ପୁରୀରେ ସେବାୟତ ପରିବାର କୁଆଁରୀଙ୍କ ଗୌରୀ ବ୍ରତ : ଭଲ ବର ଭଲ ଘର ପାଇଁ ମାନସିକ

73

screen-shot-2016-10-07-at-6-28-45-pmକନକ ବ୍ୟୁରୋ : କୁମାରୀ ମନଟି ସବୁବେଳେ ଖୋଜୁଥାଏ ଉପଯୁକ୍ତ ସାଥିଟିଏ ।  ସେଥିପାଇଁ ଭଲ ବର ଓ ଘର ଟିଏ ପାଇବା ଲାଗି କୁମାରୀ ମାନେ ପାଳନ କରନ୍ତି ବ୍ରତ ଉପବାସ । ପ୍ରଥା ଓ ପରମ୍ପରାର ସହର ଶ୍ରୀକ୍ଷେତ୍ରରେ ସେବାୟତ ପରିବାରର କୁମାରୀମାନେ ଏହି ବ୍ରତ ନିଆରା ଢଙ୍ଗରେ ପାଳନ କରିଥାନ୍ତି ।

screen-shot-2016-10-07-at-6-28-59-pmସମସ୍ତେ ଗୌରୀ ବ୍ରତ କରୁଥିବା ବେଳେ ସେବାୟତ ପରିବାରର କୁମାରୀ ମାନେ ନିଜକୁ ନେତ ପିଲା ବେଶରେ ସଜେଇ ହୋଇ କରନ୍ତି ଶାରଦୀୟ ପାର୍ବଣରେ ବଳୀ ପୂଜା । ଭଲ ବର ଓ ଘରଟିଏ ପାଇବା ପାଇଁ କୁଆଁରୀ ମନରେ ଅସୁମାରୀ ସ୍ୱପ୍ନକୁ ସାକାର କରିବା ପାଇଁ ପୁରୀରେ କୁଆଁରୀମାନେ କରନ୍ତି ଗୌରୀ ବ୍ରତ ।

screen-shot-2016-10-07-at-6-28-08-pm୨୧ ଦିନ ବ୍ରତ କରିବା ସହିତ ଆଜିଠୁ ୩ ଦିନ ଧରି ମାର୍କଣ୍ଡେୟ ପୁଷ୍କରିଣୀରେ ଆସି ସେଠାରେ କରନ୍ତି ବଳୀ ପୂଜା । ଏହି ଦିନ ମାନଙ୍କରେ କୁମାରୀମାନଙ୍କୁ ବହୁ ସୁନା ଅଳଙ୍କାରରେ ସୁସଜ୍ଜିତ କରାଯାଏ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –

ଏହା ସହ ଦେଖନ୍ତ –ବାହା ହେବାକୁ ମିଳୁ ନାହାଁନ୍ତି ପୁଅ : ସ୍ୱପ୍ନର ରାଜକୁମାର ଅପେକ୍ଷାରେ କୁଆଁରୀକନ୍ୟା