ଏବେ ପେଟ୍ରୋଲ-ଡିଜେଲରେ ନୁହେଁ କଫିରେ ଚାଲିବ ଗାଡ଼ି ! ଏମିତି ଏକ ଖବରକୁ ନେଇ ଚର୍ଚ୍ଚା

21

ନୂଆ ଦିଲ୍ଲୀ : ପେଟ୍ରୋଲ ଓ ଡିଜେଲର ଦାମ୍ ବାରମ୍ବାର ବଢିବାରେ ଲାଗିଛି । ସମସ୍ତେ ଏଥିରେ ହନ୍ତସନ୍ତ । କିନ୍ତୁ ଏହି ସମୟରେ ଏମିତି ଏକ ଖବର ପ୍ରକାଶ ପାଇଛି ଯାହା ଆପନଙ୍କୁ ଏହି ସମସ୍ୟାରୁ ଟିକେ ଆଶ୍ୱସ୍ତି ପ୍ରଦାନ କରିବ । ଏନଡି ଟିଭିରେ ପ୍ରକାଶିତ ଏହି ଖବରକୁ ନେଇ ଆଲୋଚନା ।

ପ୍ରକାଶିତ ସୂଚନା ଅନୁସାରେ, ଲଣ୍ଡନରେ କଫିରେ ବସ୍ ଚାଲୁଥିବାର ଖବର ଆସିଛି । ଏହା ନିଶ୍ଚିତ ଆପଣଙ୍କୁ ଚକିତ କରୁଥିବ । କିନ୍ତୁ ଏହି ଖବର ପୁରା ସତ ଅଟେ । ବିବିସି ର ଖବର ଅନୁସାରେ , ଲଣ୍ଡନ ପରିବହନ କଫିରୁ ବାହାର କରାଯାଉଥିବା ବର୍ଜ୍ୟବସ୍ତୁକୁ ପ୍ରୟୋଗ କରି ବାହାରୁ ଥିବା ତେଲରେ ବସ୍ ଚାଲୁଛି । ଏ ଖବର ନିଜେ ଲଣ୍ଡନ ପରିବହନର ଅଧିକାରୀମାନେ ଦେଇଛନ୍ତି । କଫିରୁ ଯେଉଁ ତେଲ ବାହାରିଥାଏ, ଏହାକୁ ବ୍ଲେଡିଂ ଅଏଲ୍ କୁହନ୍ତି । ଏହି ତେଲକୁ ଡିଜେଲରେ ମିଶାଇ ବାୟୋଫୁଏଲ୍ କରାଯାଏ । ଏହି ବାୟୋଫୁଏଲ୍ ଲଣ୍ଡନର ପବ୍ଲିକ୍ ଟ୍ରାନ୍ସପୋର୍ଟର ବସରେ ବ୍ୟବହାର କରାଯାଉଛି । ଯଦି ଏହି ଏକ୍ସପେରିମେଂଟ ସଠିକ୍ ସାବ୍ୟସ୍ତ ହେଲା ଏହି ବାୟୋଫୁଏଲର ବ୍ୟବହାର ସବୁ କ୍ଷେତ୍ରରେ ହୋଇପାରିବ ।

ଲଣ୍ଡନ ସ୍ଥିତ ଟେକ୍ନୋଲଜି ଫର୍ମ ବାୟୋ-ବିନ୍ ଲିମିଟେଡ୍ ର କହିବା ହେଲା ଯେ , ସେମାନେ ଏତେ ବାୟୋଫୁଏଲ୍ ତିଆରି କରିଛନ୍ତି ଯାହା ଦ୍ୱାରା ଏକ ବସ୍ କୁ ପୁରା ପାୱାର ମିଳିପାରିବ । ଟ୍ରାନ୍ସପୋର୍ଟ ଫର୍ ଲଣ୍ଡନ ପେଟ୍ରୋଲର ବ୍ୟବହାରକୁ କମ୍ କରି ଖୁବ୍ ଶୀଘ୍ର ବାୟୋଫୁଏଲର ବ୍ୟବହାର କରୁଛି । କଂପାନୀ ଅନୁସାରେ , ଲଣ୍ଡନର ଲୋକେ କଫିରୁ ଏକ ବର୍ଷରେ ୨ଲକ୍ଷ ଟନ୍ ବର୍ଜ୍ୟବସ୍ତୁ ବାହାର କରିପାରିବେ । ଲଣ୍ଡନର ୯,୫୦୦ଟି ବସ୍ ରେ ୱେଷ୍ଟ ପ୍ରଡକ୍ଟ ଦ୍ୱାରା ତିଆରି ହେଉତିବା ବାୟୋଫୁଏଲରୁ ଗାଡି ଚାଲୁଛି । କଫି ରେ ବାୟୋଫୁଏଲ୍ କରିବାର ଏହା ପ୍ରଥମ ପ୍ରକ୍ରିୟା ଅଟେ । ଏମିତି କେଉଁଠି ହୋଇନାହିଁ ।

କଂପାନୀର ସୂଚନା ମୁତାବକ , କଫି ସପ୍ ଓ ଫ୍ୟାକ୍ଟ୍ରିଗୁଡିକରେ କଫିରେ ବର୍ଜ୍ୟବସ୍ତୁ ବହୁତ ବାହାରିଥାଏ । ଆଉ ସେମାନେ ଏହାକୁ ନେଇ ଏଥିରୁ ତେଲ ବାହାର କରିଥାନ୍ତି । ଏହାପରେ ବି-୨୦ ବାୟୋଫୁଏଲ୍ ରେ ପରିଣତ କରାଯାଇଥାଏ ।