ବିମାନରେ ଚାଳକ ସିଟରେ ରାଜା ! ଲୋକେ ଚିହ୍ନିପାରି ହେଲେ ଆଶ୍ଚର୍ଯ୍ୟ

31

ନେଦରଲ୍ୟାଣ୍ଡ : ଘଟଣା ଥିଲା ନେଦରଲ୍ୟାଣ୍ଡର ଏକ ଯାତ୍ରୀବାହୀ ଏୟାର ଲାଇନ୍ସର । କେଏଲଏଏମ ଏୟାରଲାଇନ୍ସରେ କିଛି ଯାତ୍ରୀ ଯାତ୍ରା କରୁଥିଲେ । ଏହି ସମୟରେ ବିମାନରେ ସହାୟକ ପାଇଲଟ ମାଇକରେ ଘୋଷଣା କଲେ ଓ ନିଜର ପରିଚୟ ଦେଲେ । ବିମାନ ଯାତ୍ରାରେ ଏହା ହିଁ ହୁଏ । ପାଇଲଟ ଓ ସହାୟକ ପାଇଲଟ ଯାତ୍ରୀଙ୍କୁ ନିଜର ପରିଚୟ ଦେଇଥାନ୍ତି ଏବଂ ପାଗର ଅବସ୍ଥା ବିଷୟରେ ଜଣାଇଥାନ୍ତି ।

ଯେତେବେଳେ ଯାତ୍ରୀମାନେ ସହ ପାଇଲଟଙ୍କ କଣ୍ଠ ସ୍ୱର ଶୁଣିଲେ , ଚମକି ପଡିଲେ । ଯାତ୍ରାର ବିବରଣୀ ଓ ଯାତ୍ରାକାଳୀନ ସମୟ ବିଷୟରେ ଅବଗତ କରାଉଥିବା ସେହି ସହ ପାଇଲଟ ଜଣକ ଥିଲେ ନେଦରଲ୍ୟାଣ୍ଡର ରାଜା । ରାଜାଙ୍କ କଣ୍ଠ ସ୍ୱର ଶୁଣି ବିମାନରେ ଥିବା ଲୋକେ ଚିହ୍ନିପାରିଥିଲେ । ପରେ ଜଣାପଡିଥିଲା ଯେ ରାଜା ନିଜର ପରିଚୟ ଲୁଚାଇ ଗତ କେତେ ବର୍ଷ ହେଲା ଏହି ପାଇଲଟର କାମ କରିଆସୁଥିଲେ ।

୫୦ ବର୍ଷୀୟ କିଙ୍ଗ୍ ୱିଲମ୍ ଅଲେକଜାଣ୍ଡରଙ୍କ ୩ଜଣ ପିଲା ଅଛନ୍ତି । ସେ ନେଦରଲ୍ୟାଣ୍ଡର ପାଖାପାଖି ୧କୋଟି ୭୦ ଲକ୍ଷ ନାଗରିକଙ୍କ ରାଜା । ବିମାନ ଉଡାଇବା ତାଙ୍କର ସଉକ୍ । ଗତ ୨୧ ବର୍ଷ ଧରି ସେ ଏମିତି ବିମାନରେ ଯାଇ ପାଇଲଟ କାମ କରନ୍ତି ।

(ସୈାଜନ୍ୟ : ନବଭାରତ ଟାଇମ୍ସ)