ଚର୍ଚ୍ଚାରେ ‘ଜିରାଫ ୱିମେନ’ : ମହିଳାମାନେ ଜୀବନସାରା ବେକରେ ପିନ୍ଧିଥା’ନ୍ତି ପିତ୍ତଳ ତାର

85

2ଆମର ଏ ବିଶ୍ୱରେ ଅନେକ ପ୍ରଥା ଓ ପରଂପରା । ଭିନ୍ନ ଭିନ୍ନ ଜାତି ଓ ଜନଜାତିର ଲୋକେ ଏଠାରେ ବାସ କରନ୍ତି । ସେମାନଙ୍କର ଚାଲି ଚଳନ ,ରୀତିନୀତି ସବୁ ଅଲଗା ଅଲଗା ପ୍ରକାରର । ଆମକୁ ବେଳେବେଳେ ଏହା ଆଶ୍ଚର୍ଯ୍ୟ ଲାଗିଥାଏ । ସେମାନେ ସେମାନଙ୍କର ପ୍ରଥା ଓ ପରମ୍ପରାକୁ ପ୍ରାଧ୍ୟାନ୍ୟ ଦେଇ କିଛି ଭିନ୍ନ କାମ କରିଥାନ୍ତି । ଏ ସଉକ ସେମାନଙ୍କର ସମସ୍ୟା ହେଲେବି ଏହା ସେମାନେ କରିଥାନ୍ତି । ଯାହା ଆମକୁ ଅଲଗା ପ୍ରକାର ଲାଗେ । ଏମିତି ଏକ ଜାନଜାତିଙ୍କ ଖବର ପ୍ରକାଶିତ ହୋଇଛି ଡେଲିମେଲରେ , ଯାହାକୁ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

1ମିଆଁମାର ଓ ଥାଇଲ୍ୟାଣ୍ଡର ସୀମାରେ ଏକ କୟାନ ନାମକ ଜନଜାତି ରୁହନ୍ତି । ଏହି ଜନଜାତିର ମହିଳାମାନେ ‘ଜିରାଫ ୱିମେନ’ ନାମରେ ପରିଚିତ । ଏହି ଜାତିର ମହିଳମାନେ ଜୀବନସାରା ନିଜ ବେକରେ ପିତ୍ତଳର ତାର ଗୁଡାଇଥାନ୍ତି । ଏହି ପିତ୍ତଳ କଏଲର ଓଜନ ବି ଖୁବ୍ ଅଧିକ ଥାଏ । ତଥାପି ସେମାନଙ୍କୁ ଏହା ପିନ୍ଧିବାକୁ ବାଧ୍ୟ ହୋଇଥାଏ । ଏହାକୁ ବେକ ସାରା ଗୁଡାଇ ବେକକୁ ସଂପୂର୍ଣ୍ଣ ଘୋଡାଯାଇଥାଏ ।

3ସେହି ଜନଜାତିର ପ୍ରଥା ଆଳରେ ମହିଳାମାନେ ଏମିତି କରିଥାନ୍ତି । ଯେଉଁଥି ପାଇଁ ଏହି ପିତ୍ତଳ କଏଲ ପିନ୍ଧିବା ଦ୍ୱାରା ମହିଳାଙ୍କ ବେକ ବି ଜିରାଫ ପରି ଲମ୍ବା ହୋଇଯାଇଥାଏ । ଚିତ୍ରରେ ଦେଖନ୍ତୁ ଏହି ମହିଳାଙ୍କୁ । ଏହି କୟାନ ଜନଜାତିର ଜଣେ ବୟସ୍କ ମହିଳାଙ୍କ କହିବାନୁସାରେ ଯଦି ସେମାନେ ଏହାକୁ ବେକରୁ କାଢିଦେବେ । ସେମାନଙ୍କର ବେକ ଭାଙ୍ଗିଯିବାର ଆଶଙ୍କା ରହିଛି । ସେହି ମହିଳାମାନେ ୧୦ବର୍ଷରେ ଥରେ ନିଜ ବେକକୁ ଦେଖିବାର ସୁଯୋଗ ପାଇଥାନ୍ତି । ଏହି କୟାନ ଜନଜାତିରେ କନ୍ୟା ସନ୍ତାନକୁ ୫ବର୍ଷ ହୋଇଗଲେ ସେ ଏହି ପିତ୍ତଳ ତାରକୁ ବେକରେ ପିନ୍ଧିବା ଆରମ୍ଭ କରେ । ବୟସ ବଢିବା ସହ ତାର ଗୁଡାଇବା ସଂଖ୍ୟା ମଧ୍ୟ ବଢିଥାଏ । ଏହା ଏବେ ସେମାନଙ୍କର ଏକ ଜୀବନ ପ୍ରଣାଳି ପାଲଟିଯାଇଛି । ଏହା ପିନ୍ଧିଲେ ମହିଳା ଖୁବ୍ ସୁନ୍ଦର ଲାଗନ୍ତି ବୋଲି ସେମାନଙ୍କର ବିଶ୍ୱାସ ।

ttଏହି କୟାନ ଜନଜାତି ରହୁଥିବା ଅଂଚଳ ଏବେ ଟୁରିଷ୍ଟ ଗାଁ ହୋଇଯାଇଛି । ଅନେକ ଲୋକ ଏଠାକୁ ଆସୁଛନ୍ତି । ସେମାନଙ୍କ ଜୀବନଯାପନ ସହ ଲିଚି ସମୟ ଜଡିତ ହେଉଛନ୍ତି । ସେମାନେ ବି ଏଥିରୁ କିଛି ଅର୍ଥ ଉପାର୍ଜନ କରୁଛନ୍ତି । ସେମାନଙ୍କ ସହ ଫଟୋ ବି ଉଠାଉଛନ୍ତି ।

ଏହାସହ ମଧ୍ୟ ପଢନ୍ତୁ – ଅଜବ ଟିଭି ସୋ : ଏଥିରେ ସାମିଲ୍ ହେଲେ ସଂପୂର୍ଣ୍ଣ ନିବସ୍ତ୍ର ହେବାକୁ ପଡେ !