ଉତ୍ତରପ୍ରଦେଶ ଗୋରଖପୁରର ମର୍ଡରର ଲାଇଭ ଦୃଶ୍ୟ : ସୋସିଆଲ ମିଡିଆରେ ଭାଇରାଲ

29

vlcsnap-2017-02-10-13h31m52s041କନକ ବ୍ୟୁରୋ : ଉତରପ୍ରଦେଶ ଗୋରଖପୁରରେ ମର୍ଡରର ଲାଇଭ୍ ଦୃଶ୍ୟ । ଏପରି ଏକ ଛାତି ଥରା ଦୃଶ୍ୟ ସୋସିଆଲ ମିଡିଆରେ ହୋଇଛି ଭାଇରାଲ । ଜଣେ ଛାତ୍ର ନେତାଙ୍କୁ ଗୁଳି କରି ମାରୁଛନ୍ତି ତାଙ୍କର ଦୁଇ ସାଂଗ । ଗୋଟିଏ କି ଦୁଇଟି ନୁହେଁ ଲାଗ ଲାଗ ୫ଟି ଗୁଳି ଫୁଟାଇ ସାଂଗକୁ ହତ୍ୟା କରିଥିଲେ ଦୁଇ ସାଂଗ । ଅଭିଯୁକ୍ତ ହତ୍ୟାକାରୀକୁ ଖୋଜିବା ପାଇଁ ପୁଲିସ ଆରମ୍ଭ କରିଛି ତନାଘନା ।

ମର୍ଡରର ଟିକିନିକି ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ମୃତ ଯୁବକଙ୍କ ନାଁ ସୌରଭ ପାଣ୍ଡେଙ୍କ ବୟସ ୨୫ ବର୍ଷ । ୫ ତାରିଖ ରାତି ୧୦ଟା ବେଳେ ଗୋରଖପୁର କାଂଟେ ଅଂଚଳର ସିଭିଲ ଲାଇନ୍ସ ନିକଟରେ ସୌରଭ ମୋବାଇଲରେ କଥା ହେଉଥିବା ବେଳେ ଘଟିଛି ଏହି ଅଭାବନୀୟ କାଣ୍ଡ । ଏହି ସମୟରେ ସୌରଭ ନିକଟକୁ ବାଇକରେ ୪ ଜଣ ଯୁବକ ବାଇକରେ ଆସିଥିଲେ । ବାଇକରୁ ଓହ୍ଲାଇ ୨ ଯୁବକ ଏହି ଗୁଳିକାଣ୍ଡ ଘଟାଇ ଚାଲି ଯାଇଥିଲେ । ସୌରଭଙ୍କୁ ଛାତି ଓ ମୁଣ୍ଡରେ ଗୁଳି ବାଜିବାରୁ ତାର ମୃତ୍ୟୁ ହୋଇ ଯାଇଥିଲା ।