‘ଲାଇକ୍’ ଲୁଟେରା : ସୋସିଆଲ୍ ଟ୍ରେଡିଂ ନାଁରେ ବଡ ସ୍କାମକୁ ପର୍ଦ୍ଦାଫାଶ କଲା ୟୁପି ପୋଲିସ୍

68

vlcsnap-2017-02-03-19h28m07s401କନକ ବ୍ୟୁରୋ : ସୋସିଆଲ ଟ୍ରେଡିଂ ନାରେ ଲୋକଙ୍କ ଠାରୁ ଟଙ୍କା ଠକେଇ କରୁଥିବା ଏକ କଂପାନୀର ପର୍ଦ୍ଦାଫାସ କରିଛି ଉତରପ୍ରଦେଶ ପୋଲିସ । ନୋଇଡା ସେକ୍ଟର ୬୩ରେ ଆବ୍ଲାଜ୍ ଇନଫୋ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଠକ କମ୍ପାନୀ ଚାଲିଥିଲା ।

vlcsnap-2017-02-03-19h29m35s184ପ୍ରତି ଲାଇକ୍ ପିଛା କଂପାନୀ ୫ ଟଙ୍କା ଦେଉଥିଲା । ଏହା ପରେ ଦୁଇ ଜଣ ନୂଆ ସଦସ୍ୟଙ୍କୁ ଯୋଡିବା ପରେ କଂପାନୀ ବ୍ୟକ୍ତି ଜଣଙ୍କୁ ଏକ ଆଇଡି ଓ ପାସୱାର୍ଡ ଦେଉଥିଲା । ସଦସ୍ୟ ଜଣକ କେଉଁ ପ୍ଲାନ ଗ୍ରହଣ କରିଛନ୍ତି ସେହି ଅନୁସାରେ ତାଙ୍କ ପାଖକୁ ଦିନକୁ ଅନଲାଇନ୍ ଲିଙ୍କ୍ ପଠାଯାଉଥିଲା । ପ୍ରତି ଲାଇକ୍ ପିଛା ୫ ଟଙ୍କା ହିସାବରେ କଂପାନୀ ୧୨୫ ଲାଇକ୍ ପାଇଁ ଜଣେ ବ୍ୟକ୍ତିକୁ ୬୨୫ ଟଙ୍କା କଂପାନୀ ଦେବ ବୋଲି ପ୍ରଲୋଭନ ଦେଇଥିଲା ।

ମାତ୍ର ବର୍ଷକ ମଧ୍ୟରେ କଂପାନୀର ସଦସ୍ୟ ୭ ଲକ୍ଷରୁ ଅଧିକ ପହଂଚିଯାଇଥିଲା । କିଛି ଲୋକଙ୍କୁ ଆରମ୍ଭରେ କଂପାନୀ ଟଙ୍କା ଦେଇଥିବା ବେଳେ ପରବର୍ତୀ ସମୟରେ ଏହା ବନ୍ଦ କରିଦେଇଥିଲା । ଏହାକୁ ନେଇ ପୋଲିସ ପାଖରେ ହୋଇଥିଲା ଅଭିଯୋଗ । ମାତ୍ର କିଛି ଦିନ ଭିତରେ ଏକ ଲକ୍ଷ ଲୋକ କଂପାନୀ ବିରୋଧରେ ଅଭିଯୋଗ କରିଥିଲେ । ଅନ୍ୟପଟେ ହିସାବ ଅନୁସାରେ ୩୭୨୬ କୋଟି ଟଙ୍କାର ଠକେଇ ହୋଇଥିବା ଉତର ପ୍ରଦେଶ ପୋଲିସ କହିଛି । ଏହି ଘଟଣାରେ କମ୍ପାନୀର ମାଲିକ ୨୬ ବର୍ଷିୟ ଅନୁଭବ ମିତଳ ଓ ତାଙ୍କ ଦୁଇ ସହଯୋଗୀ ଶ୍ରୀଧର ପ୍ରସାଦ ଓ ମହେଶ ଦୟାଲଙ୍କୁ ଗିରଫ କରାଯାଇଛି । ଏହାସହ ୪ଟି ପ୍ରାଇଭେଟ ବ୍ୟାଙ୍କର ୧୨ଟି ଆକାଉଂଟରୁ ମୋଟ ୫୨୦ କୋଟି ଟଙ୍କା ଠାବ କରିଛି ପୋଲିସ ।