍ନକୁ ବାରମ୍ବାର ଦେଖିଲା ପରେ ସୀମା ସେଇ ଜାଗାକୁ ନିଜ ଡ୍ରାଇଭର ସହ ପହଂଚିଥିଲେ । ସ୍ୱପ୍ନରେ ଥିବା ଜାଗାରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସେ ମାଟି ଖୋଳିବା ଆରମ୍ଭ କରିଦେଇଥିଲେ । ମାଟି ଖୋଳିବାର କିଛି ସମୟ ପରେ ଏକ କାଳୀ ମୂର୍ତି ବାହାରିଥିଲା ଏବଂ ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମୂର୍ତି ମିଳିବା ପରେ ଗାଁରେ ଏକଥା ପ୍ରଘଟ ହୋଇଥିଲା ଏବଂ ମାଙ୍କ ମୂର୍ତିକୁ ଦେଖିବାପାଇଁ ସେଠାରେ ଶ୍ରଦ୍ଧାଳୁଙ୍କ ଭିଡ ଜମି ଯାଇଥିଲା ।

ମାଟି ତଳୁ ମିଳିଥିବା କାଳୀ ମୂର୍ତି ଉପରେ ନାଗ ନାଗୁଣୀ , ବାଘ ଏବଂ ହାତୀ ଇତ୍ୟାଦି ଚିହ୍ନ ତିଆରି ହୋଇଥିବାର ଜଣାପଡିଛି ଏବଂ ଏଇ ମୂର୍ତି ପ୍ରାୟ ୫୦୦ ବର୍ଷ ପୁରୁଣା ବୋଲି ସୂଚନାରୁ ପ୍ରକାଶ ।