ଚୋରୀର ଲାଇଭ୍ ଦୃଶ୍ୟ : ବାଲେଶ୍ୱରରେ ମସଜିଦର ହୁଣ୍ଡିରୁ ଚୋରୀ

21

କନକ ବ୍ୟୁରୋ : ଚୋରୀର ଲାଇଭ୍ ଦୃଶ୍ୟ । ମସଜିଦ ଭିତରେ ପଶି ହୁଣ୍ଡି ଭାଙ୍ଗି ବାବୁ ଜଣଙ୍କ କିଭଳି ଚୋରୀ କରୁଛନ୍ତି । ଚୋର ଜଣଙ୍କ ହୁଣ୍ଡି ତାଲା ଭାଙ୍ଗି ସବୁ ଟଙ୍କା ବ୍ୟାଗରେ ଭର୍ତି କଲେ । ତାପରେ ଆଉ ବାବୁ ଜଣଙ୍କ ପଛକୁ ଫେରି ଚାହିଁନାହାନ୍ତି । ବ୍ୟାଗ କାନ୍ଧରେ ପକାଇ ଚାଲିଲେ ।

ଆଉ ଏସବୁ ଦୃଶ୍ୟକୁ ମସଜିଦରେ ଲାଗିଥିବା ସିସିଟିଭି କଏଦ କରିଛି । ଏ ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲା ସୁତାହାଟ ସ୍ଥିତ ବାବା ଭୁଜାଖିଆପୀର ମସଜିଦର । ମସଜିଦର ୩ଟି ମାନସିକ ହୁଣ୍ଡି ଭାଙ୍ଗି ଦୁର୍ବୃତ ଜଣଙ୍କ  ୫୦ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ହେବା ପରେ ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ସିସିଟିଭି ଫୁଟେଜ ଯାଂଚ କରି ତଦନ୍ତ ଆରମ୍ଭ କରିଛି । ସବୁଠାରୁ ବଡ କଥା ହେଉଛି ଏହି ଅଂଚଳରେ ୧୪୪ ଧାରା ଜାରି ହୋଇଥିବା ବେଳେ ପୁଲିସକୁ ଚକମା ଦେଇ ଲୁଟ କରିଛି ଦୁର୍ବୃତ  ।

ଏହା ସହ ଦେଖନ୍ତୁ ଏହି ଭିଡିଓ –