ଦଉଡ଼ିରେ ବନ୍ଧା ପଡ଼ିଛି ଶୈଶବ : ପୁଅର ମାନସିକ ରୋଗ ନେଇ ଚିନ୍ତାରେ ବାପା ମାଆ

57

5କନକ ବ୍ୟୁରୋ : ସବୁ ବାପା ମାଆଙ୍କ ପରି ଏମାନେ ବି ସ୍ୱପ୍ନ ଦେଖିଥିଲେ ପୁଅକୁ ନେଇ । ହେଲେ ବଇରି ସାଜିଲା ରୋଗ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ଭାଟପଡା ପଂଚାୟତ ଜେନାସାହିର ଦଳିତ ପରିବାର କାଳନ୍ଦୀ ଜେନାଙ୍କ ସାନ ପୁଅ ଲିପୁ ଜେନା । ପାଠ ପଢା ଖେଳକୁଦ ବୟସରେ ବନ୍ଧା ହୋଇ ରହିଛି ଘର ଅଗଣାରେ । ସେହିଠାରେ ଖାଉଛି ତ ପୁଣି ସେହିଠାରେ ମଳତ୍ୟାଗ କରୁଛି । ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୬ ବର୍ଷ ହେଲା ଏପରି ଅବସ୍ଥାରେ ପଡି ରହିଛି ଲିପୁ ।

6କାଳନ୍ଦୀଙ୍କ ଦୁଇ ପୁଅ ଓ ଦୁଇ ଝିଅ ମଧ୍ୟରୁ ସବା ସାନ ପୁଅ ହେଉଛି ଲିପୁ । ୨୦୦୯ ରେ ଗାଁ ପାଖ ନିଶ୍ଚନ୍ତା ୟୁ.ପି. ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢ଼ୁଥିଲା । ତେବେ ହଠାତ୍ ଦିନେ ଶ୍ରେଣୀ ଗୃହରେ ମୂର୍ଚ୍ଛା ଯିବା ସହ ଝାଡ଼ା ପରିସ୍ରା କରି ବାଡ଼େଇ କଚାଡ଼ି ହୋଇଥିଲା । ଏହା ସହ ସାଥୀ ପିଲାମାନଙ୍କୁ କାମୁଡ଼ି ଗୋଡ଼ାଇଥିଲା । ଆଉ ସେବେଠାରୁ ଏଇ ଘର ଅଗଣା ହିଁ ତା ପାଇଁ ପାଲଟି ଯାଇଛି ଦୁନିଆ । ଟୋକେଇ ପାଛିଆ ବୁଣି ୬ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଦାନା ଦେବାକୁ ସମ୍ବଳ ନଥିବା ବେଳେ ପୁଅର ଚିକିତ୍ସା ପାଇଁ ଅର୍ଥ ଆସିବ କୁଆଡୁ ।

ଏ ସଂପର୍କରେ କନକ ନ୍ୟୁଜ ପ୍ରତିନିଧି ସାକ୍ଷାତ କରିଥିଲେ ଚାନ୍ଦବାଲି ବିଡ଼ିଓଙ୍କୁ । ଏ ନେଇ ତାଙ୍କ ପାଖରେ କୌଣସି ସୂଚନା ନଥିବା ବେଳେ ଲିପୁର ଚିକିତ୍ସା ପାଇଁ ଜିଲାପାଳଙ୍କୁ ଜଣାଇବେ ବୋଲି କହିଛନ୍ତି ବିଡିଓ । ପ୍ରଶାସନ ସହାୟତାର ହାତ ବଢାଇଲେ ମାନସିକ ଯନ୍ତ୍ରଣାରେ ସଢ଼ି ହେଉଥିବା ଲିପୁର ଶୈଶବ ସୁଧୁରି ଯାଆନ୍ତା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –